ଆସନ୍ତାକାଲି ଓଡିଶା ବନ୍ଦ ଡାକରା: ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ ପହଞ୍ଚିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଜୁଲାଇ ୧୯ ତାରିଖ ଅର୍ଥାତ ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ନବନିର୍ମାଣ ଛାତ୍ର ସଂଗଠନ । ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମଧ୍ଯ ପଦକ୍ଷେପ ନିଆଯାଇଛି। ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ସଜାଗ କରାଯାଇଛି। ସକାଳ ୯ଟା ୩୦ ସୁଦ୍ଧା ଅଫିସ ଆସିବାକୁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି। ଦିନ ୧୦ଟା ୧୫ରେ ବନ୍ଦ […]

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଜୁଲାଇ ୧୯ ତାରିଖ ଅର୍ଥାତ ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ନବନିର୍ମାଣ ଛାତ୍ର ସଂଗଠନ । ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମଧ୍ଯ ପଦକ୍ଷେପ ନିଆଯାଇଛି। ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ସଜାଗ କରାଯାଇଛି। ସକାଳ ୯ଟା ୩୦ ସୁଦ୍ଧା ଅଫିସ ଆସିବାକୁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି। ଦିନ ୧୦ଟା ୧୫ରେ ବନ୍ଦ ହେବ ଲୋକସେବା ଭବନ ଗେଟ୍ । ଲୋକସେବା ଭବନକୁ ପ୍ରବେଶ ବେଳେ ଯାଞ୍ଚ କଡ଼ାକଡ଼ି ହେବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ମୟୂରଭଞ୍ଜର ୩ଟି ସ୍ଥାନରେ ଚଢାଉ

ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଆଜି ସମସ୍ତ ବିଭାଗର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଆସନ୍ତାକାଲି ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ସେମାନେ ଗାଡ଼ିମୋଟର ଓ ଟ୍ରେନ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍ ଓ ବ୍ୟାଙ୍କ ଆଦି ସମ୍ମୁଖରେ ପିକେଟିଂ କରିବାର ଆଶଙ୍କା ରହିଛି। ତେଣୁ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ କର୍ମଚାରୀ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ୍ ପରିସରକୁ ପ୍ରବେଶ ପାଇଁ ପରାମର୍ଶ ଦିଆଯାଉଛି ।

ଆହୁରି ପଢ଼ନ୍ତୁ: ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଜୋରଦାର ଧକ୍କା ଦେଲା BMW କାର୍, ଦୁଇ ମୃତ

ରୁଚିକାଙ୍କୁ ରାଗିଂ ପରେ ତାଙ୍କର ଆତ୍ମହତ୍ୟା ଅଭିଯୋଗ ଓ ତା’ର ତଦନ୍ତ ଦାବିରେ ନବନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଛାତ୍ର ସଂଗଠନର ଏହି ଡାକରା ଦେଇଛନ୍ତି। ତେବେ ଏହାକୁ ସଫଳ କରିବା ଓ ଏହାକୁ ନୈତିକ ସମର୍ଥନ ଦେବା ପାଇଁ  ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନକୁ ନିବେଦନ କରିଛି ଏହି ସଂଗଠନ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏଏସଆଇ: ମାମଲା ରଫାଦଫା ପାଇଁ ନେଉଥିଲେ ୮ ହଜାର ଟଙ୍କା ଲାଞ୍ଚ

18 Jul 2022 By The Sakala

ଆସନ୍ତାକାଲି ଓଡିଶା ବନ୍ଦ ଡାକରା: ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ ପହଞ୍ଚିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଜୁଲାଇ ୧୯ ତାରିଖ ଅର୍ଥାତ ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ନବନିର୍ମାଣ ଛାତ୍ର ସଂଗଠନ । ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମଧ୍ଯ ପଦକ୍ଷେପ ନିଆଯାଇଛି। ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ସଜାଗ କରାଯାଇଛି। ସକାଳ ୯ଟା ୩୦ ସୁଦ୍ଧା ଅଫିସ ଆସିବାକୁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି। ଦିନ ୧୦ଟା ୧୫ରେ ବନ୍ଦ ହେବ ଲୋକସେବା ଭବନ ଗେଟ୍ । ଲୋକସେବା ଭବନକୁ ପ୍ରବେଶ ବେଳେ ଯାଞ୍ଚ କଡ଼ାକଡ଼ି ହେବ ବୋଲି କୁହାଯାଇଛି।

ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଆଜି ସମସ୍ତ ବିଭାଗର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଆସନ୍ତାକାଲି ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ସେମାନେ ଗାଡ଼ିମୋଟର ଓ ଟ୍ରେନ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍ ଓ ବ୍ୟାଙ୍କ ଆଦି ସମ୍ମୁଖରେ ପିକେଟିଂ କରିବାର ଆଶଙ୍କା ରହିଛି। ତେଣୁ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ କର୍ମଚାରୀ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ୍ ପରିସରକୁ ପ୍ରବେଶ ପାଇଁ ପରାମର୍ଶ ଦିଆଯାଉଛି ।

ରୁଚିକାଙ୍କୁ ରାଗିଂ ପରେ ତାଙ୍କର ଆତ୍ମହତ୍ୟା ଅଭିଯୋଗ ଓ ତା’ର ତଦନ୍ତ ଦାବିରେ ନବନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଛାତ୍ର ସଂଗଠନର ଏହି ଡାକରା ଦେଇଛନ୍ତି। ତେବେ ଏହାକୁ ସଫଳ କରିବା ଓ ଏହାକୁ ନୈତିକ ସମର୍ଥନ ଦେବା ପାଇଁ  ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନକୁ ନିବେଦନ କରିଛି ଏହି ସଂଗଠନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର