ମହିଳା ଅସଦାଚରଣ ମାମଲାରେ ଓଡ଼ିଶା ଏକ ନମ୍ବର, ଯାହା ବିଶ୍ୱକୁ ଦୋହଲାଇ ଦେଇଛି: ବିଜେଡ଼ି

The Sakala Picture
Published On

ଭୁବନେଶ୍ବର: ସାରା ରାଜ୍ୟରେ ନାରୀ ନିର୍ଯାତନା, ଛାତ୍ରୀ ଧର୍ଷଣ, ଛାତ୍ରୀ ଗର୍ଭବତୀ ହେଉଛନ୍ତି। ବଳଙ୍ଗା ଓ FM ଘଟଣାରେ ବିଜେଡି ବିକ୍ଷୋଭ ଡାକରା ଦେଇଥିଲା। ଏହି ଆନ୍ଦୋଳନ ଆହୁରି ଆଗକୁ ଯିବ। ପ୍ରତିଦିନ ୧୫ ଧର୍ଷଣ ହେଉଛନ୍ତି। ବିଜେପି ସରକାର ଅମଳରେ ଏପରି ୧୮ ହଜାର ମାମଲା ହେଲାଣି। ଅପାରଗ ସରକାର। FM ଘଟଣାରେ କମିଟି ବସୁଛି। କିଛି କାର୍ଯ୍ୟାନୁଷ୍ଠାନ ହେଉନି। ଛାତ୍ରୀର FIR କାହିଁକି ରଖା ଗଲାନି, ସେ ଦିଗକୁ କେହି ଯାଉ ନାହାନ୍ତି। ଆମେରିକା […]

ଭୁବନେଶ୍ବର: ସାରା ରାଜ୍ୟରେ ନାରୀ ନିର୍ଯାତନା, ଛାତ୍ରୀ ଧର୍ଷଣ, ଛାତ୍ରୀ ଗର୍ଭବତୀ ହେଉଛନ୍ତି। ବଳଙ୍ଗା ଓ FM ଘଟଣାରେ ବିଜେଡି ବିକ୍ଷୋଭ ଡାକରା ଦେଇଥିଲା। ଏହି ଆନ୍ଦୋଳନ ଆହୁରି ଆଗକୁ ଯିବ। ପ୍ରତିଦିନ ୧୫ ଧର୍ଷଣ ହେଉଛନ୍ତି। ବିଜେପି ସରକାର ଅମଳରେ ଏପରି ୧୮ ହଜାର ମାମଲା ହେଲାଣି। ଅପାରଗ ସରକାର। FM ଘଟଣାରେ କମିଟି ବସୁଛି। କିଛି କାର୍ଯ୍ୟାନୁଷ୍ଠାନ ହେଉନି। ଛାତ୍ରୀର FIR କାହିଁକି ରଖା ଗଲାନି, ସେ ଦିଗକୁ କେହି ଯାଉ ନାହାନ୍ତି। ଆମେରିକା କହିଲା ଓଡ଼ିଶା ସୁରକ୍ଷିତ ନୁହେଁ। ବଳଙ୍ଗା ଘଟଣାରେ ସୁପ୍ରିମକୋର୍ଟ ଭରତ୍ସାନା କରିଛନ୍ତି। ସ୍କୁଲରେ ଛାତ୍ରୀ ଗର୍ଭବତୀ ହେଉଛନ୍ତି। ମହିଳା ଅସଦାଚରଣ ମାମଲାରେ ଓଡ଼ିଶା ଏକ ନମ୍ବର। ଯାହା ବିଶ୍ୱକୁ ଦୋହଲାଇ ଦେଇଛି। ଏହା ବିରୋଧରେ ଯୁବ ଓ ଛାତ୍ର ବିଜେଡି ସରକାରଙ୍କୁ କ୍ଷମା ଦେବନି। ଏହା ଉପରେ ରୋକ ନ ଆସିଲେ, ଅଗଷ୍ଟ ୧ ରୁ ଅଗଷ୍ଟ ୮ ଯାଏଁ ସବୁ କଲେଜ କ୍ୟାମ୍ପସ ପାଖଥାନା ଓ SPଙ୍କୁ DGଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବେ। ମୁଖ୍ୟମନ୍ତ୍ରୀ ନିଘୋଡ଼ ନିଦରେ ଅଛନ୍ତି। ଅଗଷ୍ଟ ୪ କ୍ରାନ୍ତି ଦିବସରୁ ଅଗଷ୍ଟ ୧୪ ଯାଏଁ ଚିଠି ଲେଖାଯିବ ମୁଖ୍ୟମନ୍ତ୍ରୀଙ୍କୁ। ସେ ହସ୍ତକ୍ଷେପ କରନ୍ତୁ। ବେଳାଭୂମି ଓ କ୍ୟାମ୍ପସ ଅସୁରକ୍ଷିତ।ନ୍ୟାୟ ନ ମିଳିଲେ ଗାଦି ଛାଡ଼ ବୋଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସୁଧାର ଦାବିରେ ବିଧାନସଭା ଘେରଉ କରିବ ବିଜେଡି, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଓଡ଼ିଶାରେ ଯେଉଁ ପରି ଭାବେ ଅଭାବନୀୟ ଘଟଣା ସବୁ ଘଟୁଛି, ଆଜି ଛାତ୍ରଛାତ୍ରୀ କ୍ୟାମ୍ପସରେ ଡ଼ରୁଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନି। ବଳଙ୍ଗା ଘଟଣାରେ ପୁଲିସ ହାତ ଖାଲି। ଛାତ୍ରଛାତ୍ରୀ ନିଜ ସୁରକ୍ଷା ଦାବି କରିବେ। ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରାଯିବ। ପୋଷ୍ଟକାର୍ଡ ପଠାଯିବ। ଦିନେ ମହିଳା ସଶକ୍ତିକରଣ ହେଉଥିଲା ଓଡ଼ିଶାରେୟ ହେଲେ ଏବେ ଆମେରିକାର ପର୍ଯ୍ୟଟନ ମାର୍ଗଦର୍ଶିକାରେ ଓଡ଼ିଶା ସୁରକ୍ଷିତ ନୁହେଁ ବୋଲି କୁହାଯାଇଛି। ଛାତ୍ର ସମାଜ ସରକାର ଉପରେ ବିଶ୍ୱାସ ହରାଇ ବସିଛି। କ୍ୟାମ୍ପସ, ରାସ୍ତାଘାଟରେ ଯେପରି ନିଜକୁ ସୁରକ୍ଷିତ ମନେ କରିବେ, ସେଥିପାଇଁ ଅଗଷ୍ଟ ୧ରୁ ଦ୍ଵିତୀୟ ପର୍ଯ୍ୟାୟ ଓ ଅଗଷ୍ଟ ୯ରୁ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ କରିବ ବିଜେଡି।

ଆହୁରି ପଢ଼ନ୍ତୁ: ଲଘୁଚାପ ଜନିତ ପ୍ରବଳ ବର୍ଷା ଆଶଙ୍କା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ଘୋଷଣା

ବିଜେପି ସରକାର ପଦକ୍ଷେପ ନ ନେଲେ, ରାଜ୍ୟରେ ବଡ଼ ଛାତ୍ର ଆନ୍ଦୋଳନ ହେବେ। ଉପବାଚସ୍ପତି ଗତକାଲି ଓଡ଼ିଶାର ଆଇନ ଶୃଙ୍ଖଳା ଉପରୁ ବିଶ୍ୱାସ ହରାଇ ବସିଛନ୍ତି। ତେଣୁ ଆଉ ଏକ ରାଜ୍ୟର ମଡେଲ ଆପଣେଇବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହାଠାରୁ ନିନ୍ଦନୀୟ ଘଟଣା ଓଡ଼ିଶାରେ କେବେ ଘଟି ନ ଥିଲା। ଉପବାଚସ୍ପତି ହୃଦୟଙ୍ଗମ କରିଛନ୍ତି ଯେ ଏଠି ଆଇନ ଶୃଙ୍ଖଳା ନାହିଁ ବୋଲି ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ପୁଲିସକୁ ବଡ ସଫଳତା: ୪୫ ଲକ୍ଷ ଟଙ୍କାର ଗୁଟ୍‌ଖା-ତମାଖୁ ସହ ନଗଦ ୨.୯୪ ଲକ୍ଷ ଟଙ୍କା ଜବତ, ୩ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର