ନିଟ୍‍ ୟୁଜି କାଉନ୍‍ସେଲିଂ: ଆଜି ପ୍ରକାଶ ପାଇବ ପ୍ରୋଭିଜିନାଲ୍‍ ମେଧା ତାଲିକା

The Sakala Picture
Published On

ଭୁବନେଶ୍ୱର :ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ନାମଲେଖା ପାଇଁ ୧୮ ତାରିଖ ପଞ୍ଜୀକରଣ ଶେଷ ହୋଇଥିବାବେଳେ ଆଜି ଅପରାହ୍ଣ ୫ଟାରେ ପ୍ରୋଭିଜିନାଲ୍‍ ମେଧା ତାଲିକା ପ୍ରକାଶ ପାଇବ। କାଉନସେଲିଂ ପାଇଁ ଅନଲାଇନ୍‍ ଜରିଆରେ ପାଖାପାଖି ୪ ହଜାର ୫ଶହ ପିଲା ଆବେଦନ କରିଛନ୍ତି। ନିଟ୍‍ ୟୁଜି ପ୍ରବେଶିକାରେ କୃତକାର୍ଯ୍ୟ ହୋଇଥିବା ରାଜ୍ୟର ଛାତ୍ରଛାତ୍ରୀ ୨୦ ତାରିଖ ମଧ୍ୟରେ ନିଜର ଚୂଡ଼ାନ୍ତ ତଥ୍ୟ ଅପ୍‍ଲୋଡ କରିଛନ୍ତି। ୨୪ ତାରିଖ ଅର୍ଥାତ ଆଜି ଅପରାହ୍ଣ […]

ଭୁବନେଶ୍ୱର :ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ନାମଲେଖା ପାଇଁ ୧୮ ତାରିଖ ପଞ୍ଜୀକରଣ ଶେଷ ହୋଇଥିବାବେଳେ ଆଜି ଅପରାହ୍ଣ ୫ଟାରେ ପ୍ରୋଭିଜିନାଲ୍‍ ମେଧା ତାଲିକା ପ୍ରକାଶ ପାଇବ। କାଉନସେଲିଂ ପାଇଁ ଅନଲାଇନ୍‍ ଜରିଆରେ ପାଖାପାଖି ୪ ହଜାର ୫ଶହ ପିଲା ଆବେଦନ କରିଛନ୍ତି। ନିଟ୍‍ ୟୁଜି ପ୍ରବେଶିକାରେ କୃତକାର୍ଯ୍ୟ ହୋଇଥିବା ରାଜ୍ୟର ଛାତ୍ରଛାତ୍ରୀ ୨୦ ତାରିଖ ମଧ୍ୟରେ ନିଜର ଚୂଡ଼ାନ୍ତ ତଥ୍ୟ ଅପ୍‍ଲୋଡ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ଓ ଭୂସ୍ଖଳନରେ ଫସିଲେ ଭଦ୍ରକର ୭ ଜଣଙ୍କ ସମେତ ୫୧ ପର୍ଯ୍ୟଟକ, ସୁରକ୍ଷିତ ଫେରିଆସିବାକୁ ପରିବାରର ଆଶା

୨୪ ତାରିଖ ଅର୍ଥାତ ଆଜି ଅପରାହ୍ଣ ୫ଟାରେ ପ୍ରୋଭିଜିନାଲ୍‍ ମେଧା ତାଲିକା ପ୍ରକାଶ ପାଇବ। ୨୫ ଓ ୨୬ ତାରିଖରେ ଛାତ୍ରଛାତ୍ରୀ ସେମାନଙ୍କର ଅଭିଯୋଗ ସମ୍ପର୍କରେ ଓଜେଇଇକୁ ଜଣାଇବେ। ସେହିପରି ୨୭ ତାରିଖରେ ନାମଲେଖା ନେଇ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ନାମଲେଖା ସମ୍ପର୍କିର୍ତ ସମସ୍ତ ତଥ୍ୟ ବିଭାଗର ୱେବ୍‍ ସାଇଟ୍‍ www.ojee.nic.in ମାଧ୍ୟମରେ ଛାତ୍ରଛାତ୍ରୀ ପାଇ ପାରିବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର