ଗୁଣାତ୍ମକ ଶୈକ୍ଷିକ ବ୍ୟବସ୍ଥାକୁ ନବୀନଙ୍କ ଗୁରୁତ୍ୱ: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇବେ ୬୪୨ ଶିକ୍ଷକ, ୨୬୦ ଅଣଶିକ୍ଷକ

The Sakala Picture
Published On

ଭୁବନେଶ୍ୱର:ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖେ। ଶିକ୍ଷା ଦ୍ୱାରା ହିଁ ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବ। ତେଣୁ ଗୁଣାତ୍ମକ ଶିକ୍ଷାକୁ ସର୍ବଦା ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା ରୁପାନ୍ତରଣରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ନୂତନ ପଦବୀ ସୃଷ୍ଟି। ୬୪୨ ଶିକ୍ଷକ, ୨୬୦ ଅଣଶିକ୍ଷକ ପଦବୀ ସୃଷ୍ଟି ୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମିଳିବ ନିଯୁକ୍ତି। ରାଜ୍ୟର ୧୦୬ଟି […]

ଭୁବନେଶ୍ୱର:ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖେ। ଶିକ୍ଷା ଦ୍ୱାରା ହିଁ ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବ। ତେଣୁ ଗୁଣାତ୍ମକ ଶିକ୍ଷାକୁ ସର୍ବଦା ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା ରୁପାନ୍ତରଣରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ନୂତନ ପଦବୀ ସୃଷ୍ଟି। ୬୪୨ ଶିକ୍ଷକ, ୨୬୦ ଅଣଶିକ୍ଷକ ପଦବୀ ସୃଷ୍ଟି ୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମିଳିବ ନିଯୁକ୍ତି। ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ସୃଷ୍ଟି କରିଛନ୍ତି। ଏଥିରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦ ରହିଛି । ଖୁବ୍ ଶୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

୬୪୨ ପୋଷ୍ଟ ଗ୍ରାଜୁଏଟ ଟିଚର ପଦବୀ ସମେତ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ, ୨୪ ଲାବୋରେଟୋରୀ ଆଟେଣ୍ଡାଣ୍ଟ, ୧୦୬ ଆସିଷ୍ଟାଣ୍ଡ୍ ଲାଇବ୍ରେରିଆନ, ୧୦୬ ଜୁନିୟର କ୍ଲର୍କ ପଦବୀ ସୃଷ୍ଟି ହୋଇଛି। ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଧ୍ୟାନ ଦେଇଆସୁଛନ୍ତି। ବିଦ୍ୟାଳୟଗୁଡିକର ବିକାଶ ସହ ଶିକ୍ଷକ, ଅଣଶିକ୍ଷକ ପଦରେ ନିଯୁକ୍ତି ଦେଇଛନ୍ତି । ଏହି କ୍ରମରେ ୯୦୨ ପଦବୀକୁ ମଞ୍ଜୁରି ଦେଇ ଆଉ ଏକ ପଦକ୍ଷେପ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ଚଳିତ ବର୍ଷ ୧୦୬ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନୀତ କରିଛନ୍ତି। ଏ ସବୁ ବିଦ୍ୟାଳୟରେ ଯୁକ୍ତ-୨ ଖୋଲିଛି । ଦଶମ ପଢ଼ିସାରିବା ପରେ ଛାତ୍ରଛାତ୍ରୀ ସିଧାସଳଖ ନିଜ ବିଦ୍ୟାଳୟରେ ଯୁକ୍ତ-ଦୁଇ ପଢ଼ିପାରିବେ। ସେମାନଙ୍କୁ ଶିକ୍ଷାଦାନ ପାଇଁ ଏହି ନୂତନ ଶିକ୍ଷକ ପଦବୀଗୁଡିକ ସୃଷ୍ଟି ହୋଇଛି। ସେହିପରି ପ୍ରତି ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟରେ ଅଫିସ କାର୍ଯ୍ୟ, ଲାବ୍ର ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାର ବିଶେଷ ଧ୍ୟାନ ଦେଇ ଅଣ-ଶିକ୍ଷକ ପଦବୀଗୁଡିକୁ ମଞ୍ଜୁରୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର