ଓଡିଶା ଚାଷୀଙ୍କୁ ବିଜେପି ଲମ୍ବା ସମୟ ଧରି ପ୍ରତାରଣା କରୁଛି, ଆଗାମୀ ଦିନରେ ବିଜେପିକୁ ଉଚିତ୍‍ ଜବାବ ମିଳିବ

The Sakala Picture
Published On

ଭୁବନେଶ୍ୱର : ଓଡିଶାର ଚାଷୀମାନେ ବର୍ଷ ବର୍ଷ ଧରି ବିଜେପି ଦ୍ୱାରା କିଭଳି ଠକି ହେଉଛନ୍ତି ସେ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା ଯେ ସେମାନେ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୧.୫ ଗୁଣ ବୃଦ୍ଧି କରିବେ । ହେଲେ ସେମାନେ ତାହା କଲେ ନାହିଁ । ସେହିଭଳି ସେମାନେ କହିଥିଲେ ଯେ […]

ଭୁବନେଶ୍ୱର : ଓଡିଶାର ଚାଷୀମାନେ ବର୍ଷ ବର୍ଷ ଧରି ବିଜେପି ଦ୍ୱାରା କିଭଳି ଠକି ହେଉଛନ୍ତି ସେ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା ଯେ ସେମାନେ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୧.୫ ଗୁଣ ବୃଦ୍ଧି କରିବେ । ହେଲେ ସେମାନେ ତାହା କଲେ ନାହିଁ । ସେହିଭଳି ସେମାନେ କହିଥିଲେ ଯେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବେ, ସେମାନେ କୃଷକଙ୍କୁ ପ୍ରତାରଣା କରିଛନ୍ତି, ପ୍ରତିଶ୍ରୁତି ଅନୁଯାୟୀ ସେଭଳି କିଛି କରିନାହାଁନ୍ତି । ସଂସଦରେ ବିଜେପି ତିନୋଟି ଚାଷୀ ବିରୋଧୀ କୃଷି ଆଇନ ଆଣିଥିଲା ଯାହାକୁ କୃଷକଙ୍କ ବ୍ୟାପକ ବିରୋଧ ହୋଇଥିଲା ଏବଂ ୬୦୦ରୁ ଅଧିକ ଚାଷୀ ଏହି ଆନ୍ଦୋଳନରେ ପ୍ରାଣ ହରାଇଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ଦର ୨୯୩୦ ଟଙ୍କା କରିବାକୁ ଓଡିଶା ବିଧାନସଭାରେ ଆସିଥିବା ସଙ୍କଳ୍ପକୁ ବିଜେଡି ବିଧାୟକ ତଥା ଅନ୍ୟ ବିଧାୟକଙ୍କ ସହ ବିଜେପି ବିଧାୟକମାନେ ବି ସମର୍ଥନ କରିଥିଲେ । କିନ୍ତୁ ବର୍ତ୍ତମାନ ଏ ସଂକ୍ରାନ୍ତରେ ନିରବ ଅଛନ୍ତି।ଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ସାର ଯୋଗାଇବା ହେଉଛି ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଦାୟିତ୍ୱ । କିନ୍ତୁ ସେମାନେ ଓଡିଶାର ଚାଷୀଙ୍କୁ ଆବଶ୍ୟକ ସାର ଦେଉନାହାନ୍ତି । ବଳକା ଚାଉଳ ଉଠାଇବା କେନ୍ଦ୍ରର ଦାୟିତ୍ୱ । କିନ୍ତୁ ସେମାନେ ବଳକା ଚାଉଳ ଉଠାଉ ନାହାନ୍ତି ଯାହାକି ଓଡିଶାର ଚାଷୀଙ୍କୁ ପ୍ରଭାବିତ କରୁଛି । ସେମାନେ ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଦେଲେ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିବା ଏବଂ ନିୟମିତ ଭାବେ ଯୋଗାଯୋଗ କରିବା ଏବଂ ଏଥିସହିତ ଚାଷୀଙ୍କ କ୍ରୋଧକୁ ଦେଖି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଶେଷରେ ଫସଲ ବୀମା ଅର୍ଥ ଦେବାକୁ ରାଜି ହେଲେ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଡକ୍ଟର ପାତ୍ର କହିଛନ୍ତି ଯେ ଯେତେବେଳେ ବିଜେଡି ସରକାର ଓଡିଶାର କୃଷକମାନଙ୍କୁ ୨୦୦ କୋଟି ଟଙ୍କାର ଇନପୁଟ ସବସିଡି ଦେବାକୁ ଚାହିଁଲେ, ସେମାନେ ଆଦର୍ଶ ଆଚରଣ ବିଧି ଏବଂ ଚାଲିଥିବା ଉପ-ନିର୍ବାଚନ ଆଳରେ ଏହାକୁ ବନ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ । ଏହି କାରଣରୁ, ଇନପୁଟ୍ ସବସିଡି ମଞ୍ଜୁର ହୋଇପାରିଲା ନାହିଁ । କିନ୍ତୁ ଏହି ନିର୍ବାଚନ ଶେଷ ହେବା ଏବଂ ଆଦର୍ଶ ଆଚରଣ ସଂହିତା ପ୍ରତ୍ୟାହାରର ପରଦିନ ଏହା ମଞ୍ଜୁର ହୋଇପାରେ ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିବାକୁ ଚାହୁଁଛି, ଆପଣ ୨୦୧୮ରେ କହିଥିଲେ ଯେ ପଦମପୁର ରେଳ ଲାଇନକୁ ମଞ୍ଜୁର କରାଯାଇଛି । ସେହି ରେଳ ଲାଇନ ଏବେ କେଉଁଠାରେ ଅଛି? ଆପଣ ସେହି ରେଳ ଲାଇନକୁ ଗୋଟିଏ ଟଙ୍କା ମଧ୍ୟ ଦେଇନାହାଁନ୍ତି । ଯଦି ଏହା ପ୍ରତାରଣା ନୁହେଁ ତ ଆଉ କ’ଣ ? ପଦମପୁରର ଲୋକମାନେ ଏହା ଉପରେ ନଜର ରଖିଛନ୍ତି ।

ଆପଣ କେନ୍ଦୁପତ୍ର ଶ୍ରମିକଙ୍କୁ ପ୍ରତାରଣା କରିଛନ୍ତି, ଯେଉଁମାନେ କି ସାଧାରଣତଃ ବିପିଏଲ୍ ପରିବାରର ପୁରୁଷ ଏବଂ ମହିଳା ଅଟନ୍ତି । ଯେତେବେଳେ କେନ୍ଦୁପତ୍ରରେ ଜିଏସ୍‌ଟି ୫ ପ୍ରତିଶତ ଥିଲା ସେତେବେଳେ ସେମାନେ ଭଲରେ ବଞ୍ଚିଥିଲେ । କିନ୍ତୁ ଆପଣ ଏହାକୁ ୧୮%କୁ ବୃଦ୍ଧି କରିଛନ୍ତି ଏବଂ ସେମାନଙ୍କର ରୋଜଗାରର ଉତ୍ସ ଉପରେ ଆକ୍ରମଣ କରିଛନ୍ତି । ଏହା ପ୍ରତାରଣା ନୁହେଁ କି? ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତିରିକ୍ତ ଜିଏସ୍‍ଟି ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ଏଥିପ୍ରତି ଧ୍ୟାନ ଦେଇନଥିଲେ । ଏହି ଗରିବ ଲୋକମାନେ ଯନ୍ତ୍ରଣାରେ ଚିତ୍କାର କରିଥିଲେ ମଧ୍ୟ କେନ୍ଦ୍ରର କେହି ସେମାନଙ୍କ କଥା ଶୁଣିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ବିଜେପିର ଅସଲ ମୁଖା ଏବେ ଖୋଲି ଯାଇଛି । କୃଷକ, କେନ୍ଦୁପତ୍ର ଶ୍ରମିକ ଏବଂ ସାମଗ୍ରିକ ଭାବେ ପଦମପୁରର ଲୋକମାନେ ସେମାନଙ୍କ ସହ ବିଜେପି କିଭଳି ଠକାମୀ କରିଛି ତାହାକୁ ଦେଖୁଛନ୍ତି । ଆଗାମୀ ଦିନରେ ସେମାନେ ବିଜେପିକୁ ଏହାର ଉଚିତ୍‍ ଜବାବ ଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର