ଭିସା ପାଇଁ ଆଉ ଯିବାକୁ ପଡ଼ିବନି କୋଲକାତା କି ଦିଲ୍ଲୀ; ଭୁବନେଶ୍ୱରରେ ଖୋଲିବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

ଏଣିକି ଓଡିଶା ଲୋକେ ଭିସା ପାଇଁ ଆଉ  କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଯିବେ ନାହିଁ...

Deviprasad Mohanty Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବିତ ଭିସା ସେଣ୍ଟର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍‍ଡିଙ୍ଗରେ କାର୍ଯ୍ୟକ୍ଷମ ହେବ, ଯାହା ପାଇଁ ଓଡିଶା ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇଦେବେ।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

ସୂଚନାଯୋଗ୍ୟ ଯେ, ଆନ୍ତର୍ଜାତିକ ଭିସା ପାଇବା ପାଇଁ ପୂର୍ବରୁ ରାଜ୍ୟବାସୀଙ୍କୁ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଭଳି ଦେଶର ଅନ୍ୟ ସହରକୁ ଯିବା ପାଇଁ ପଡୁଥିଲା। ଭୁବନେଶ୍ୱରରେ ଏକ ଭିସା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ବହୁ ଦିନରୁ ଦାବୀ ରହିଆସୁଥିଲା। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ: ପତ୍ନୀଙ୍କ ତଣ୍ଟି କାଟିଲା ସ୍ୱାମୀ, ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

15 Dec 2025 By Deviprasad Mohanty

ଭିସା ପାଇଁ ଆଉ ଯିବାକୁ ପଡ଼ିବନି କୋଲକାତା କି ଦିଲ୍ଲୀ; ଭୁବନେଶ୍ୱରରେ ଖୋଲିବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

ଏଣିକି ଓଡିଶା ଲୋକେ ଭିସା ପାଇଁ ଆଉ  କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଯିବେ ନାହିଁ...

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବିତ ଭିସା ସେଣ୍ଟର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍‍ଡିଙ୍ଗରେ କାର୍ଯ୍ୟକ୍ଷମ ହେବ, ଯାହା ପାଇଁ ଓଡିଶା ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇଦେବେ।

ସୂଚନାଯୋଗ୍ୟ ଯେ, ଆନ୍ତର୍ଜାତିକ ଭିସା ପାଇବା ପାଇଁ ପୂର୍ବରୁ ରାଜ୍ୟବାସୀଙ୍କୁ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଭଳି ଦେଶର ଅନ୍ୟ ସହରକୁ ଯିବା ପାଇଁ ପଡୁଥିଲା। ଭୁବନେଶ୍ୱରରେ ଏକ ଭିସା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ବହୁ ଦିନରୁ ଦାବୀ ରହିଆସୁଥିଲା। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର