ସମଗ୍ର ବିଶ୍ୱରେ ଓଡିଶାବାସୀଙ୍କୁ ଗର୍ବିତ କରାଇଲେ ଲଣ୍ଡନ ସ୍ଥିତ ଓଡିଆ ବୈଷୟିକ ଉଦ୍ୟୋଗୀ ଅରୁଣ କର

The Sakala Picture
Published On

ଭୁବନେଶ୍ୱର : ଲଣ୍ଡନ ସ୍ଥିତ ଓଡିଆ ବୈଷୟିକ ଉଦ୍ୟୋଗୀ ଅରୁଣ କର ଓଡିଶାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରି ଗର୍ବିତ କରିଛନ୍ତି। ଅରୁଣ ଏବଂ ତାଙ୍କ ସହଯୋଗୀ ଚିଣ୍ଟାନ ପାନାରା ଓ ପ୍ରଦିପ ବୁଟାନି, ଶିଳ୍ପଗୁଡିକରେ ଏକ ଅଭିନବ ପରିବର୍ତ୍ତନକାରୀ ସମାଧାନର ବିକାଶ ଆଣିଛନ୍ତି ଯାହା ମାନବ ସମାଜ ପାଇଁ ଏକ ବୃଦ୍ଧିମାନ ବିଶ୍ୱ ସୃଷ୍ଟି କରିବ। ତାଙ୍କର ନେଷ୍ଟ୍ ଗ୍ରୁପ ଅଫ୍ କମ୍ପାନୀ ଯେଉଁଥିରେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶ ସ୍ଥିରତା ଉପରେ ବିଶେଷଜ୍ଞ ଥିବା […]

ଭୁବନେଶ୍ୱର : ଲଣ୍ଡନ ସ୍ଥିତ ଓଡିଆ ବୈଷୟିକ ଉଦ୍ୟୋଗୀ ଅରୁଣ କର ଓଡିଶାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରି ଗର୍ବିତ କରିଛନ୍ତି। ଅରୁଣ ଏବଂ ତାଙ୍କ ସହଯୋଗୀ ଚିଣ୍ଟାନ ପାନାରା ଓ ପ୍ରଦିପ ବୁଟାନି, ଶିଳ୍ପଗୁଡିକରେ ଏକ ଅଭିନବ ପରିବର୍ତ୍ତନକାରୀ ସମାଧାନର ବିକାଶ ଆଣିଛନ୍ତି ଯାହା ମାନବ ସମାଜ ପାଇଁ ଏକ ବୃଦ୍ଧିମାନ ବିଶ୍ୱ ସୃଷ୍ଟି କରିବ। ତାଙ୍କର ନେଷ୍ଟ୍ ଗ୍ରୁପ ଅଫ୍ କମ୍ପାନୀ ଯେଉଁଥିରେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶ ସ୍ଥିରତା ଉପରେ ବିଶେଷଜ୍ଞ ଥିବା ବହୁରାଷ୍ଟ୍ରୀୟ ଡିଜିଟାଲ୍ ଓ ଟେକ୍ନୋଲୋଜି ଇନୋଭେସନ୍ କମ୍ପାନୀଗୁଡିକ ସାମିଲ ରହିଛନ୍ତି।ସାତ ବର୍ଷ ଭାରତୀୟ ସେନାରେ କାର୍ଯ୍ୟ କରି ନିଜ ଜନ୍ମ ମାଟିକୁ ଛାଡି କିଛି ବର୍ଷ ମଧ୍ୟରେ ଅରୁଣ ବ୍ରିଟେନରେ ନିଜ ବ୍ୟବସାୟ ଆରମ୍ଭ କରିଥିଲେ ଯାହାକି ତାଙ୍କ ବ୍ୟବସାୟ ସଫଳତାର କାହାଣୀକୁ ଲୋକଲୋଚନକୁ ଆଣିଛି।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

କୋଭିଡ-୧୯ ମହାମାରୀ ଆସିବା ପରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ସଂକ୍ରମଣକୁ ଦୂରେଇ ରଖିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ସମୟରେ, ଅରୁଣଙ୍କ କମ୍ପାନୀ (ଏକ୍ସପର୍ଟନେଷ୍ଟ) ବ୍ରିଟେନ ସରକାରଙ୍କ ସହିତ ବିଚ୍ ଚେକ୍ ୟୁକେ ଆପ୍ ନାମକ ଏକ ନ୍ୟାସନାଲ ଆପ୍ ବିକଶିତ କରିଥିଲେ, ଯାହା ସମୁଦ୍ରକୂଳକୁ ଆସୁଥିବା ଲୋକଙ୍କୁ ବାସ୍ତବିକ ସମୟର ସୂଚନା ଦେଇ ଭିଡ ବହୁଳ ସ୍ଥାନ ଦେଖାଇ ସାମାଜିକ ଦୂରତା ବନାଇ ରଖିବାରେ ସାହାଯ୍ୟ କରେ। ଅପରାଧ ବିରୋଧରେ ଲଢିବା ଏବଂ ଜନସାଧାରଣଙ୍କ ପାଇଁ ରାସ୍ତାକୁ ଅଧିକ ସୁରକ୍ଷିତ କରିବା ପାଇଁ ତାଙ୍କ କମ୍ପାନୀ ଆଇନ ପ୍ରବର୍ତନ ସଂସ୍ଥା ସହିତ ମଧ୍ୟ କାର୍ଯ୍ୟ କରୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ପୋଲିସର ‘ଅପରେସନ ସାଇବର କବଚ’: ୩୭,୦୯୪ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ

‘ଏକ୍ସପର୍ଟନେଷ୍ଟ’ର ସହ-ପ୍ରତିଷ୍ଠାତା ଅରୁଣ ତାଙ୍କ ପ୍ରେରଣା ବିଷୟରେ କହିଛନ୍ତି, ଭାରତୀୟ ସେନାରେ ସେବା କରିବା ସମୟରେ ସାହସ, ନିଷ୍ଠା ଏବଂ ନେତୃତ୍ୱର ଗୁଣ ମତେ ବଡ ପ୍ରକଳ୍ପ ଆରମ୍ଭ କରିବାକୁ ଆତ୍ମବିଶ୍ୱାସ ଦେଇଛି। ସେନା ବାହିନୀରୁ ମିଳିଥିବା ଆତ୍ମବିଶ୍ୱାସ ମୋତେ ବ୍ୟବସାୟ ଚଲାଇବାରେ ଆସୁଥିବା ଅସୁବିଧାକୁ ସମ୍ମୁଖୀନ କରିବାରେ ସାହାଯ୍ୟ କରୁଛି।‛ ‘ଏକ୍ସପର୍ଟନେଷ୍ଟ’ଆରମ୍ଭ କରିବା ପରଠାରୁ, ଅରୁଣ ଏହାକୁ ଅଭିବୃଦ୍ଧି ପଥରେ ଆଗେଇ ନେଇଛନ୍ତି। ଏଥିରୁ କାରବାର ୨୫ ଗୁଣରୁ ଅଧିକ ବୃଦ୍ଧି ପାଇଛି ଏବଂ ନେଷ୍ଟ ଗ୍ରୁପ୍ କମ୍ପାନୀଗୁଡିକ ବ•ର୍ମାନ ବ୍ରିଟେନ, ୟୁରୋପ, ମଧ୍ୟ ପୁର୍ବ ଭାରତରେ୧୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇପରିଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ଅରୁଣଙ୍କ ବହୁ-ରାଷ୍ଟ୍ରୀୟ ଡିଜିଟାଲ ଇନୋଭେସନ୍ କମ୍ପାନୀ ‘ଏକ୍ସପର୍ଟନେଷ୍ଟ’ କୁ ଆନ୍ତର୍ଜାତୀୟ ପତ୍ରିକା-ଏସିୟା ୱାନ ଏବଂ ୟୁନାଇଟେଡ ରିସର୍ଚ ସର୍ଭିସେସ୍(ୟୁଆରଏସ୍) ଙ୍କ ଦ୍ୱାରା ଆୟୋଜିତ ହୋଇଥିବା ‘ଗ୍ଲୋବାଲ୍ ଇଣ୍ଡିଆନ୍ ଅଫ୍ ଦି ଇୟର ଆୱାର୍ଡ ୨୦୨୦-୨୧’ରେ ସମ୍ମାନୀତ କରାଯାଇ ସିଏନ୍ବିସି ରେ ପ୍ରଦର୍ଶିିତ କରାଯାଇଥିଲା। ଡଟ୍କମ୍ ମାଗାଜିନ୍ରେ ମୋଷ୍ଟ ଇମ୍ପ୍ୟାକ୍ଟ କମ୍ପାନୀ ଅଫ ଦ ଇୟର ୨୦୨୧, ସମ୍ମାନଜନକ ସିଆଇଓ ସମୀକ୍ଷା(୨୦୧୯)ରେ ସ୍ମାର୍ଟ ସିଟି ସଲ୍ୟୁସନ୍ ପାଇଁ କମ୍ପାନୀ ଅଫ ଦି ଇୟର, ବ୍ୟବସାୟ ଓ ଇନୋଭେସନ୍ ବର୍ଗରେ ୟୁକେର ଜାତୀୟ ଏସ୍ଏମ୍ଇ ଆୱାର୍ଡ ୨୦୨୦ ରେ ଫାଇନାଲିଷ୍ଟ ହେବା ସହ କମ୍ପାନୀ ଅନେକ ସମ୍ମାନଜନକ ପୁରଷ୍କାର ସହ ଗିନିଜ୍ ୱାଲ୍ଡ୍ ରେକର୍ଡ ମଧ୍ୟ ହାସଲ କରିଛି। ୨୦୧୯ରେ ଅରୁଣଙ୍କୁ ଲଣ୍ଡନର ଓଡିଆ ସମାଜରେ ବହୁମୂଲ୍ୟ ଅବଦାନ ପାଇଁ ଯୁବ ଉଦ୍ୟୋଗୀ ପୁରଷ୍କାରରେ ସମ୍ମାନିତ କରାଯାଇଥିଲା। ଅରୁଣ ଫୋର୍ବସ୍ ବିଜ୍ନେସ୍ କାଉନସିଲର ଜଣେ ସଦସ୍ୟ ଏବଂ ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ, ଟେଲିଗ୍ରାଫ, ବିବିସି ଓ ସ୍ମାଟ୍ ସିିଟି ଏକ୍ସପୋ ଭଳି ଆନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ସ୍ଥାନ ପାଇଛନ୍ତି।

13 Nov 2021 By The Sakala

ସମଗ୍ର ବିଶ୍ୱରେ ଓଡିଶାବାସୀଙ୍କୁ ଗର୍ବିତ କରାଇଲେ ଲଣ୍ଡନ ସ୍ଥିତ ଓଡିଆ ବୈଷୟିକ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱର : ଲଣ୍ଡନ ସ୍ଥିତ ଓଡିଆ ବୈଷୟିକ ଉଦ୍ୟୋଗୀ ଅରୁଣ କର ଓଡିଶାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରି ଗର୍ବିତ କରିଛନ୍ତି। ଅରୁଣ ଏବଂ ତାଙ୍କ ସହଯୋଗୀ ଚିଣ୍ଟାନ ପାନାରା ଓ ପ୍ରଦିପ ବୁଟାନି, ଶିଳ୍ପଗୁଡିକରେ ଏକ ଅଭିନବ ପରିବର୍ତ୍ତନକାରୀ ସମାଧାନର ବିକାଶ ଆଣିଛନ୍ତି ଯାହା ମାନବ ସମାଜ ପାଇଁ ଏକ ବୃଦ୍ଧିମାନ ବିଶ୍ୱ ସୃଷ୍ଟି କରିବ। ତାଙ୍କର ନେଷ୍ଟ୍ ଗ୍ରୁପ ଅଫ୍ କମ୍ପାନୀ ଯେଉଁଥିରେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶ ସ୍ଥିରତା ଉପରେ ବିଶେଷଜ୍ଞ ଥିବା ବହୁରାଷ୍ଟ୍ରୀୟ ଡିଜିଟାଲ୍ ଓ ଟେକ୍ନୋଲୋଜି ଇନୋଭେସନ୍ କମ୍ପାନୀଗୁଡିକ ସାମିଲ ରହିଛନ୍ତି।ସାତ ବର୍ଷ ଭାରତୀୟ ସେନାରେ କାର୍ଯ୍ୟ କରି ନିଜ ଜନ୍ମ ମାଟିକୁ ଛାଡି କିଛି ବର୍ଷ ମଧ୍ୟରେ ଅରୁଣ ବ୍ରିଟେନରେ ନିଜ ବ୍ୟବସାୟ ଆରମ୍ଭ କରିଥିଲେ ଯାହାକି ତାଙ୍କ ବ୍ୟବସାୟ ସଫଳତାର କାହାଣୀକୁ ଲୋକଲୋଚନକୁ ଆଣିଛି।

କୋଭିଡ-୧୯ ମହାମାରୀ ଆସିବା ପରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ସଂକ୍ରମଣକୁ ଦୂରେଇ ରଖିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ସମୟରେ, ଅରୁଣଙ୍କ କମ୍ପାନୀ (ଏକ୍ସପର୍ଟନେଷ୍ଟ) ବ୍ରିଟେନ ସରକାରଙ୍କ ସହିତ ବିଚ୍ ଚେକ୍ ୟୁକେ ଆପ୍ ନାମକ ଏକ ନ୍ୟାସନାଲ ଆପ୍ ବିକଶିତ କରିଥିଲେ, ଯାହା ସମୁଦ୍ରକୂଳକୁ ଆସୁଥିବା ଲୋକଙ୍କୁ ବାସ୍ତବିକ ସମୟର ସୂଚନା ଦେଇ ଭିଡ ବହୁଳ ସ୍ଥାନ ଦେଖାଇ ସାମାଜିକ ଦୂରତା ବନାଇ ରଖିବାରେ ସାହାଯ୍ୟ କରେ। ଅପରାଧ ବିରୋଧରେ ଲଢିବା ଏବଂ ଜନସାଧାରଣଙ୍କ ପାଇଁ ରାସ୍ତାକୁ ଅଧିକ ସୁରକ୍ଷିତ କରିବା ପାଇଁ ତାଙ୍କ କମ୍ପାନୀ ଆଇନ ପ୍ରବର୍ତନ ସଂସ୍ଥା ସହିତ ମଧ୍ୟ କାର୍ଯ୍ୟ କରୁଛି।

‘ଏକ୍ସପର୍ଟନେଷ୍ଟ’ର ସହ-ପ୍ରତିଷ୍ଠାତା ଅରୁଣ ତାଙ୍କ ପ୍ରେରଣା ବିଷୟରେ କହିଛନ୍ତି, ଭାରତୀୟ ସେନାରେ ସେବା କରିବା ସମୟରେ ସାହସ, ନିଷ୍ଠା ଏବଂ ନେତୃତ୍ୱର ଗୁଣ ମତେ ବଡ ପ୍ରକଳ୍ପ ଆରମ୍ଭ କରିବାକୁ ଆତ୍ମବିଶ୍ୱାସ ଦେଇଛି। ସେନା ବାହିନୀରୁ ମିଳିଥିବା ଆତ୍ମବିଶ୍ୱାସ ମୋତେ ବ୍ୟବସାୟ ଚଲାଇବାରେ ଆସୁଥିବା ଅସୁବିଧାକୁ ସମ୍ମୁଖୀନ କରିବାରେ ସାହାଯ୍ୟ କରୁଛି।‛ ‘ଏକ୍ସପର୍ଟନେଷ୍ଟ’ଆରମ୍ଭ କରିବା ପରଠାରୁ, ଅରୁଣ ଏହାକୁ ଅଭିବୃଦ୍ଧି ପଥରେ ଆଗେଇ ନେଇଛନ୍ତି। ଏଥିରୁ କାରବାର ୨୫ ଗୁଣରୁ ଅଧିକ ବୃଦ୍ଧି ପାଇଛି ଏବଂ ନେଷ୍ଟ ଗ୍ରୁପ୍ କମ୍ପାନୀଗୁଡିକ ବ•ର୍ମାନ ବ୍ରିଟେନ, ୟୁରୋପ, ମଧ୍ୟ ପୁର୍ବ ଭାରତରେ୧୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇପରିଛି।

ଅରୁଣଙ୍କ ବହୁ-ରାଷ୍ଟ୍ରୀୟ ଡିଜିଟାଲ ଇନୋଭେସନ୍ କମ୍ପାନୀ ‘ଏକ୍ସପର୍ଟନେଷ୍ଟ’ କୁ ଆନ୍ତର୍ଜାତୀୟ ପତ୍ରିକା-ଏସିୟା ୱାନ ଏବଂ ୟୁନାଇଟେଡ ରିସର୍ଚ ସର୍ଭିସେସ୍(ୟୁଆରଏସ୍) ଙ୍କ ଦ୍ୱାରା ଆୟୋଜିତ ହୋଇଥିବା ‘ଗ୍ଲୋବାଲ୍ ଇଣ୍ଡିଆନ୍ ଅଫ୍ ଦି ଇୟର ଆୱାର୍ଡ ୨୦୨୦-୨୧’ରେ ସମ୍ମାନୀତ କରାଯାଇ ସିଏନ୍ବିସି ରେ ପ୍ରଦର୍ଶିିତ କରାଯାଇଥିଲା। ଡଟ୍କମ୍ ମାଗାଜିନ୍ରେ ମୋଷ୍ଟ ଇମ୍ପ୍ୟାକ୍ଟ କମ୍ପାନୀ ଅଫ ଦ ଇୟର ୨୦୨୧, ସମ୍ମାନଜନକ ସିଆଇଓ ସମୀକ୍ଷା(୨୦୧୯)ରେ ସ୍ମାର୍ଟ ସିଟି ସଲ୍ୟୁସନ୍ ପାଇଁ କମ୍ପାନୀ ଅଫ ଦି ଇୟର, ବ୍ୟବସାୟ ଓ ଇନୋଭେସନ୍ ବର୍ଗରେ ୟୁକେର ଜାତୀୟ ଏସ୍ଏମ୍ଇ ଆୱାର୍ଡ ୨୦୨୦ ରେ ଫାଇନାଲିଷ୍ଟ ହେବା ସହ କମ୍ପାନୀ ଅନେକ ସମ୍ମାନଜନକ ପୁରଷ୍କାର ସହ ଗିନିଜ୍ ୱାଲ୍ଡ୍ ରେକର୍ଡ ମଧ୍ୟ ହାସଲ କରିଛି। ୨୦୧୯ରେ ଅରୁଣଙ୍କୁ ଲଣ୍ଡନର ଓଡିଆ ସମାଜରେ ବହୁମୂଲ୍ୟ ଅବଦାନ ପାଇଁ ଯୁବ ଉଦ୍ୟୋଗୀ ପୁରଷ୍କାରରେ ସମ୍ମାନିତ କରାଯାଇଥିଲା। ଅରୁଣ ଫୋର୍ବସ୍ ବିଜ୍ନେସ୍ କାଉନସିଲର ଜଣେ ସଦସ୍ୟ ଏବଂ ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ, ଟେଲିଗ୍ରାଫ, ବିବିସି ଓ ସ୍ମାଟ୍ ସିିଟି ଏକ୍ସପୋ ଭଳି ଆନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ସ୍ଥାନ ପାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର