୩ ବର୍ଷ ପରେ ବି ମିଳୁନି ଆବାସ ଟଙ୍କା, ଘର ନ ଥିବାରୁ ଶଶୁରଘର ଛାଡ଼ିଲେ ୨ ବୋହୂ

The Sakala Picture
Published On

ନୂଆପଡ଼ା/ଖଡ଼ିଆଳ: ଘର ଥିବ, ସେଥିରେ ପାଇଖାନା ସହ ଆନୁଷଙ୍ଗିକ ବ୍ୟବସ୍ଥା ଥିଲେ ହିଁ ପୁଅକୁ ଉଚିତ କନ୍ୟାଟିଏ କିମ୍ବା କନ୍ୟାକୁ ଭଲ ବରଟିଏ ମିଳିବ। ହେଲେ ଖଡ଼ିଆଳ ବ୍ଲକ ବାଦି ଗାଁର ରାଜୁ ଦାସ (୫୫)ଙ୍କ ଦୁଇପୁଅଙ୍କୁ ସରକାରଙ୍କ ପକ୍ଷରୁ ମିଳିଥିବା ଆବାସ ଯୋଜନା ଘର ବାବଦ ଟଙ୍କା ମିଳି ନ ଥିବାରୁ ଘର ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। ଫଳରେ ରାଜୁଙ୍କ ଦୁଇ ବୋହୂ ଘର ଛାଡ଼ି ନିଜ ବାପଘରକୁ ପଳାଇଥିବା ଭଳି ଅଭାବନୀୟ ଘଟଣା […]

ନୂଆପଡ଼ା/ଖଡ଼ିଆଳ: ଘର ଥିବ, ସେଥିରେ ପାଇଖାନା ସହ ଆନୁଷଙ୍ଗିକ ବ୍ୟବସ୍ଥା ଥିଲେ ହିଁ ପୁଅକୁ ଉଚିତ କନ୍ୟାଟିଏ କିମ୍ବା କନ୍ୟାକୁ ଭଲ ବରଟିଏ ମିଳିବ। ହେଲେ ଖଡ଼ିଆଳ ବ୍ଲକ ବାଦି ଗାଁର ରାଜୁ ଦାସ (୫୫)ଙ୍କ ଦୁଇପୁଅଙ୍କୁ ସରକାରଙ୍କ ପକ୍ଷରୁ ମିଳିଥିବା ଆବାସ ଯୋଜନା ଘର ବାବଦ ଟଙ୍କା ମିଳି ନ ଥିବାରୁ ଘର ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। ଫଳରେ ରାଜୁଙ୍କ ଦୁଇ ବୋହୂ ଘର ଛାଡ଼ି ନିଜ ବାପଘରକୁ ପଳାଇଥିବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି।

ରାଜୁଙ୍କ ଦୁଇ ପୁଅ ଲଛମନ ଏବଂ ଧନୀରାମଙ୍କ ନାଁରେ ଦୁଇଟି ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ମିଳିବା ପରେ ସେମାନେ ଘର କାମ ଆରମ୍ଭ କରିଥିଲେ। ଆଜିକୁ ୩ ବର୍ଷ ହେବ ଟଙ୍କା ନ ମିଳିବାରୁ ଘର ଅଧପନ୍ତରିଆ ଅବସ୍ଥାରେ ପଡ଼ିଛି। ରାଜୁଙ୍କ ସ୍ତ୍ରୀ ଓ ଦୁଇପୁଅ ଭଙ୍ଗା ଘରେ ରହୁଛନ୍ତି। ଦୁଇ ବୋହୂ ଘର ଛାଡ଼ି ଚାଲିଯାଇଛନ୍ତି।

୨୦୧୮ରେ ଲଛମନ ଏବଂ ଧନୀରାମଙ୍କୁ ଦୁଇଗୋଟି କାର୍ଯ୍ୟାଦେଶ ସହ ୨୦ ହଜାର ଟଙ୍କା ଲେଖାଏଁ ମିଳିଥିଲା। ଦୁଇଭାଇ କାମ ଆରମ୍ଭ କଲେ। ଧାରକରଜ କରି କାମ କରି ଚାଲିଲେ ସିନା ତାଙ୍କୁ ପରବର୍ତ୍ତୀ ସମୟରେ ଆଉ ଟଙ୍କା ମିଳିଲା ନାହିଁ। ଏଥିପାଇଁ ବାରମ୍ବାର ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ିଲେ ମଧ୍ୟ ଆଉ କିସ୍ତି ମିଳିଲା ନାହିଁ। ବିଭିନ୍ନ ବାହାନା କରି ସରକାରୀ ବାବୁମାନେ ହଇରାଣ କରିଥିବା ରାଜୁ ପ୍ରକାଶ କରିଛନ୍ତି। ଏପଟେ ସାହୁକାରମାନେ ବାରମ୍ବାର କରଜ ଟଙ୍କା ଦାବି କରୁଛନ୍ତି। ଏମାନେ ନିଜ ପୈତୃକ ଘର ଭାଙ୍ଗିଦେଇଥିବାବେଳେ ରହିବେ କେଉଁଠି ବୋଲି ଚିନ୍ତାରେ ପଡ଼ିଛନ୍ତି। ବାଧ୍ୟହୋଇ ଭଙ୍ଗାଦଦରା ଘରେ ରହୁଛନ୍ତି। ଏପରି ସ୍ଥିତିରେ ଦୁଇ ବୋହୂ ଘର ଛାଡ଼ି ସେମାନଙ୍କ ବାପଘରକୁ ଚାଲିଯାଇଛନ୍ତି। ଘରକାମ ଶେଷହେଲେ ଆସିବେ ବୋଲି ସେମାନେ ଅଡ଼ି ବସିଛନ୍ତି। ବଡ଼ପୁଅ ଧନୀରାମଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିବାବେଳେ ଲଛମନଙ୍କ କୌଣସି ସନ୍ତାନ ନାହାନ୍ତି। ଏ ସମ୍ପର୍କରେ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କୁ ପଚାରିବାରୁ, ଏନେଇ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା କହିଛନ୍ତି। ତଦନ୍ତ କରି ପଦକ୍ଷେପ ନେବେ ବୋଲି ସାହୁ ସୂଚନା ଦେଇଛନ୍ତି।

31 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର