ବେନାମୀ ଚିଠିରୁ ଖୋଲିଲା ନିଖୋଜ ରହସ୍ୟ: ଦଶ ମାସ ପରେ ମାଟିତଳୁ ମିଳିଲା ମୃତଦେହ

The Sakala Picture
Published On

ନୂଆପଡା: ନୂଆପଡ଼ା ସଦର ଥାନା ଅଧୀନ ଝିଲମିଲା-ରତିପାଲି ଗାଁର ଏକ ହତ୍ୟାକାଣ୍ଡ ଘଟଣାର ୧୦ ମାସପରେ ପୁଲିସ ମୃତଦେହ ଉଦ୍ଧାର କରିଛି। ଶତିଶଗଡ଼ରୁ ଏକ ବେନାମୀ ଚିଠି ଆସିବାପରେ ହତ୍ୟାକାଣ୍ଡର ଗୁମର ଖୋଲିବା ସହ ମାଟିତଳୁ ମୃତଦେହ ଉଦ୍ଧାର କରି ହତ୍ୟାକାରୀଙ୍କୁ ପୁଲିସ ଠାବ କରିଛି। ରତିପାଲି ଗାଁର ଧନୀରାମ ନାଏକଙ୍କ ଝିଅ ହିତେଶ୍ୱରୀ ଗତ ଜାନୁୟାରୀ ୩ ତାରିଖ ରାତିରେ କୁଆଡ଼େ ଘରୁ ଚାଲି ଯାଇଥିବା ନେଇ ନୂଆପଡ଼ା ଥାନାରେ ମାମଲା ଦାଏର ହୋଇଥିଲା। ଏନେଇ […]

ନୂଆପଡା: ନୂଆପଡ଼ା ସଦର ଥାନା ଅଧୀନ ଝିଲମିଲା-ରତିପାଲି ଗାଁର ଏକ ହତ୍ୟାକାଣ୍ଡ ଘଟଣାର ୧୦ ମାସପରେ ପୁଲିସ ମୃତଦେହ ଉଦ୍ଧାର କରିଛି। ଶତିଶଗଡ଼ରୁ ଏକ ବେନାମୀ ଚିଠି ଆସିବାପରେ ହତ୍ୟାକାଣ୍ଡର ଗୁମର ଖୋଲିବା ସହ ମାଟିତଳୁ ମୃତଦେହ ଉଦ୍ଧାର କରି ହତ୍ୟାକାରୀଙ୍କୁ ପୁଲିସ ଠାବ କରିଛି। ରତିପାଲି ଗାଁର ଧନୀରାମ ନାଏକଙ୍କ ଝିଅ ହିତେଶ୍ୱରୀ ଗତ ଜାନୁୟାରୀ ୩ ତାରିଖ ରାତିରେ କୁଆଡ଼େ ଘରୁ ଚାଲି ଯାଇଥିବା ନେଇ ନୂଆପଡ଼ା ଥାନାରେ ମାମଲା ଦାଏର ହୋଇଥିଲା। ଏନେଇ ପୁଲିସ ଖୋଜାଖୋଜି କଲାପରେ ମଧ୍ୟ କୌଣସି ସୁରାକ୍‍ ପାଇ ନ ଥିଲା। ଧନୀରାମଙ୍କ ସୂଚନାକ୍ରମେ ମଙ୍ଗଳବାର ପୁଲିସ ଝିଲମିଲା ଗାଁର ୫ଜଣ ଯୁବକଙ୍କୁ କାବୁକରି ଜେରା କରିଥିଲା। ମାରାଥନ ଜେରାପରେ ମାମଲାରୁ ପର୍ଦ୍ଦା ଉଠିଥିଲା। ଏଥିରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ସୋନୁ ସାହୁ(୩୨)ଙ୍କ ସୂଚନା ଆଧାରରେ ପୁଲିସ ଆରମ୍ଭ କରିଥିଲା ଛାନଭିନ। ମଙ୍ଗଳବାର ପୂର୍ବାହ୍ନ ୧୦ଟାବେଳେ ପୁଲିସ ସଦଳବଳ ଝିଲମିଲା ଗାଁରେ ଚଢ଼ଉ କରିଥିଲା। ଗାଁର ଦୁଖାଲୁ ଶବରଙ୍କ ଧାନ କ୍ଷେତରେ ମୃତଦେହକୁ ପୋତା ଯାଇଥିବା ଜଣାପଡ଼ିଥିଲା। ପୁଲିସ ଜେସିବିରେ ଖୋଳି ମୃତଦେହକୁ ମାଜିଷ୍ଟ୍ରେଟ ଉପସ୍ଥିତିରେ ବାହାର କରିଥିଲା।

09 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର