ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା: ୩ ଜଣଙ୍କର ସରିଲା ପଲିଗ୍ରାଫ ଟେଷ୍ଟ, ଲୁଟେରା ସହ କର୍ମଚାରୀଙ୍କ ରହିଛି ସମ୍ପର୍କ

The Sakala Picture
Published On

ଭୁବନେଶ୍ବର: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା । ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ସାରିଛି ପୋଲିସ ନିରଞ୍ଜନଙ୍କ ଘରେ କାମ କରୁଥିବା ୩ କର୍ମଚାରୀ ଓ ଡ୍ରାଇଭରଙ୍କ ପଲିଗ୍ରାଫ ଟେଷ୍ଟ ହୋଇଛି। ସେପଟେ ୨ଟି ରାଜ୍ୟରେ ଚଢ଼ାଉ ଜାରି ରଖିଛି ସ୍ପେଶାଲ ଟିମ ।  ଚୋରି ଦିନ ଲୁଟେରା ଏକ ଅଟୋରେ ଆସିଥିବା ଜାଣିବାକୁ ପାଇଛି ପୁଲିସ । ନୟାପଲ୍ଲୀରେ ଅଟୋରୁ ଓହ୍ଲାଇବା ପରେ ଚାଲି ଚାଲି ନିରଞ୍ଜନଙ୍କ ଘର ନିକଟକୁ ଯାଇଥିଲା । ପୂର୍ବରୁ […]

ଭୁବନେଶ୍ବର: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା । ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ସାରିଛି ପୋଲିସ ନିରଞ୍ଜନଙ୍କ ଘରେ କାମ କରୁଥିବା ୩ କର୍ମଚାରୀ ଓ ଡ୍ରାଇଭରଙ୍କ ପଲିଗ୍ରାଫ ଟେଷ୍ଟ ହୋଇଛି। ସେପଟେ ୨ଟି ରାଜ୍ୟରେ ଚଢ଼ାଉ ଜାରି ରଖିଛି ସ୍ପେଶାଲ ଟିମ ।  ଚୋରି ଦିନ ଲୁଟେରା ଏକ ଅଟୋରେ ଆସିଥିବା ଜାଣିବାକୁ ପାଇଛି ପୁଲିସ । ନୟାପଲ୍ଲୀରେ ଅଟୋରୁ ଓହ୍ଲାଇବା ପରେ ଚାଲି ଚାଲି ନିରଞ୍ଜନଙ୍କ ଘର ନିକଟକୁ ଯାଇଥିଲା । ପୂର୍ବରୁ ଏହି ଲୁଟେରା ଜଣଙ୍କ ପ୍ରଭାବଶାଳୀ ଠିକାଦାରଙ୍କ ଘରୁ ଚୋରି କରିଥିଲା । ଲୁଟେରା ସହ ନିରଞ୍ଜନଙ୍କ କର୍ମଚାରୀଙ୍କ ସମ୍ପର୍କ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଏ ନେଇ ସୂଚନା ପାଇବା ପରେ ପଲିଗ୍ରାଫ ଟେଷ୍ଟ କରିଛି ପୁଲିସ ।ଗତ ୨୫ ତାରିଖ ବିଳମ୍ବିତ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ହୋଇଥିଲା ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହୀରା, ସୁନା ଗହଣା ଓ ଅଢେଇ ଲକ୍ଷ ନଗଦ ଟଙ୍କା ଲୁଟ ହୋଇଥିଲା ।  ସାଧାରଣତନ୍ତ୍ର ଦିବସ ପୂର୍ବ ରାତିରେ ଏଭଳି ଲୁଟ ନେଇ ବଦନାମ ମୁଣ୍ଡାଇଥିଲା ପୁଲିସ । ନିରଞ୍ଜନ ମଧ୍ୟ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଥିଲେ । ହତ୍ୟା, ଅପହରଣ, ଲୁଟ, ଚୋରି ବଢିବା ନେଇ କ୍ଷୋଭ ପ୍ରକାଶ ମଧ୍ୟ କରିଥିଲେ। ପୁଲିସର ଅପାରଗତା ନେଇ ସବୁ ମହଲରୁ ନିନ୍ଦା କରାଯାଇଥିଲା ।  ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତକୁ ଧରିପାରିନାହିଁ ପୁଲିସଆଗକୁ ପାଲିଗ୍ରାଫ ଟେଷ୍ଟ ଜରିଆରେ ଅଭିଯୁକ୍ତକୁ ଧରାଯିବ ବୋଲି ଆଶା ରଖିଛି ପୁଲିସ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

06 Feb 2025 By The Sakala

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା: ୩ ଜଣଙ୍କର ସରିଲା ପଲିଗ୍ରାଫ ଟେଷ୍ଟ, ଲୁଟେରା ସହ କର୍ମଚାରୀଙ୍କ ରହିଛି ସମ୍ପର୍କ

ଭୁବନେଶ୍ବର: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା । ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ସାରିଛି ପୋଲିସ ନିରଞ୍ଜନଙ୍କ ଘରେ କାମ କରୁଥିବା ୩ କର୍ମଚାରୀ ଓ ଡ୍ରାଇଭରଙ୍କ ପଲିଗ୍ରାଫ ଟେଷ୍ଟ ହୋଇଛି। ସେପଟେ ୨ଟି ରାଜ୍ୟରେ ଚଢ଼ାଉ ଜାରି ରଖିଛି ସ୍ପେଶାଲ ଟିମ ।  ଚୋରି ଦିନ ଲୁଟେରା ଏକ ଅଟୋରେ ଆସିଥିବା ଜାଣିବାକୁ ପାଇଛି ପୁଲିସ । ନୟାପଲ୍ଲୀରେ ଅଟୋରୁ ଓହ୍ଲାଇବା ପରେ ଚାଲି ଚାଲି ନିରଞ୍ଜନଙ୍କ ଘର ନିକଟକୁ ଯାଇଥିଲା । ପୂର୍ବରୁ ଏହି ଲୁଟେରା ଜଣଙ୍କ ପ୍ରଭାବଶାଳୀ ଠିକାଦାରଙ୍କ ଘରୁ ଚୋରି କରିଥିଲା । ଲୁଟେରା ସହ ନିରଞ୍ଜନଙ୍କ କର୍ମଚାରୀଙ୍କ ସମ୍ପର୍କ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଏ ନେଇ ସୂଚନା ପାଇବା ପରେ ପଲିଗ୍ରାଫ ଟେଷ୍ଟ କରିଛି ପୁଲିସ ।ଗତ ୨୫ ତାରିଖ ବିଳମ୍ବିତ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ହୋଇଥିଲା ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହୀରା, ସୁନା ଗହଣା ଓ ଅଢେଇ ଲକ୍ଷ ନଗଦ ଟଙ୍କା ଲୁଟ ହୋଇଥିଲା ।  ସାଧାରଣତନ୍ତ୍ର ଦିବସ ପୂର୍ବ ରାତିରେ ଏଭଳି ଲୁଟ ନେଇ ବଦନାମ ମୁଣ୍ଡାଇଥିଲା ପୁଲିସ । ନିରଞ୍ଜନ ମଧ୍ୟ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଥିଲେ । ହତ୍ୟା, ଅପହରଣ, ଲୁଟ, ଚୋରି ବଢିବା ନେଇ କ୍ଷୋଭ ପ୍ରକାଶ ମଧ୍ୟ କରିଥିଲେ। ପୁଲିସର ଅପାରଗତା ନେଇ ସବୁ ମହଲରୁ ନିନ୍ଦା କରାଯାଇଥିଲା ।  ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତକୁ ଧରିପାରିନାହିଁ ପୁଲିସଆଗକୁ ପାଲିଗ୍ରାଫ ଟେଷ୍ଟ ଜରିଆରେ ଅଭିଯୁକ୍ତକୁ ଧରାଯିବ ବୋଲି ଆଶା ରଖିଛି ପୁଲିସ।

https://www.thesakala.in/latest-odisha-news/niranjan-patnaiks-house-robbery-incident-3-people-have-passed-polygraph-tests/article-38501
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର