ଭୟ ବଢ଼ାଉଛି କରୋନାର ନୂଆ ଭାରିଏଣ୍ଟ, ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି

The Sakala Picture
Published On

ଭୁବନେଶ୍ବର : ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’। ଦକ୍ଷିଣ ଆଫ୍ରିକାରୁ ଏହି ନୂଆ ଭାରିଏଣ୍ଟ ଏବେ ଅନ୍ୟ ୫ଟି ଦେଶକୁ ବ୍ୟାପି ସାରିଲାଣି। ଏହାକୁ ଦୃଷ୍ଟିରେ ରଖି ସବୁ ଦେଶରେ ଛନକା ପଶିଛି। କରୋନାର ନୂଆ ଭାରିଆଣ୍ଟକୁ ଦେଖି ରାଜ୍ୟ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି। ଆଉ କରୋନାର ନୂଆ ଭାରିଆଣ୍ଟ ପାଇଁ ଖୁବ ଶୀଘ୍ର ରାଜ୍ୟ ସରକାର ଆଡ଼ଭାଇଜରି ମଧ୍ୟ କରିବେ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଆଜି ଗଣାମଧ୍ୟମକୁ […]

ଭୁବନେଶ୍ବର : ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’। ଦକ୍ଷିଣ ଆଫ୍ରିକାରୁ ଏହି ନୂଆ ଭାରିଏଣ୍ଟ ଏବେ ଅନ୍ୟ ୫ଟି ଦେଶକୁ ବ୍ୟାପି ସାରିଲାଣି। ଏହାକୁ ଦୃଷ୍ଟିରେ ରଖି ସବୁ ଦେଶରେ ଛନକା ପଶିଛି। କରୋନାର ନୂଆ ଭାରିଆଣ୍ଟକୁ ଦେଖି ରାଜ୍ୟ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି। ଆଉ କରୋନାର ନୂଆ ଭାରିଆଣ୍ଟ ପାଇଁ ଖୁବ ଶୀଘ୍ର ରାଜ୍ୟ ସରକାର ଆଡ଼ଭାଇଜରି ମଧ୍ୟ କରିବେ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳୁନି ଶ୍ମଶାନ, ୩୬ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ

ଆଜି ଗଣାମଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର  କହିଛନ୍ତି ଯେ କରୋନାର ନୂଆ ଭାରିଏଣ୍ଟ ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି, ସେହି ଦେଶରୁ ଯେଉଁମାନେ ଆସିବେ ବିମାନବନ୍ଦରରେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ। ଯଦି ପଜିଟିଭ ଆସିଲା, ତାହେଲେ ସେମାନଙ୍କ ସାମ୍ପୁଲକୁ ଜେନଂ ସିକୁଏନ୍ସ ପାଇଁ ଆଇଏଲଏସକୁ ପଠାଯିବ। ବିଦେଶ ଫେରନ୍ତା ଉପରେ ରହିଛି ନଜର। ଯେଉଁମାନେ ବିଦେଶରୁ ଫେରିବେ, ସେମାନେ ୧୦ ଦିନ ସଙ୍ଗରୋଧରେ ରହିବେ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଦ୍ଵିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଇକ ଆଖଡାରେ ଦର୍ଶକ ବିଭୋର

ଏଥି ସହିତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ , ସିଡ଼ିଏମଓ ଓ ମୁନିସିପାଲିଟି କମିଶନରଙ୍କୁ ଚିଠି ଲେଖି ସତର୍କ ରହିବା ପାଇଁ ନିର୍ଦେଶ ଦେଇଛି। ସ୍କୁଲ କଲେଜ ହଷ୍ଟେଲରେ ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଫୋକସରେ ତିନି ‘ଟି’ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଦିଆଯାଇଛି। ସ୍କୁଲ କଲେଜରେ ଏବଂ ହଷ୍ଟେଲରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବା ପାଇଁ କୁହାଯାଇଛି। କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ କୁହାଯାଇଛି। ସ୍କୁଲ କଲେଜ ହଷ୍ଟେଲରେ ସର୍ଭିଲାନସି କରିବା ପାଇଁ ନିର୍ଦେଶ ଦିଆଯାଇଛି। ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛ ସ୍କୁଲ ନ ଆସିବା ପାଇଁ କୁହାଯାଇଛି। ଲକ୍ଷଣ ଥିଲେ ତାଙ୍କର ତୁରନ୍ତ ଟେଷ୍ଟ କରାଯିବାକୁ ବି କୁହାଯାଇଛି। ଯେଉଁଠି ଅଧିକ ସଂକ୍ରମଣ ବାହାରିବ, ତାହାକୁ ସିଲ କରାଯିବା ସହ ପୂର୍ବ ନିୟମକୁ କଡାକଡି ପାଳନ କରାଯିବ। ସମସ୍ତେ ସତର୍କ ରହିଲେ ତୃତୀୟ ଲହରକୁ ଏଡ଼ାଇ ଯାଇପାରିବା ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

27 Nov 2021 By The Sakala

ଭୟ ବଢ଼ାଉଛି କରୋନାର ନୂଆ ଭାରିଏଣ୍ଟ, ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର : ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’। ଦକ୍ଷିଣ ଆଫ୍ରିକାରୁ ଏହି ନୂଆ ଭାରିଏଣ୍ଟ ଏବେ ଅନ୍ୟ ୫ଟି ଦେଶକୁ ବ୍ୟାପି ସାରିଲାଣି। ଏହାକୁ ଦୃଷ୍ଟିରେ ରଖି ସବୁ ଦେଶରେ ଛନକା ପଶିଛି। କରୋନାର ନୂଆ ଭାରିଆଣ୍ଟକୁ ଦେଖି ରାଜ୍ୟ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି। ଆଉ କରୋନାର ନୂଆ ଭାରିଆଣ୍ଟ ପାଇଁ ଖୁବ ଶୀଘ୍ର ରାଜ୍ୟ ସରକାର ଆଡ଼ଭାଇଜରି ମଧ୍ୟ କରିବେ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ଆଜି ଗଣାମଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର  କହିଛନ୍ତି ଯେ କରୋନାର ନୂଆ ଭାରିଏଣ୍ଟ ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି, ସେହି ଦେଶରୁ ଯେଉଁମାନେ ଆସିବେ ବିମାନବନ୍ଦରରେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ। ଯଦି ପଜିଟିଭ ଆସିଲା, ତାହେଲେ ସେମାନଙ୍କ ସାମ୍ପୁଲକୁ ଜେନଂ ସିକୁଏନ୍ସ ପାଇଁ ଆଇଏଲଏସକୁ ପଠାଯିବ। ବିଦେଶ ଫେରନ୍ତା ଉପରେ ରହିଛି ନଜର। ଯେଉଁମାନେ ବିଦେଶରୁ ଫେରିବେ, ସେମାନେ ୧୦ ଦିନ ସଙ୍ଗରୋଧରେ ରହିବେ।

ଏଥି ସହିତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ , ସିଡ଼ିଏମଓ ଓ ମୁନିସିପାଲିଟି କମିଶନରଙ୍କୁ ଚିଠି ଲେଖି ସତର୍କ ରହିବା ପାଇଁ ନିର୍ଦେଶ ଦେଇଛି। ସ୍କୁଲ କଲେଜ ହଷ୍ଟେଲରେ ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଫୋକସରେ ତିନି ‘ଟି’ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଦିଆଯାଇଛି। ସ୍କୁଲ କଲେଜରେ ଏବଂ ହଷ୍ଟେଲରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବା ପାଇଁ କୁହାଯାଇଛି। କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ କୁହାଯାଇଛି। ସ୍କୁଲ କଲେଜ ହଷ୍ଟେଲରେ ସର୍ଭିଲାନସି କରିବା ପାଇଁ ନିର୍ଦେଶ ଦିଆଯାଇଛି। ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛ ସ୍କୁଲ ନ ଆସିବା ପାଇଁ କୁହାଯାଇଛି। ଲକ୍ଷଣ ଥିଲେ ତାଙ୍କର ତୁରନ୍ତ ଟେଷ୍ଟ କରାଯିବାକୁ ବି କୁହାଯାଇଛି। ଯେଉଁଠି ଅଧିକ ସଂକ୍ରମଣ ବାହାରିବ, ତାହାକୁ ସିଲ କରାଯିବା ସହ ପୂର୍ବ ନିୟମକୁ କଡାକଡି ପାଳନ କରାଯିବ। ସମସ୍ତେ ସତର୍କ ରହିଲେ ତୃତୀୟ ଲହରକୁ ଏଡ଼ାଇ ଯାଇପାରିବା ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର