କେଉଁଠି ବଟି ତ ଆଉ କେଉଁଠି ବ୍ଲାକ୍ମେଲିଂ; ଦେଢ଼ବର୍ଷରେ ବନ୍ଧାହେଲେଣି ୨୦ ପୋର୍ଟାଲ ସାମ୍ବାଦିକ
ଭୁବନେଶ୍ୱର: ବଟି, ଲାଞ୍ଚ, ଠକେଇ ଓ ଦୁର୍ନୀତିରେ ମାତିଛନ୍ତି କିଛି ୱେବ୍ ଚାନେଲ୍ର ସାମ୍ବାଦିକ। ସେମାନେ ଗଣମାଧ୍ୟମକୁ ମୋହରାକରି ବଟି ଆଦାୟ ସହ ଅପରାଧରେ ବ୍ୟସ୍ତ ରହୁଛନ୍ତି। ଖବର ସଂଗ୍ରହ ଓ ପରିବେଷଣ କମ୍ କରିବା ସହ ବଟି ଯୋଗାଡ଼ କରିବାରେ ବହୁ ସମୟ ଦେଉଛନ୍ତି। କେଉଁଠି ବଟି ତ ଆଉ କେଉଁଠି ବ୍ଲାକମେଲିଂରେ ମାତିଛନ୍ତି। ଏଭଳି ଭାବେ ରାଜଧାନୀରେ ୱେବ୍ ପୋର୍ଟାଲ ସହ ନକଲି ସାମ୍ବାଦିକ ଛାଇଁ ହୋଇଗଲାଣି। ଆଉ ଗୋଟିଏ ପରେ ଗୋଟିଏ ଅପରାଧରେ […]
ଭୁବନେଶ୍ୱର: ବଟି, ଲାଞ୍ଚ, ଠକେଇ ଓ ଦୁର୍ନୀତିରେ ମାତିଛନ୍ତି କିଛି ୱେବ୍ ଚାନେଲ୍ର ସାମ୍ବାଦିକ। ସେମାନେ ଗଣମାଧ୍ୟମକୁ ମୋହରାକରି ବଟି ଆଦାୟ ସହ ଅପରାଧରେ ବ୍ୟସ୍ତ ରହୁଛନ୍ତି। ଖବର ସଂଗ୍ରହ ଓ ପରିବେଷଣ କମ୍ କରିବା ସହ ବଟି ଯୋଗାଡ଼ କରିବାରେ ବହୁ ସମୟ ଦେଉଛନ୍ତି। କେଉଁଠି ବଟି ତ ଆଉ କେଉଁଠି ବ୍ଲାକମେଲିଂରେ ମାତିଛନ୍ତି। ଏଭଳି ଭାବେ ରାଜଧାନୀରେ ୱେବ୍ ପୋର୍ଟାଲ ସହ ନକଲି ସାମ୍ବାଦିକ ଛାଇଁ ହୋଇଗଲାଣି। ଆଉ ଗୋଟିଏ ପରେ ଗୋଟିଏ ଅପରାଧରେ ସଂଶ୍ଲିଷ୍ଟ ରହିବା ସହ କଳଙ୍କରେ ଯୋଡ଼ି ହେଉଛନ୍ତି ୱେବ୍ ପୋର୍ଟାଲର ସାମ୍ବାଦିକ। ଏଭଳିଭାବେ ଦେଢ଼ ବର୍ଷରେ ବଟି , ବ୍ଲାକମେଲିଂ, ହତ୍ୟା ଭଳି ସଙ୍ଗିନ ଅପରାଧରେ ଜଡ଼ିତ ରହିଥିବା ୨୦ରୁ ଊର୍ଦ୍ଧ୍ବ ସାମ୍ବାଦିକଙ୍କୁ ବାନ୍ଧିଲାଣି କମିସନରେଟ ପୁଲିସ।
-
‘ସମ୍ପୂର୍ଣ୍ଣ’ ୱେବ୍ ପୋର୍ଟାଲ୍ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କର କିଛି ସହଯୋଗୀ ମିଶି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ପରେ ନୟାଗଡ଼ରେ ମୃତାେଦହ ପୋତି ଦେଇଥିଲେ। ପରେ ଶର୍ମିଷ୍ଠାଙ୍କ ସମେତ ଏଥିରେ ସମ୍ପୃକ୍ତି ଅଭିଯୋଗରେ ୫ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୁଲିସ।
-
ଖଣି ବ୍ୟବସାୟୀଙ୍କୁ ଅପହରଣ କରି ୨୦ ଲକ୍ଷ ଟଙ୍କା ମୁଣ୍ଡଜାମିନ୍ କରିଥିଲେ ଏକ ୱେବ୍ଚ୍ୟାନେଲର କିଛି ସାମ୍ବାଦିକ। ଏଥିରେ ସମ୍ପୃକ୍ତି ରହିଥିବା ୬ଜଣଙ୍କୁ ନନ୍ଦନକାନନ ଥାନା ପୁଲିସ ଗିରଫ କରିଥିଲା। ଆଉ ସେମାନଙ୍କ କବଳରୁ ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇଥିଲା। କିଛି ଦିନ ଏକ ବନ୍ଦ କୋଠରି ଘରେ ଏମାନେ ବ୍ୟବସାୟୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ।
-
ପାତ୍ରପଡ଼ାର ଜ୍ୟୋତି ଟ୍ରେଡର୍ସ ନାମକ ଏକ ତେଲ କମ୍ପାନୀ ମାଲିକକୁ ବ୍ଲାକ୍ମେଲିଂ କରି ଦେଢ଼ଲକ୍ଷ ଟଙ୍କା ବଟି ମାଗିଥିଲେ କିଛି ୱେବ୍ ଚାନେଲ ସାମ୍ବାଦିକ। ଏଥିରେ ପୁଲିସ ୩ଟି ଚାନେଲର ୬ଜଣ ସାମ୍ବାଦିକଙ୍କୁ ଗିରଫ କରିଥିଲା ତମାଣ୍ଡୋ ଥାନା ପୁଲିସ।
ଜଗତସିଂହପୁରରୁ ଭୁବନେଶ୍ୱରକୁ ବଜ୍ରକାପ୍ତା ଚାଲାଣ କରୁଥିଲେ ଏକ ୱେବ୍ଚ୍ୟାନେଲ ସାମ୍ବାଦିକ। ସ୍ପେଶାଲ ଟାସ୍କ ଫୋର୍ସ କଳିଙ୍ଗ ଷ୍ଟୁଡିଓ ଛକରୁ ଅଭିଯୁକ୍ତ ଚିତ୍ରସେନ ସାହୁକୁ ଗିରଫ କରିଥିଲା। ସେ ବିଭିନ୍ନ ପୁଲିସର ଯାଞ୍ଚ ପଏଣ୍ଟରେ ନିଜର ପରିଚୟପତ୍ରକୁ ଦେଖାଇ ଗାଡ଼ି ବଜ୍ରକାପ୍ତା ଚାଲାଣ କରାଯାଉଥିବା ଗାଡ଼ିକୁ ଅତିକ୍ରମ କରାଇବାରେ ସହାୟତା କରୁଥିବା ପୁଲିସ ଜାଣିବାକୁ ପାଇଥିଲା।
-
ମହିଳାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲୀଳ ଭିଡିଓରେ ଯୋଡ଼ି ଭାଇରାଲ କରିବାକୁ ଧମକ ଦିଆଯାଇଥିଲା। ଏଥିରେ ସମ୍ପୃକ୍ତି ରହିଥିବା ୱେବ୍ ଚାନେଲର ସାମ୍ବାଦିକ ସୌମ୍ୟରଞ୍ଜନ ସାମନ୍ତରାୟକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଥିଲା। ପରେ ଅଭିଯୁକ୍ତର ଅନେକ କଳାକାରନାମା ପଦାକୁ ଆସିଥିଲା।
-
ବ୍ରହ୍ମପୁରର ଏମ୍କେସିଜିରେ ନାମଲେଖାଇ ଦେବାକୁ କହି ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୱେବ୍ ପୋର୍ଟାଲ ସାମ୍ବାଦିକ ସୁନୀଲ ସାମନ୍ତରାୟକୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୁଲିସ।