ପୁଣି ଆସୁଛି ଆଉ ଏକ ପଶ୍ଚିମା ଝଡ଼, ରାଜ୍ୟରେ ୨୬ରୁ ବଢ଼ିବ ବର୍ଷା

The Sakala Picture
Published On

ଭୁବନେଶ୍ୱର: ୨୬ ତାରିଖରୁ ପୁଣି ଗୋଟିଏ ପଶ୍ଚିମା ଝଡ଼ ଓଡ଼ିଶାରେ ପ୍ରଭାବ ପକାଇବ। ୨୬ ତାରିଖରୁ ପରବର୍ତ୍ତୀ ୨-୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ବର୍ଷା ବୃଦ୍ଧି ହେବ। ଏଥିପାଇଁ ୨୬ରୁ ରାଜ୍ୟରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ମୁଖ୍ୟତଃ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ଓ ଉପକୂଳ ଅଭ୍ୟନ୍ତୀରଣରେ ଓଡ଼ିଶାରେ ବର୍ଷାର ପ୍ରକୋପ ରହିବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୬ରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, […]

ଭୁବନେଶ୍ୱର: ୨୬ ତାରିଖରୁ ପୁଣି ଗୋଟିଏ ପଶ୍ଚିମା ଝଡ଼ ଓଡ଼ିଶାରେ ପ୍ରଭାବ ପକାଇବ। ୨୬ ତାରିଖରୁ ପରବର୍ତ୍ତୀ ୨-୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ବର୍ଷା ବୃଦ୍ଧି ହେବ। ଏଥିପାଇଁ ୨୬ରୁ ରାଜ୍ୟରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ମୁଖ୍ୟତଃ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ଓ ଉପକୂଳ ଅଭ୍ୟନ୍ତୀରଣରେ ଓଡ଼ିଶାରେ ବର୍ଷାର ପ୍ରକୋପ ରହିବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୬ରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହି ସମୟରେ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବୃଦ୍ଧି ହେବା ସହ ଘଣ୍ଟା ପ୍ରତି ୩୦-୪୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ଗତ ୨-୩ ଦିନ ରାଜ୍ୟରେ ପଶ୍ଚିମା ଝଡ଼ ନିଷ୍କ୍ରିୟ ହୋଇଯାଇଥିଲଲେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

24 Mar 2023 By The Sakala

ପୁଣି ଆସୁଛି ଆଉ ଏକ ପଶ୍ଚିମା ଝଡ଼, ରାଜ୍ୟରେ ୨୬ରୁ ବଢ଼ିବ ବର୍ଷା

ଭୁବନେଶ୍ୱର: ୨୬ ତାରିଖରୁ ପୁଣି ଗୋଟିଏ ପଶ୍ଚିମା ଝଡ଼ ଓଡ଼ିଶାରେ ପ୍ରଭାବ ପକାଇବ। ୨୬ ତାରିଖରୁ ପରବର୍ତ୍ତୀ ୨-୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ବର୍ଷା ବୃଦ୍ଧି ହେବ। ଏଥିପାଇଁ ୨୬ରୁ ରାଜ୍ୟରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ମୁଖ୍ୟତଃ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ଓ ଉପକୂଳ ଅଭ୍ୟନ୍ତୀରଣରେ ଓଡ଼ିଶାରେ ବର୍ଷାର ପ୍ରକୋପ ରହିବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୬ରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହି ସମୟରେ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବୃଦ୍ଧି ହେବା ସହ ଘଣ୍ଟା ପ୍ରତି ୩୦-୪୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ଗତ ୨-୩ ଦିନ ରାଜ୍ୟରେ ପଶ୍ଚିମା ଝଡ଼ ନିଷ୍କ୍ରିୟ ହୋଇଯାଇଥିଲଲେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ଜାରି ରହିଛି।

https://www.thesakala.in/latest-odisha-news/nayagarh/weather-update-rain-will-increase-in-the-state-from-26th/article-20077
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର