କୁଆଡ଼େ ଗଲେ ଘରଚଟିଆ !

The Sakala Picture
Published On

‘କିଚିରି ମିଚିରି ଶବଦ କରେ, ଘରେଘରେ ନୀଡ଼ ରଚନା କରେ / କହି କି ପାରିବ ତା’ ନାମ ପିଲେ?’ ଏକଦା ଦ୍ୱିତୀୟ ଶ୍ରେଣୀ ବହିରେ ଲେଖାଥିବା ଏହି ମନଛୁଅାଁ ଗୀତିପ୍ରଶ୍ନର ଉତ୍ତର ହେଉଛି ‘ଘରଚଟିଆ’। କିନ୍ତୁ ଆଗଭଳି ଆଉ ଘରଚଟିଆ ଆଖପାଖରେ ଦେଖାଯାଉ ନାହାନ୍ତି। ଗାଁ ଗହଳିରେ ଚାଳଛପର ମାଟିଘର ଏବେ ଆଉ ନାହିଁ କି ଝଙ୍କାଳିଆ ଗଛ, ଗହଳିଆ ବୁଦା ମଧ୍ୟ ନାହିଁ। ସହର କଥା ନ କହିବା ଭଲ। ଏବେ ଘରଚଟିଆ ବଦଳରେ […]

‘କିଚିରି ମିଚିରି ଶବଦ କରେ, ଘରେଘରେ ନୀଡ଼ ରଚନା କରେ / କହି କି ପାରିବ ତା’ ନାମ ପିଲେ?’ ଏକଦା ଦ୍ୱିତୀୟ ଶ୍ରେଣୀ ବହିରେ ଲେଖାଥିବା ଏହି ମନଛୁଅାଁ ଗୀତିପ୍ରଶ୍ନର ଉତ୍ତର ହେଉଛି ‘ଘରଚଟିଆ’। କିନ୍ତୁ ଆଗଭଳି ଆଉ ଘରଚଟିଆ ଆଖପାଖରେ ଦେଖାଯାଉ ନାହାନ୍ତି। ଗାଁ ଗହଳିରେ ଚାଳଛପର ମାଟିଘର ଏବେ ଆଉ ନାହିଁ କି ଝଙ୍କାଳିଆ ଗଛ, ଗହଳିଆ ବୁଦା ମଧ୍ୟ ନାହିଁ। ସହର କଥା ନ କହିବା ଭଲ। ଏବେ ଘରଚଟିଆ ବଦଳରେ ଆମେ ତା’ର ଛବି ଦେଖୁଛେ। ଅଥବା ତା’କୁ ନେଇ ଲିଖିତ କବିତା ଓ ଗଳ୍ପ ଆଦି ପଢ଼଼ି ତା’କୁ ମନେ ପକାଉଛେ। ବର୍ତ୍ତମାନର ପ୍ରାକୃତିକ ପରିବେଶରୁ ଘରଚଟିଆ ଯେ ଅବକ୍ଷୟମୁଖୀ ପ୍ରାୟ, ତାହା ଆଉ ବିସ୍ମୟ ହୋଇ ରହିନାହିଁ। ଇଣ୍ଟରନ୍ୟାସନାଲ ୟୁନିୟନ୍‌‌ ଫର କଞ୍ଜରଭେସନ୍‌‌ ଅଫ ନ୍ୟାଚୁରାଲ ରିସୋର୍ସେସ୍‌‌ର ତଥ୍ୟ ଅନୁସାରେ ପୃଥିବୀରେ ଘରଚଟିଆ ସଂଖ୍ୟାର ୮୦ ଭାଗରୁ ଅଧିକ କମିଗଲାଣି। ଏହାର ଅର୍ଥ ପ୍ରତି ଶହେଟି ଭିତରୁ ବଞ୍ଚିଛନ୍ତି ପାଖାପାଖି ୨୦ଟି। ଶସ୍ୟ କ୍ଷେତ୍ରରେ ଅପକାରୀ କୀଟ, ଉଈ, ଝିଣ୍ଟିକା ଓ ଅନେକ କୀଟକୁ ଏମାନେ ଖାଇ ଫସଲ ରକ୍ଷା କରିଥା’ନ୍ତି। ଶସ୍ୟ କ୍ଷେତ୍ରରେ କୀଟନାଶକ ବ୍ୟବହାର ଦ୍ୱାରା ଏମାନଙ୍କର ମୃତ୍ୟୁ ଘଟୁଥିବା ପରିବେଶବିତ୍‌‌ମାନେ କହିଛନ୍ତି। କେବଳ ସେତିକି ନୁହେଁ, ମୋବାଇଲ ଫୋନ ନେଟୱର୍କ ଟାୱାରରୁ ବାହାରୁଥିବା ବିଦ୍ୟୁତ୍‌‌-ଚୁମ୍ୱକୀୟ ବିକିରଣ ସଂସ୍ପର୍ଶରେ ଆସି ସେମାନଙ୍କ ସଂଖ୍ୟା କମି ଯାଉଛି।

ଘରଚଟିଆର ବୈଜ୍ଞାନିକ ନାମ ପାର୍ସେରିଡ୍‌‌। ୧୪ରୁ ୧୫ସେମି ଲମ୍ବ ବିଶିଷ୍ଟ ଏହି ଧୂସର ରଙ୍ଗର କ୍ଷୁଦ୍ର ପକ୍ଷୀ ଭାରତ ସମେତ ବ୍ରିଟେନ୍‌‌, ଫ୍ରାନ୍ସ, ପ୍ୟାରିସ୍‌‌, ଜର୍ମାନୀ, ବେଲଜିୟମ୍‌‌, ଇଟାଲୀ, ନେଦରଲ୍ୟାଣ୍ଡ, ଫିନ୍‌‌ଲ୍ୟାଣ୍ଡ ଓ ସମସ୍ତ ଭୂମଧ୍ୟସାଗରୀୟ ଅଞ୍ଚଳରେ ଦେଖାଯା’ନ୍ତି। ସ୍ତ୍ରୀ ଘରଚଟିଆର ମଥା ଓ ଗଳା ଧୂସର ରଙ୍ଗର ଓ ପୁରୁଷ ଘରଚଟିଆର ଏହି ସବୁଅଂଶ ଈଷତ କଳା। ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଯେଉଁଠି ମାନବ ସଭ୍ୟତା ଗଢ଼ି ଉଠିଛି ଘରଚଟିଆ ସେଇଠି ନିଜର ବସା ତିଆରି କରିଛି। ପ୍ରାଚୀନ ଗ୍ରୀକ୍‌‌ ସାହିତ୍ୟ ଅନୁଯାୟୀ ଘରଚଟିଆ ପ୍ରେମର ଦେବୀ ଆଫ୍ରୋଡାଇଟ୍‌‌ଙ୍କ ପବିତ୍ର ପକ୍ଷୀ ଏବଂ ଶାଶ୍ୱତ ପ୍ରେମ ଓ ଆତ୍ମିକ ସଂଯୋଗର ବାର୍ତ୍ତାବହ। ତେଣୁ ଗ୍ରୀକ୍‌‌ରେ ଘରଚଟିଆକୁ ‘ପ୍ରେମର ପକ୍ଷୀ’ ଭାବରେ ଗଣାଯାଏ। ଇଣ୍ଡୋନେସିଆରେ ଘରଚଟିଆ ଦୈବାତ୍‌‌ ଘର ଭିତରକୁ ପଶି ଆସିବା ଶୀଘ୍ର ବିବାହ ଯୋଗ କିମ୍ୱା ନବଜନ୍ମର ଶୁଭସଙ୍କେତ ବୋଲି ଧରାଯାଏ। ସେହିଦେଶରେ ଘଟଚଟିଆକୁ ଜନ୍ମ, ବିବାହ, ମାତୃତ୍ୱ ଲାଭ, ବର୍ଷା ଏବଂ ଅନ୍ୟାନ୍ୟ ସୁସମାଚାରର ବାର୍ତ୍ତାବହ ରୂପେ ସୂଚିତ କରାଯାଇଛି। ସେହିପରି ଚୀନ୍‌‌ରେ ବିଶ୍ୱାସ ରହିଛି ଯେ ଘରଚଟିଆ ଯଦି ଘରକୁ ଉଡ଼ିଆସେ ତେବେ ନିକଟ ଭବିଷ୍ୟତରେ ଭାଗ୍ୟରେ ପରିବର୍ତ୍ତନ ଘଟି ଶୁଭଫଳ ମିଳିଥାଏ। ସେଠାରେ ମଧ୍ୟ ଘରଚଟିଆକୁ ସୁଖ ଏବଂ ବସନ୍ତ ଆଗମନର ଶୁଭସଙ୍କେତ ବୋଲି କୁହାଯାଇଥାଏ। ୟୁରୋପରେ ମଧ୍ୟଯୁଗରେ ଘରଚଟିଆମାନଙ୍କୁ ଗରିବ କୃଷକ ଏବଂ ନିମ୍ନମଧ୍ୟବିତ୍ତ ବର୍ଗର ଲୋକଙ୍କ ପ୍ରତିନିଧି ବୋଲି ଧରାଯାଉଥିଲା। ପୁରାତନ ସେଲ୍ଟିକ୍‌‌ (ଇଣ୍ଡୋ-ଜର୍ମାନୀୟ) ପରମ୍ପରାରେ ଘରଚଟିଆମାନଙ୍କୁ ପାରମ୍ପରିକ ଜ୍ଞାନର ରକ୍ଷକ ଭାବେ ଲୋକମାନେ ମାନୁଥିଲେ। ଆଧୁନିକ ଯୁଗରେ ଘରଚଟିଆମାନଙ୍କୁ ଅନେକ ସ୍ଥାନରେ ଆନନ୍ଦ, ସାମ୍ପ୍ରଦାୟିକ ସଦ୍‌‌ଭାବ, ଏକତା, ସୁରକ୍ଷା, ସରଳତା, କଠିନ ପରିଶ୍ରମ ଓ ଆଧ୍ୟାତ୍ମିକ ମୂଲ୍ୟବୋଧର ପ୍ରତୀକ ଭାବରେ ଗ୍ରହଣ କରାଯାଏ। ବିଶ୍ୱର ଅନେକ ଦେଶର ସଂସ୍କୃତିରେ ମଧ୍ୟ ଘରଚଟିଆକୁ ‘ଶୁଭପକ୍ଷୀ’ ଭାବେ ମାନ୍ୟତା ମିଳିଛି। ଅନେକ ନାବିକ ସମୁଦ୍ରରେ ମରିଗଲେ ସେମାନଙ୍କ ଆତ୍ମା ସ୍ୱର୍ଗଗାମୀ ହେବ ବୋଲି ବିଶ୍ୱାସ କରି ପାରମ୍ପରିକ ଘରଚଟିଆ ଚିତା ଶରୀରରେ କୁଟେଇଥା’ନ୍ତି। ସେହିଭଳି ଅନେକ ଲୋକ ନିଜ ପରଲୋକ ପ୍ରାପ୍ତ ହୋଇଯାଇଥିବା ପ୍ରିୟଜନଙ୍କ ଆତ୍ମାକୁ ସ୍ମରଣ କରିବା ପାଇଁ ଘରଚଟିଆ ଚିତା (ଟାଟୁ) କୁଟାଇବାକୁ ପସନ୍ଦ କରନ୍ତି। ଘଟଚଟିଆର ଟାଟୁ ସ୍ୱାଧୀନତା, ଅଭିବ୍ୟକ୍ତି, ଅବିଚଳିତ, ସ୍ଥିତପ୍ରଜ୍ଞ, ପରିସ୍ଥିତିରୁ ଶିକ୍ଷା ଓ ଅଭିଜ୍ଞତା, ପରିବେଶ ସହିତ ଖାପ୍‌‌ଖୁଆଇ ଚଳିବା ଓ ଆତ୍ମନିୟନ୍ତ୍ରଣକୁ ସୂଚିତ କରାଏ। ଓଡ଼ିଶାରେ ଘରଚଟିଆକୁ ନେଇ ଏକ ପ୍ରବାଦ ଅଛି। ତାହା ହେଉଛି ଯଦି ଘରଚଟିଆ ଧୂଳିସ୍ନାନ କରେ ଅଥବା ଧୂଳିରେ ଖେଳିବାକୁ ଲାଗେ, ତେବେ କିଛିଦିନ ଭିତରେ ବର୍ଷା ହେବାର ସଙ୍କେତ ମିଳେ। ଘରଚଟିଆ ଘରେ ବସା କଲେ ଘରେ ଲକ୍ଷ୍ମୀ ବାସ କରନ୍ତି ବୋଲି ମଧ୍ୟ ବିଶ୍ୱାସ ରହିଛି।

ଜର୍ମାନ ଲେଖକ ଗ୍ରୀମ୍‌‌ ଭ୍ରାତାଦ୍ୱୟ (ଗ୍ରୀମ୍‌‌ ବ୍ରଦର୍ସ) ୧୮୧୨ ମସିହାରେ ‘ଦି ଡଗ୍‌‌ ଆଣ୍ଡ୍‌‌ ସ୍ପାରୋ’ ନାମକ କାହାଣୀ ଲେଖିଥିଲେ। ଏଥିରେ ଏକ ଘରଚଟିଆ ଓ ଏକ କ୍ଷୁଧାର୍ତ୍ତ କୁକୁର ସହ ବନ୍ଧୁତା ଓ ପ୍ରତିଶୋଧ ବିଷୟରେ ଉଲ୍ଲେଖ ରହିଛି। ଭାରତରେ ପଣ୍ଡିତ ବିଷ୍ଣୁଶର୍ମା ବିରଚିତ ସଂସ୍କୃତ ନୀତିଶିକ୍ଷା ‘ପଞ୍ଚତନ୍ତ୍ର’ର ପ୍ରଥମ ଭାଗ ‘ମିତ୍ରଭେଦ’ରେ ‘ଘରଚଟିଆ ଏବଂ ଉନ୍ମତ୍ତ ହାତୀ’ ନାମକ କାହାଣୀ ରହିଛି। ଘରଚଟିଆକୁ ନେଇ ଆହୁରି ଅନେକ ରୋଚକ କଥା ରହିଛି। କର୍ଣ୍ଣାଟକର ଚିକାବଲ୍ଲୀପୁର ଜିଲ୍ଲାର ବାସବପାଟନା ନାମକ ଏକ ଗ୍ରାମରେ ଗୋଟିଏ ଘରଚଟିଆର ସମାଧି ନିର୍ମାଣ କରାଯାଇଛି। ଘରଚଟିଆ ସଂରକ୍ଷଣ କଥା ଉଠିଲେ ଯାହାଙ୍କ ନାମ ପ୍ରଥମେ ଆସେ ସେ ହେଉଛନ୍ତି ମହମ୍ମଦ ଦିଲାବର୍‌‌, ଯିଏକି ୨୦୧୦ ମସିହାଠାରୁ ଘରଚଟିଆ ସୁରକ୍ଷା ଓ ସଂରକ୍ଷଣ ପାଇଁ ଅନନ୍ୟ ଯୋଜନା କରିବାକୁ ମନସ୍ଥ କରିଥିଲେ। ମହାରାଷ୍ଟ୍ର ରାଜ୍ୟର ନାସିକର ବାସିନ୍ଦା ଦିଲାବର୍‌‌ ‘ନେଚର୍‌‌ ଫର ଏଭର୍‌‌ ସୋସାଇଟି(ଏନ୍‌‌ଏଫ୍‌‌ଏସ୍‌‌)’ ନାମକ ଏକ ସଂସ୍ଥା ଗଢ଼ିଥିଲେ। ସେ ସେହି ସଂସ୍ଥା ମାଧ୍ୟମରେ ଘରଚଟିଆ ସଂରକ୍ଷଣ ଅଭିଯାନ ଆରମ୍ଭ କରିଥିଲେ। ଏନ୍‌‌ଏଫ୍‌‌ଏସ୍‌‌, ବିଏନ୍‌‌ଏଚ୍‌‌ଏସ୍‌‌, କୋର୍ଣ୍ଣେଲ୍‌‌ ଲ୍ୟାବ ଅଫ୍‌‌ ଓର୍ଣ୍ଣିଥୋଲୋଜି(ଆମେରିକା), ଇକୋ-ସିଷ୍ଟମ ଆକ୍ସନ ଫାଉଣ୍ଡେସନ (ଫ୍ରାନ୍ସ), ଏଭନ୍‌‌ ୱାଇଲ୍ଡ ଲାଇଫ ଟ୍ରଷ୍ଟ (ଇଂଲଣ୍ଡ) ଏବଂ ଅନ୍ୟାନ୍ୟ ଜାତୀୟ ତଥା ଅନ୍ତର୍ଜାତୀୟ ସଂସ୍ଥା ଆନୁକୂଲ୍ୟରେ ଏହି ଯୋଜନାର ଅୟମାରମ୍ଭ କରାଯାଇଥିଲା। ଦିଲାବର୍‌‌ ପ୍ରଥମେ ପ୍ରଥମେ ନିଜ ସଂସ୍ଥା ଦ୍ୱାରା କେବଳ ଘରଚଟିଆ ବସା ନିର୍ମାଣ କରି ବିତରଣ କରୁଥିଲେ। ପରେ ଘଟଚଟିଆମାନଙ୍କୁ ଖାଦ୍ୟ ଆଦି ବିତରଣ ଉଦ୍ୟମ ଆରମ୍ଭ କଲେ। ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ଅଫିସ୍‌‌ କମ୍ପେ୍ଲକ୍ସ, ସପିଂ ମଲ୍‌‌, ସ୍କୁଲ, କଲେଜରେ ସଚେତନତା ବାର୍ତ୍ତା ପ୍ରେରଣ କରିବା ଏବଂ ଘରଚଟିଆମାନଙ୍କୁ ସଂରକ୍ଷଣ କରିବାର ମହତ୍ତ୍ୱ ବିଷୟରେ ପ୍ରଚାର କରିବା ପାଇଁ ବିଭିନ୍ନ ପ୍ରକାରର ସଭା, ସମିତି ଓ ପ୍ରଦର୍ଶନୀର ଆୟୋଜନ କରିବା। ଏହି ପରିପ୍ରେକ୍ଷୀରେ ତାଙ୍କ କାର୍ଯ୍ୟ ଏବଂ ଯୋଜନା ୫୦ରୁ ଊର୍ଦ୍ଧ୍ବ ଦେଶର ଲୋକ ଆପଣେଇଛନ୍ତି। ଆମ ଦେଶର କୋଣ ଅନୁକୋଣରୁ ପ୍ରାୟ ୪୦ ହଜାରରୁ ଅଧିକ ଲୋକ ତାଙ୍କ ସହ ମିଶି ଏହି ଅଭିଯାନକୁ ସଫଳ କରିବାରେ ସହାୟତା କରୁଛନ୍ତି। ପ୍ରତିବର୍ଷ ଘରଚଟିଆ ଦିବସ(ମାର୍ଚ୍ଚ ୨୦) ପାଳନ ଅବସରରେ ଘରଚଟିଆ ତଥା ପକ୍ଷୀମାନଙ୍କ ସଂରକ୍ଷଣ ଅଭିଯାନକୁ ସଫଳ ରୂପାୟନ କରୁଥିବା ବ୍ୟକ୍ତିବିଶେଷଙ୍କୁ ସେ ନିଜ ସଂସ୍ଥା ତରଫରୁ ପୁରସ୍କୃତ କରି ଉତ୍ସାହ ମଧ୍ୟ ବଢ଼଼ାଉଛନ୍ତି। ବିହାରର ଘରଚଟିଆ ସଂରକ୍ଷକ ତଥା ଭାରତୀୟ ସୂଚନା ସଂସ୍ଥା (ଆଇଆଇଏସ୍‌‌)ର ଅଫିସର ତଥା ପାଟନା ୟୁନିଟ୍‌‌ ପ୍ରେସ୍‌‌ ଇନଫର୍ମେସନ୍‌‌ ବ୍ୟୁରୋ (ପିଆଇବି)ର ସହନିର୍ଦ୍ଦେଶକ ରୂପେ କାମ କରିଥିବା ସଞ୍ଜୟ କୁମାରଙ୍କ କହିବା ମୁତାବକ ପ୍ରତ୍ୟେକ ମାସରେ ନିଜ ଦରମାରୁ କିଛି ପଇସା କେବଳ ଘରଚଟିଆଙ୍କ ପାଇଁ ଖର୍ଚ୍ଚ କରନ୍ତି। ଏହି ପରିପ୍ରେକ୍ଷୀରେ ସାରାଦେଶରୁ ତାଙ୍କ ସହ ପ୍ରାୟ ୨ ହଜାରରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି। ଘରଚଟିଆ ସଂରକ୍ଷଣ ଅଭିଯାନ ପାଇଁ ଚାରିଆଡେ ୱେବିନାର୍‌‌ ଏବଂ ପ୍ରଦର୍ଶନୀର ଆୟୋଜନ କରି ଲୋକଙ୍କୁ ସଚେତନ କରୁଛନ୍ତି।

ଓଡ଼ିଶାରେ ଘରଚଟିଆ ସଂରକ୍ଷଣ ଅଭିଯାନ କଥା ଉଠିଲେ ଗଞ୍ଜାମ ଜିଲ୍ଲାର ପୁରୁଣାବନ୍ଧ ଗାଁର ରବୀନ୍ଦ୍ର ମୋହନ ସାହୁଙ୍କ ନାମ ପ୍ରଥମେ ଆସେ। ତାଙ୍କ କହିବା ଅନୁସାରେ, ଯେତେବେଳେ ତାଙ୍କ ଗାଁରେ ତାଙ୍କ ବନ୍ଧୁ ଘରଚଟିଆ ଫୋଟୋ ଉଠାଇବା ପାଇଁ ଗୋଟିଏ ବି ଘରଚଟିଆ ପାଇଲେ ନାହିଁ, ସେହିଦିନଠାରୁ ହିଁ ସେ ଘରଚଟିଆ ସଂରକ୍ଷଣ ବିଷୟରେ ଚିନ୍ତା କଲେ। କମ୍‌‌ ଖର୍ଚ୍ଚରେ ବସା ତିଆରି କରିବା, ଦିନରେ ତିନିଥର ବସା ନିକଟରେ ଖାଦ୍ୟ ଥୋଇବା କାମ ପ୍ରଥମେ ଆରମ୍ଭ କଲେ। ଏହାପରେ ଆକସ୍ମିକ ଭାବେ ଘରଚଟିଆ ସଂଖ୍ୟା ବୃଦ୍ଧି ପାଇଥିଲା। ସେହିଦିନଠାରୁ ସେ ସମସ୍ତଙ୍କୁ ମାଗଣାରେ କୃତ୍ରିମ ବସା ବିତରଣ କରନ୍ତି ଏବଂ ବସା ନିକଟରେ ଖାଦ୍ୟ ଓ ଜଳ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଅନ୍ତି। ଆମ ରାଜ୍ୟର ବିଭିନ୍ନ ଜିଲ୍ଲା ଅନ୍ତର୍ଗତ ଭିନ୍ନ ଭିନ୍ନ ଅଞ୍ଚଳରେ ସେ ଘରଚଟିଆ ସଂରକ୍ଷଣ ଅଭିଯାନ ଚଳାଇଛନ୍ତି। ସୁନ୍ଦରଗଡ଼ର ବଣାଇ, ଟେନସା ମାଇନ୍ସ, କେଉଁଝର, ପାରାଦୀପ, ରାଉରକେଲା, ସୋନପୁର, ଆଠଗଡ଼, ବଡ଼ମ୍ୱା, ନରସିଂହପୁର, ଭୁବନେଶ୍ୱର, ବାଲୁଗାଁ, ଅନୁଗୁଳ, ଗୋପାଳପୁର, ବ୍ରହ୍ମପୁର ନିକଟସ୍ଥ ବାଘଝରି, ବିରିବାଟିଆ ଆଦି ସ୍ଥାନରେ ସେ ଏହି ଅଭିଯାନ ଚାଲୁ ରଖିଛନ୍ତି। ସିମଳା, ବିଶାଖାପାଟଣା, ହାଇଦ୍ରାବାଦ, ବେଙ୍ଗାଲୁରୁ ଆଦି ରାଜ୍ୟଗୁଡ଼ିକରେ ମଧ୍ୟ ରବୀନ୍ଦ୍ର ନିଜ ଅଭିଯାନ ଚଳାଇଛନ୍ତି। ଏଥିପାଇଁ ସେ ଉଚ୍ଚପ୍ରଶଂସିତ ଓ ପୁରସ୍କୃତ ମଧ୍ୟ ହୋଇଛନ୍ତି। ପୁରୀ ଜିଲ୍ଲାର ଅଗ୍ରଣୀ ପରିବେଶ ସୁରକ୍ଷା ସଂସ୍ଥା ‘ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ’ ନୟାଗଡ଼ ଜିଲ୍ଲାରେ ବ୍ୟାପକ ଭାବେ ଘରଚଟିଆ ସଂରକ୍ଷଣ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ଯୁବକ ଏବଂ ଆଖପାଖ ଦଶଖଣ୍ଡ ଗାଁର ଲୋକ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ୨୦୧୨ରେ ଦିଲ୍ଲୀ ସରକାର ଓ ୨୦୧୪ରେ ବିହାର ସରକାର ଘରଚଟିଆକୁ ‘ରାଜ୍ୟପକ୍ଷୀ’ର ମାନ୍ୟତା ଦେଇଥିବାବେଳେ ବ୍ୟାପକ କାର୍ଯ୍ୟକ୍ରମ ସହ ପିଲାଙ୍କ ପାଠ୍ୟକ୍ରମରେ ମଧ୍ୟ ଘରଚଟିଆ ବିଷୟ ସ୍ଥାନିତ ହୋଇଛି।

ଏହି କ୍ଷୁଦ୍ର ପକ୍ଷୀର ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ସହ କୃଷକମାନେ ଜୈବିକ କୃଷି ଆପଣେଇବା ପାଇଁ ବଚନବଦ୍ଧ ହେବା ଆବଶ୍ୟକ। ଖରାଦିନ ହେଉ ଅବା ଶୀତଦିନ, ଘରର ଛାତ ଉପରେ ଘରଚଟିଆ ପାଇଁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବା ଦରକାର। ସେହିପରି ନିଜ ଛାତରେ କିମ୍ୱା ଖୋଲା ସ୍ଥାନରେ ଗୋଟିଏ ଗୋଟିଏ କୃତ୍ରିମ ବସା ମଧ୍ୟ ନିର୍ମାଣ କରିବା ଆବଶ୍ୟକ। ବିକାଶ ଚନ୍ଦ୍ର ବେହେରା, କଟକ, ମୋ: ୮୯୧୭୪୨୬୧୩୭

20 Mar 2023 By The Sakala

https://www.thesakala.in/latest-odisha-news/nayagarh/sakala-article-20-march-2023-1/article-19959
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର