ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ନୟାଗଡର ‘ରାଜଗିରି’ ପାହାଡ଼
ନୟାଗଡ (ଅନିଲ କୁମାର ପଣ୍ଡା): ନୟାଗଡ ଜିଲ୍ଲାର ସବୁଠାରୁ ଉଚ୍ଚା ପାହାଡ଼ ରାଜଗିରି। ପ୍ରାକୃତିକ ପର୍ଯ୍ୟଟନ ପାଇଁ ଏକ ଉକୃଷ୍ଠ ସ୍ଥାନ। ମହାମହୋପାଧ୍ୟାୟ ପଠାଣି ସାମନ୍ତ ଚନ୍ଦ୍ରଶେଖର ଏହି ପାହାଡ଼କୁ ଦୁଇଟି ନଳୀ ଦ୍ୱାରା ମାପ କରିବା ଏବଂ ରାଜଗିରି ପାହାଡ଼ ଉପରେ ବସି ସିନ୍ଧାନ୍ତ ଦର୍ପଣର କିଛି ଅଂଶ ରଚନା କରିଥିବା ସୂଚନା ରହିଛି। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମାଳିସାହିରେ ଅବସ୍ଥାନ ସମୟରେ ଢେଙ୍କେଣା ମଠରେ ସିଦ୍ଧିପ୍ରାପ୍ତ ହେବା ସହ ରାଜଗିରି ପାହାଡ଼ ତାଙ୍କ ସାଧାନାର […]
ନୟାଗଡ (ଅନିଲ କୁମାର ପଣ୍ଡା): ନୟାଗଡ ଜିଲ୍ଲାର ସବୁଠାରୁ ଉଚ୍ଚା ପାହାଡ଼ ରାଜଗିରି। ପ୍ରାକୃତିକ ପର୍ଯ୍ୟଟନ ପାଇଁ ଏକ ଉକୃଷ୍ଠ ସ୍ଥାନ। ମହାମହୋପାଧ୍ୟାୟ ପଠାଣି ସାମନ୍ତ ଚନ୍ଦ୍ରଶେଖର ଏହି ପାହାଡ଼କୁ ଦୁଇଟି ନଳୀ ଦ୍ୱାରା ମାପ କରିବା ଏବଂ ରାଜଗିରି ପାହାଡ଼ ଉପରେ ବସି ସିନ୍ଧାନ୍ତ ଦର୍ପଣର କିଛି ଅଂଶ ରଚନା କରିଥିବା ସୂଚନା ରହିଛି। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମାଳିସାହିରେ ଅବସ୍ଥାନ ସମୟରେ ଢେଙ୍କେଣା ମଠରେ ସିଦ୍ଧିପ୍ରାପ୍ତ ହେବା ସହ ରାଜଗିରି ପାହାଡ଼ ତାଙ୍କ ସାଧାନାର ଅନ୍ୟତନ ସ୍ଥାନ ବୋଲି କୁହାଯାଏ।
ନୟାଗଡ ବନଖଣ୍ଡ ଅଧିନସ୍ଥ ନୟାଗଡ ବନାଞ୍ଚଳ ଏବଂ ଖଣ୍ଡପଡା ବନାଞ୍ଚଳର ସୀମାନ୍ତରେ ରହିଛି ରାଜଗିରି। ନୟାଗଡ ସଦରବ୍ଲକ ପାଣିପୋଇଲାଠାରୁ ହାତୀମୁଣ୍ଡା ଜଙ୍ଗଲକୁ ଯିବା ପରେ ରାଜଗିରି ଯିବାକୁ ରାସ୍ତା ରହିଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ୩ଟି ଝରଣା ଏହି ସ୍ଥାନକୁ ଘେରି ରହିଛି। ରାସ୍ତାରେ ଯିବା ସମୟରେ କଦଳୀଗଣ୍ଡ ଝରଣା, ମୁକ୍ତାଝର ଝରଣା ଦେଖିବାକୁ ମିଳୁଛି। କଦଳୀ ଝରଣାରେ ପର୍ଯ୍ୟଟକମାନେ ଗାଧୋଇବାର ମଜା ନେଉଥିବା ବେଳେ ମୁକ୍ତାଝର ପାହାଡ ଶିଖରୁ ବହି ଆସି ବେଶ ଆକର୍ଷଣୀୟ ପାଲଟୁଛି। ସେହିଭଳି ଭାବେ ରାଜଗିରି ପାହାଡ଼ ଅଗ୍ରଭାଗଠାରୁ ଅନତି ଦୂରରେ ରହିଛି ଗୁଲୁବାସ ଝରଣା। ଯାହା ବର୍ଷାସାରା ପର୍ଯ୍ୟଟକଙ୍କୁ ଆକୃଷ୍ଠ କରୁଛି। ସମାନଭାବେ ରାଜଗିରି ପାହାଡ ଠାରୁ ଅନତି ଦୂରରେ ରହିଛି ଏକ ରହସ୍ୟମୟ ଗୁମ୍ଫା। ଯେଉଁ ଗୁମ୍ଫାର ତିନୋଟି ରାସ୍ତା ରହିଥିବା ବେଳେ ୨ଟି ରାସ୍ତା କାଳକ୍ରମେ ବନ୍ଦ ହୋଇଯାଇଛି। ଏହି ଗୁମ୍ଫା ମଧ୍ୟରେ ଅନେକ ଐତିହାସିକ କଥା ଲୁଚି ରହିଛି। ଉକ୍ତ ଗୁମ୍ଫା ନିକଟରେ ମାନସିକ ଧାରୀମାନେ ପଥର ଖଣ୍ଡ ପକାଇ ମାନସିକ କରିଥାନ୍ତି।
କାହିଁ କେଉଁ କାଳରୁ ପାହାଡ଼ ଶିଖରରେ ପୂଜା ପାଉଛନ୍ତି ମହାବୀର। ମହାବୀରଙ୍କ ପାଦ ଚିହ୍ନ ପାହାଡ ଶିଖରରେ ରହିଥିବା ବେଳେ ଏକ ଛୋଟ ମନ୍ଦିର ରହିଛି। ମହାବୀର ପ୍ରତ୍ୟକ୍ଷ ବୋଲି ସ୍ଥାନୀୟ ଅଞ୍ଚଳରେ କୁହାଯାଏ। ମନ୍ଦିରକୁ ଲାଗି ରହିଥିବା ବିଶାଳ ପଥର ଚଟାଣ ଉପରେ ରାତ୍ରିଯାପନ କଲେ ମଶା କିମ୍ୱା ମାଛିଟିଏ ବି ଉକ୍ତ ସ୍ଥାନକୁ ଆସିନଥାଏ। ବିଳମ୍ୱିତ ରାତ୍ରିରେ ପାହାଡ ଉପରକୁ ସଙ୍କୀର୍ତ୍ତନ, ଘଣ୍ଟ ଏବଂ ଶଙ୍ଖ ଧ୍ୱନି ଶୁଭିଥାଏ। ଧର୍ମିୟ ଭାବନାରେ ଏଠାରେ ଅନେକ ଅନେକ ମୁନିଋଷି ସାଧନା କରି ସିଦ୍ଧିପ୍ରାପ୍ତ ହୋଇଥିବା ଜଣାଯାଏ। ମହାମହୋପାଧ୍ୟାୟ ପଠାଣି ସାମନ୍ତ ଚନ୍ଦ୍ର ଶେଖର ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାଧନାରେ ରାଜଗିରି ପାହାଡର ଭୂମିକା ଅନନ୍ୟ ବୋଲି ଅନେକ ପୁସ୍ତକରୁ ଜଣାଯାଏ। ପାହାଡ ଶିଖରରେ ମହାବୀରଙ୍କ ସହିତ ମହାଦେବ ପୂଜା ପାଉଛନ୍ତି। ସେଠାରେ ଥିବା ଏକ କଇଁଆ ଗଛ ମୂଳରେ ପୂଜା ପାଉଛନ୍ତି ମା’ ଖଣ୍ଟାଦୁର୍ଗା। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମାଳିସାହି ଗ୍ରାମବାସୀ ଏହି ସ୍ଥାନର ଉନ୍ନତୀ ଓ ବିକାଶ ପାଇଁ ବାରମ୍ୱାର ଦାବି କରି ଆସୁଛନ୍ତି। ମହାବୀର ସେବା ସଂଘ ନାମରେ ମାଳିସାହି ଯୁବ ସମାଜ ଏବଂ ଗ୍ରାମବାସୀ ପୀଠର ଉନ୍ନତୀ ପାଇଁ ଚେଷ୍ଟା କରୁଛନ୍ତି। ମହାବୀର ମନ୍ଦିର ନିର୍ମାଣ ଅଧା ଅଧୁରା ଅବସ୍ଥାରେ ରହିଥିବା ବେଳେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ସେମାନେ ସରକାରଙ୍କୁ ବାରମ୍ୱାର ନିବେଦନ କରିଛନ୍ତି।
ପର୍ଯ୍ୟଟକମାନେ ଉକ୍ତ ସ୍ଥାନରେ ରୋଷେଇ ତଥା ବଣଭୋଜି କରିବା ପାଇଁ ଏକ ଚାଳିଆ ନିର୍ମାଣ କରାଯାଇଛି। ୧୬ ଶହ ଫୁଟ ଉଚ୍ଚତା ବିଶିଷ୍ଟ ପାହାଡ ଉପରକୁ ଦୂରରେ ଥିବା ଏକ ଝରଣାରୁ ପିଇବା ପାଣି ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ୩ କିଲୋମିଟର ପାଇପ ମାଧ୍ୟମରେ ପାଣି ପାହାଡ଼ ଶିଖରରେ ପହଞ୍ଚୁଛି। ମାଳିସାହି ପଞ୍ଚାୟତ ଏବଂ କ୍ରିଦାଶପୁର ପଞ୍ଚାୟତ ତରଫରୁ ପାହାଡ ଉପରେ ଦୁଇଟି ସୋଲାର ଲାଇଟ୍ ବ୍ୟବସ୍ଥା କରାଯାଇଛି। ଜଙ୍ଗଲ ମଧ୍ୟରେ ପାଦଚଲା ରାସ୍ତାରେ ଏହି ସ୍ଥାନକୁ ଯାତାୟତ କରାଯାଉଥିବାରୁ ଜଙ୍ଗଲ ବିଭାଗ ମାଟି, ମୋରମ ରାସ୍ତା ନିର୍ମାଣ କରିବା ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ବଣଭୋଜି ପାଇଁ ଏହି ସ୍ଥାନ ନିଆରା। ପାହାଡ ଶିଖରରେ ଆମିଷ ବାରଣ ରହିଥିବା ବେଳେ ତଳେ ରହିଥିବା କଦଳୀ ଗଣ୍ଡ ଝରଣା ଏବଂ ମୁକ୍ତାଝର ଝରଣାରେ ଆମିଷ ରୋଷେଇ କରାଯାଉଛି। ଅନେକ ଦାତାଙ୍କ ସୌଜନ୍ୟରୁ ପାହାଡ଼ ଶିଖରରେ ରୋଷେଇ ସାମଗ୍ରୀ ମହଜୁଦ ରହିଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକଙ୍କ ରାଜଗିରି ଆସୁଥିବା ବେଳେ ଅନେକ ଏଠାରେ ରାତ୍ରିଯାପନ କରିଥାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ଥାନର ଉନ୍ନତୀ ପାଇଁ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି।