ବର୍ଷା ବଢିବା ସହ ବୃଦ୍ଧି ପାଉଛି ମହାନଦୀର ଜଳସ୍ତର : ଆସିପାରେ ବଡ଼ ବନ୍ୟା, ହାଇଆଲର୍ଟରେ ସରକାର

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଲାଗିରହିଛି। ଏହି ଲଘୁଚାପ ବର୍ତ୍ତମାନ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ନେବ ଅବପାତର ରୂପ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଅର୍ଥାତ ୧୪ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ୭ଟି ଜିଲ୍ଲାକୁ ରେଡ୍ ୱାଣ୍ଣିଂ ଜାରି କରାଯାଇଛି । କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଢେଙ୍କାନାଳରେ […]

ଭୁବନେଶ୍ବର : ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଲାଗିରହିଛି। ଏହି ଲଘୁଚାପ ବର୍ତ୍ତମାନ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ନେବ ଅବପାତର ରୂପ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଆସନ୍ତାକାଲି ଅର୍ଥାତ ୧୪ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ୭ଟି ଜିଲ୍ଲାକୁ ରେଡ୍ ୱାଣ୍ଣିଂ ଜାରି କରାଯାଇଛି । କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଢେଙ୍କାନାଳରେ ବାଦଲଫଟା ବର୍ଷା ବା ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ସେହିଭଳି ୧୫ ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାରେ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି ।ସେହିପରି ୧୫ ତାରିଖ ସକାଳ ୮ଟା ୩୦ ପର୍ୟ୍ୟନ୍ତ ୧୦ଟି ଜିଲ୍ଲାକୁ ରେଡ୍ ୱାଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟରେ ବର୍ଷାର ପରିମାର ବଢିବା ସହ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରବଳ ବନ୍ୟା ଜଳ ପ୍ରବେଶ କରୁଛି। ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଶନିବାର ସନ୍ଧ୍ୟା ସୁଦ୍ଧା ୩୪ଟି ଗେଟ ଦେଇ ମହାନଦୀକୁ ଜଳ ନିଷ୍କାସନ ହେଉଛି। ହୀରାକୁଦକୁ ଇନ ଫ୍ଲୋ ୪ ଲକ୍ଷ ୬୬ ହଜାର କ୍ୟୁସେକ, ଆଉଟ ଫ୍ଲୋ ହେଉଛି ୫ ଲକ୍ଷ ।ହୀରାକୁଦରେ ଜଳସ୍ତର ବର୍ତ୍ତମାନ ୬୧୭ ଫୁଠ ରହିଛି । ଏହାକୁ ୬୧୬ କରିବା ଲାଗି ଚେଷ୍ଟା କରାଯିବ । ଅଗଷ୍ଟ ୧୫ ତାରିଖ ସକାଳ ସୁଦ୍ଧା ମୁଣ୍ଡୁଳିରେ ପିକ ୭ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଆଗକୁ ଛତିଶଗଡ଼ରେ ବର୍ଷା ହେବ ବୋଲି ଆଇଏମଡି ସୂଚନା ଦେଇଛି । ସେହିପରି ଓଡ଼ିଶାରେ ମଧ୍ୟ ଆସନ୍ତା ୨ ଦିନ ବର୍ଷା ହେବ ବୋଲି ସୂଚନା ରହିଛି ।

ଏଭଳି ବର୍ଷା ଆହୁରି ଦୁଇ ଦିନ ଜାରି ରହିଲେ ନିଶ୍ଚିତ ଭାବରେ ମହାନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ଏଥିରେ ଆଶଙ୍କା ନାହିଁ। ଏବେ ତୁହାକୁ ତୁହା ବର୍ଷା ଲଗିରହିଛି। ସେଥିପାଇଁ ଏବେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି ପର୍ଯ୍ୟାୟ କ୍ରମେ ଜଳଭଣ୍ଡାରର ଗେଟ ମଧ୍ୟ ଖୋଲାଯାଉଛି।  ଯଦି ଏଭଳି ବର୍ଷା ପରିସ୍ଥିତି ଲାଗି ରହେ ଏବଂ ହୀରାକୁଦ ଜଳ ଭଣ୍ଡାରର ଆହୁରି ଗେଟ ଖୋଲେ ତା ହେଲେ ବନ୍ୟା ପରିସ୍ଥିତି କୁ ଏଡ଼ାଇ ଦିଆଯାଇ ନ ପାରେ। ନିଶ୍ଚିତ ବନ୍ୟା ଆଶଙ୍କା କରାଯାଇପାରେ।

ଅନ୍ୟପଟେ  ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଆରସି କହିଛନ୍ତି ଯେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।ଜିଲ୍ଲାପାଳମାନଙ୍କୁ ଏସ୍‌ଆରସି କହିଛନ୍ତି, ବର୍ଷା ଓ ବନ୍ୟା ଯୋଗୁଁ କିଛି ସ୍ଥାନରେ ବନ୍ୟାଜଳ ସମସ୍ୟା ସୃଷ୍ଟି କରିପାରେ। ସେହିପରି ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ସହରର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

ସେପଟେ ଲଘୁଚାପ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି । ୮ ଜିଲ୍ଲା ପାଇଁ ୬ ଅଫିସରଙ୍କୁ ଦାୟିତ୍ୱ । ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲି (୧୪ ତାରିଖ) ଅପରାହ୍ନରୁ ଏହି ଅଧିକାରୀମାନେ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବେ । ପୁରୀ ଜିଲ୍ଲା ପାଇଁ ଚିନ୍ମୟ ରଂଜନ ରାଉତ, ଜଗତସିଂହପୁର ପାଇଁ ବିଜୟ କୁୂମାର ସାମଲ, କଟକ ପାଇଁ ବାଲେଶ୍ୱର ନାଥ ସାହୁ, କେନ୍ଦ୍ରାପଡ଼ା ପାଇଁ ପୂର୍ଣ୍ଣଚନ୍ଦ୍ର ରଥ, ଯାଜପୁର ଓ ଭଦ୍ରକ ପାଇଁ ଧନେଶ୍ୱର ସାମଲ, ଖୋର୍ଦ୍ଧା ଓ ନୟାଗଡ଼ ବିଘ୍ନରାଜ ପୁରୋହିତଙ୍କୁ ଦାୟିତ୍ଵ ଦିଆଯାଇଛି।

ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ସତର୍କ ହୋଇଛି ଅଗ୍ନିଶମ ବିଭାଗ । ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ୧୪ଟି ଜିଲ୍ଲାର ଅଗ୍ନିଶମ ଅଧିକାରୀ ଓ କର୍ମଚାରୀଙ୍କୁ ଛୁଟି ବାତିଲ କରାଯାଇଛି । ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ । ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର, ଜଳବନ୍ଦୀ ଅଞ୍ଚଳରୁ ପାଣି ନିଷ୍କାସନ ଆଦି ଦାୟିତ୍ୱ ତୁଲାଇବେ ଅଗ୍ନିଶମ କର୍ମଚାରୀ । ତେଣୁ ୧୪ଟି ଜିଲ୍ଲାର କୌଣସି ଅଗ୍ନିଶମ ବିଭାଗର ଅଧିକାରୀ କିମ୍ବା କର୍ମଚାରୀ ଛୁଟିକୁ ବାତିଲ କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ଗଜପତି, କଳାହାଣ୍ଡି, ବୌଦ୍ଧ, ଫୁଲବାଣୀ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ. ବାଲେଶ୍ୱର, ବାରିପଦା ଓ ପୁରୀ ଜିଲ୍ଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର