ଅବସର ପରେ ଉତ୍ସାହର ଉତ୍ସ ପାଲଟିଛି ‘ଡ୍ରାଗନ୍ ଫ୍ରୁଟ୍’
ନୟାଗଡ଼ରୁ (ଅନୀଲ କୁମାର ପଣ୍ଡା): ଅବସର ପରେ ଲୋକେ ଭାବନ୍ତି ଏବେ ଖାଲି ଘରେ ବସିବାର ସମୟ। କିନ୍ତୁ ଜୀବନ ତ ଷାଠିଏ ବର୍ଷରେ ଶେଷ ହୁଏନି। ଅନ୍ୟମାନଙ୍କ ପାଇଁ ନ ହେଲେ ମଧ୍ୟ ନିଜ ପାଇଁ ତ ବହୁତ କିଛି କରିବାକୁ ଥାଏ। ସରକାରୀ ଚାକିରିରୁ ଅବସର ନେବା ପରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ପନ୍ତିଖାରି ଗାଁର ସୁରେଶ ହୋତା ଅନେକ ଅବସରପ୍ରାପ୍ତ ଲୋକଙ୍କ ପାଇଁ ଉତ୍ସାହର ଉତ୍ସ ପାଲଟିଛନ୍ତି। ଡ୍ରାଗନ ଫ୍ରୁଟ୍ ଚାଷ […]
ନୟାଗଡ଼ରୁ (ଅନୀଲ କୁମାର ପଣ୍ଡା): ଅବସର ପରେ ଲୋକେ ଭାବନ୍ତି ଏବେ ଖାଲି ଘରେ ବସିବାର ସମୟ। କିନ୍ତୁ ଜୀବନ ତ ଷାଠିଏ ବର୍ଷରେ ଶେଷ ହୁଏନି। ଅନ୍ୟମାନଙ୍କ ପାଇଁ ନ ହେଲେ ମଧ୍ୟ ନିଜ ପାଇଁ ତ ବହୁତ କିଛି କରିବାକୁ ଥାଏ। ସରକାରୀ ଚାକିରିରୁ ଅବସର ନେବା ପରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ପନ୍ତିଖାରି ଗାଁର ସୁରେଶ ହୋତା ଅନେକ ଅବସରପ୍ରାପ୍ତ ଲୋକଙ୍କ ପାଇଁ ଉତ୍ସାହର ଉତ୍ସ ପାଲଟିଛନ୍ତି। ଡ୍ରାଗନ ଫ୍ରୁଟ୍ ଚାଷ କରି ସୁରେଶ ତାଙ୍କ ଅବସର ଜୀବନକୁ ଚଳଚଞ୍ଚଳ କରି ରଖିଛନ୍ତି।
ନୟାଗଡ଼ ମାଟିରେ ବିଦେଶୀ ଫଳ ଫଳାଇ ଚର୍ଚ୍ଚାକୁ ଆସିଛନ୍ତି ଅବସରପ୍ରାପ୍ତ ଉପ ବନ ସଂରକ୍ଷକ ସୁରେଶ ଚନ୍ଦ୍ର ହୋତା। ୨୦୨୧ ଏପ୍ରିଲ ମାସରେ ଅବସର ଗ୍ରହଣ କରିବା ପରେ ଏକ ଭିନ୍ନ କାର୍ଯ୍ୟ କରିବା ପାଇଁ ମନସ୍ଥ କଲେ। ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ପଥରା ନିକଟରେ ଥିବା ଜମିରେ ସେ ଏକ ଫାର୍ମ ନିର୍ମାଣ କରିଥିଲେ। ଉକ୍ତ ଫାର୍ମର ୪ ଏକର ଜମିରେ ବିଦେଶୀ ଫଳ ଡ୍ରାଗନ୍ ଫଳାଇବାକୁ ଚିନ୍ତା କରିଥିଲେ। ଉଦ୍ୟାନ ବିଭାଗ ସହାୟତାରେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ। ଦୈନିକ ଶ୍ରମିକ ନିୟୋଜନ କରି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ରାଜ୍ୟ ବାହାରୁ ଚାରା ଆଣି ଲଗାଇଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କେହି କେହି ଏହି ମାଟି ଓ ଜଳବାୟୁରେ ଡ୍ରାଗନ୍ ଫଳିବ ନାହିଁ ବୋଲି ମତ ଦେଇଥିଲେ।
କାହାରି କଥା ନଶୁଣି ନିଜର ଚେଷ୍ଟା ଓ ଅଭିଜ୍ଞତା ବଳରେ ସେ ତାଙ୍କର ପରିଶ୍ରମ ଜାରି ରଖିଥିଲେ। ବୋରୱେଲ୍ ମାଧ୍ୟମରେ ବୁନ୍ଦା ଜଳସେଚନ, ଜୈବିକ ସାର ପ୍ରୟୋଗ କରି ଚଳିତ ବର୍ଷ ପ୍ରଥମ କରି ଡ୍ରାଗନ୍ ଉତ୍ପାଦନ କରିଥିବା ଶ୍ରୀଯୁକ୍ତ ହୋତା ସୂଚନା ଦେଇଛନ୍ତି। ରାସାୟନିକ ଖତକୁ ବ୍ୟବହାର ନ କରି ଗୋବର ଖତ, ଜିଆଖତ, ନିମ୍ୱ ପିଡ଼ିଆ ବ୍ୟବହାର କରାଯାଉଥିବା ବେଳେ ନିଜସ୍ୱ ଉତ୍ପାଦିତ ଖତର ବ୍ୟବହାର କରିଥାନ୍ତି। ଗୋମୂତ୍ର, କଞ୍ଚା ଗୋବର ଖତ, ନିମ୍ୱ ପତ୍ର, ଅରଖପତ୍ର, ବେସନ, ଗୁଡ଼, ଦୁରୁଦୁରା ପତ୍ର, ଧୁଅାଁ ପତ୍ର, ରସୁଣ, କଞ୍ଚାଲଙ୍କାର ମିଶ୍ରଣରେ ନିର୍ମିତ ଏହି ଖତ ତାଙ୍କୁ ସଫଳତା ଦେବାରେ ସହାୟକ ହୋଇଛି।
ଫାର୍ମ ଚାରିପାଖରେ ସପୁରୀ, କଦଳୀ, ଆମ୍ୱ, ପିଜୁଳି, ପଣସ, ବରକୋଳି, କଖାରୁ, ମୂଳା, ହଳଦୀ, ଧନିଆ, ଗୁଜୁରାତି, ମହୁଚାଷ ସହିତ ଗୋଲାପ ଫୁଲ ମିଶ୍ରିତ ଭାବରେ ଚାଷ କରିଛନ୍ତି।
ଡ୍ରାଗନ୍ ଚାଷରେ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବିନିଯୋଗ କରାଯାଇଥିବା ବେଳେ ଚଳିତ ବର୍ଷ ୨ ଲକ୍ଷ ଟଙ୍କାର ବିକ୍ରି ହୋଇଥିବା କହିଛନ୍ତି। ସ୍ଥାନୀୟ ବଜାର, ନୟାଗଡ଼ ସହର ଓ ଭୁବନେଶ୍ୱରକୁ ଡ୍ରାଗନ୍ ପଠାଯାଇଥିବା କହିଛନ୍ତି। ଆସନ୍ତା ବର୍ଷ ଅଧିକ ଅମଳ ହେବ ବୋଲି ଆଶାବାଦୀ ଅଛନ୍ତି। ଡ୍ରାଗନ୍ ଫ୍ରୁଟ୍ ତାଙ୍କୁ ନୂଆ ପରିଚୟ ଦେଇଥିବା ସେ କହିଛନ୍ତି।
ଯୁବପିଢି ଚାଷ ପ୍ରତି ବିମୁଖ ନହୋଇ ଧୈର୍ଯ୍ୟର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏବର୍ଷ ସମସ୍ତ କାମ ଶେଷ ହୋଇଥିବା ବେଳେ ଉତ୍ପାଦନ ଦ୍ୱିଗୁଣିତ ହେବ ବୋଲି ଉଦ୍ୟାନ କୃଷି ଅଧିକାରୀ ଅଜିତ୍ କୁମାର ନାୟକ ସୂଚନା ଦେଇଛନ୍ତି। ଫାର୍ମରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ଚଳିତ ବର୍ଷ ଉଠିବା ସହ ଲାଭ ନିଶ୍ଚିତ ବାହାରିବ ବୋଲି ଆଶାବାଦି ଅଛନ୍ତି। ମାର୍କେଟରେ ଡ୍ରାଗନ ଫ୍ରୁଟ୍ର ଡିମାଣ୍ଡ ରହୁଥିବାରୁ ବିକ୍ରି ପାଇଁ କୌଣସି ଅସୁବିଧା ରହୁ ନ ଥିବା ସେ କହିଛନ୍ତି।