ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ: ପାସ ହାରରେ ନୟାଗଡ଼ ଆଗରେ, ପଛରେ ବୌଦ୍ଧ ଓ ଗଜପତି

The Sakala Picture
Published On

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ତେବେ  ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଥିବା ବେଳେ ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି। ଏଥିସହ ଉଭୟ ବାଣିଜ୍ୟ ଓ ବିଜ୍ଞାନରେ ପାସ ହାରରେ ନୟାଗଡ଼ ଜିଲ୍ଲା ଆଗରେ […]

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ତେବେ  ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଥିବା ବେଳେ ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି। ଏଥିସହ ଉଭୟ ବାଣିଜ୍ୟ ଓ ବିଜ୍ଞାନରେ ପାସ ହାରରେ ନୟାଗଡ଼ ଜିଲ୍ଲା ଆଗରେ ରହିଛି । ନୟାଗଡ଼ ଜିଲ୍ଲାରେ ବାଣିଜ୍ୟରେ ପାସ ହାର ୯୩.୯ ପ୍ରତିଶତ ରହିଥିବା ବେଳେ ବିଜ୍ଞାନରେ ୯୬.୪୧ ପ୍ରତିଶତ ରହିଛି। ସେହପରି ବିଜ୍ଞାନରେ ୬୧.୫୫ ପ୍ରତିଶତ ସହ ସର୍ବନିମ୍ନ ପାସହାର ଗଜପତି ରହିଥିବା ବେଳେ ବାଣିଜ୍ୟରେ ସର୍ବନିମ୍ନ ପାସହାର ବୌଦ୍ଧ ଜିଲ୍ଲା ୫୫.୫୫ ପ୍ରତିଶତ ରହିଛି। ବିଜ୍ଞାନରେ ୯୨ହଜାର ୯୫୦ ଓ ବାଣିଜ୍ୟରେ ୨୪ ହଜାର ୦୮୨ ଜଣ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୧ଲକ୍ଷ ୧୭ହଜାର ୦୩୨ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ବିଜ୍ଞାନରେ ୯୨,୯୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବ ବେଳେ ୭୮,୯୩୮ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାଣିଜ୍ୟରେ ମୋଟ୍ ପରୀକ୍ଷାର୍ଥୀ ୨୪,୦୮୨ ରହିଥିବା ବେଳେ ୧୯,୫୩୬ ଛାତ୍ରଛାତ୍ରୀ ପାସ୍  ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୭୪୧୦ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୪୫୪୩ ଓ  ତୃତୀୟ ଶ୍ରେଣୀରେ ୭୯୨୨ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

31 May 2023 By The Sakala

ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ: ପାସ ହାରରେ ନୟାଗଡ଼ ଆଗରେ, ପଛରେ ବୌଦ୍ଧ ଓ ଗଜପତି

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ତେବେ  ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଥିବା ବେଳେ ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି। ଏଥିସହ ଉଭୟ ବାଣିଜ୍ୟ ଓ ବିଜ୍ଞାନରେ ପାସ ହାରରେ ନୟାଗଡ଼ ଜିଲ୍ଲା ଆଗରେ ରହିଛି । ନୟାଗଡ଼ ଜିଲ୍ଲାରେ ବାଣିଜ୍ୟରେ ପାସ ହାର ୯୩.୯ ପ୍ରତିଶତ ରହିଥିବା ବେଳେ ବିଜ୍ଞାନରେ ୯୬.୪୧ ପ୍ରତିଶତ ରହିଛି। ସେହପରି ବିଜ୍ଞାନରେ ୬୧.୫୫ ପ୍ରତିଶତ ସହ ସର୍ବନିମ୍ନ ପାସହାର ଗଜପତି ରହିଥିବା ବେଳେ ବାଣିଜ୍ୟରେ ସର୍ବନିମ୍ନ ପାସହାର ବୌଦ୍ଧ ଜିଲ୍ଲା ୫୫.୫୫ ପ୍ରତିଶତ ରହିଛି। ବିଜ୍ଞାନରେ ୯୨ହଜାର ୯୫୦ ଓ ବାଣିଜ୍ୟରେ ୨୪ ହଜାର ୦୮୨ ଜଣ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୧ଲକ୍ଷ ୧୭ହଜାର ୦୩୨ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି।

ବିଜ୍ଞାନରେ ୯୨,୯୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବ ବେଳେ ୭୮,୯୩୮ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାଣିଜ୍ୟରେ ମୋଟ୍ ପରୀକ୍ଷାର୍ଥୀ ୨୪,୦୮୨ ରହିଥିବା ବେଳେ ୧୯,୫୩୬ ଛାତ୍ରଛାତ୍ରୀ ପାସ୍  ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୭୪୧୦ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୪୫୪୩ ଓ  ତୃତୀୟ ଶ୍ରେଣୀରେ ୭୯୨୨ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର