ରାଜ୍ୟରେ ୧୩ ତାରିଖ ଯାଏଁ ଲାଗି ରହିବ ବର୍ଷା, ଆସନ୍ତା ୨ ଦିନ ପ୍ରବଳ ବର୍ଷା ସମ୍ଭାବନା

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଲାଗାଣ ବର୍ଷା ଫଳରେ ଦୁଇ ବର୍ଷ କରୋନା ପରେ ଚଳିତ ଥର ଦଶହରା ମଉଜ ଫିକା ପଡିଥିବା ବେଳେ କୁମାର ପୁର୍ଣ୍ଣିମା (ଗଜଲକ୍ଷ୍ମୀ ପୂଜା) ମଧ୍ୟ ଫିକା ପଡିବ। କାରଣ ରାଜ୍ୟର ପିଛା ଛାଡୁନି ବର୍ଷା। ଅକ୍ଟୋବର ମାସ ୨ୟ ସପ୍ତାହ ଆରମ୍ଭ ହୋଇଯାଇଥିଲେ ବି ରାଜ୍ୟରେ ବର୍ଷା ଶେଷ ହେବାର ନାଁ ଧରୁ ନାହିଁ । ବାରମ୍ବାର ଘୂର୍ଣ୍ଣିବଳୟ ଯୋଗୁଁ ଏବେ ବି ସକ୍ରିୟ ରହିଛି ମୌସୁମୀ । ଏଣୁ ରାଜ୍ୟରେ […]

ଭୁବନେଶ୍ବର : ରାଜ୍ୟରେ ଲାଗାଣ ବର୍ଷା ଫଳରେ ଦୁଇ ବର୍ଷ କରୋନା ପରେ ଚଳିତ ଥର ଦଶହରା ମଉଜ ଫିକା ପଡିଥିବା ବେଳେ କୁମାର ପୁର୍ଣ୍ଣିମା (ଗଜଲକ୍ଷ୍ମୀ ପୂଜା) ମଧ୍ୟ ଫିକା ପଡିବ। କାରଣ ରାଜ୍ୟର ପିଛା ଛାଡୁନି ବର୍ଷା। ଅକ୍ଟୋବର ମାସ ୨ୟ ସପ୍ତାହ ଆରମ୍ଭ ହୋଇଯାଇଥିଲେ ବି ରାଜ୍ୟରେ ବର୍ଷା ଶେଷ ହେବାର ନାଁ ଧରୁ ନାହିଁ । ବାରମ୍ବାର ଘୂର୍ଣ୍ଣିବଳୟ ଯୋଗୁଁ ଏବେ ବି ସକ୍ରିୟ ରହିଛି ମୌସୁମୀ । ଏଣୁ ରାଜ୍ୟରେ ଲାଗି ରହିଛି ବର୍ଷା । ଆଗକୁ ଏମିତି କେତେ ଦିନ ପର୍ୟ୍ୟନ୍ତ ଏପରି ବର୍ଷା ଲାଗି ରହିବ, କେବେ ମୌସୁମୀ ଫେରିବ, ସେ ନେଇ ପାଣିପାଗ ବିଭାଗ ବି ଠିକ ଭାବେ ଆକଳନ କରିପାରୁନାହିଁ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମଧ୍ୟାହ୍ନ ବୁଲେଟିନ ଅନୁସାରେ ଆହୁରି ୫ ଦିନ ଅର୍ଥାତ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । କିନ୍ତୁ, ଏହା ନୁହେଁ ଯେ ୫ ଦିନ ପରେ ବର୍ଷା ଛାଡ଼ିଯିବ, ୫ ଦିନ ପରେ ବି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେସବୁ ଜିଲ୍ଲା ହେଉଛନ୍ତି ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି । ଏସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି ହୋଇଛି । ତେବେ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଅନ୍ୟପଟେ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଙ୍ଗରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବର ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୯ ଓ ୧୦ ତାରିଖ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ଆସନ୍ତାକାଲି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ, ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, କନ୍ଧମାଳ ଓ ରାୟଗଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୦ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗର ସ୍ଥିତିକୁ ଦେଖି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ, ଗଂଜାମ, ଗଜପତି, ମାଲକାନଗିରି, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସେପଟେ ଅକ୍ଟୋବର ୧ରୁ ୭ ତାରିଖ ଭିତରେ ରାଜ୍ୟରେ ପ୍ରାୟ ୭୦ ମିଲିମିଟର ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ଭାବେ ୪୦ମିମି ବର୍ଷା ହେବା କଥା । କିନ୍ତୁ ଘୂର୍ଣ୍ଣିବଳୟ ପ୍ରଭାବରୁ ସ୍ୱାଭାବିକଠାରୁ ଅଧିକ ବର୍ଷିଛି । ଏହି ସମୟ ଭିତରେ ଭଦ୍ରକରେ ସର୍ବାଧିକ ୨୦୯% ଅଧିକ ବର୍ଷା ହୋଇଛି । ପୁରୀରେ ୨୦୭%, କଟକରେ ୧୯୪%, ଗଞ୍ଜାମରେ ୧୬୭%, ବାଲେଶ୍ୱରରେ ୧୬୪%, ଦେବଗଡ଼ରେ ୧୪୯%, କେନ୍ଦ୍ରାପଡ଼ାରେ ୧୫୩%, ଜଗତସିଂହପୁରରେ ୧୩୬%, ମୟୂରଭଞ୍ଜରେ ୧୩୦%, ସମ୍ବଲପୁରରେ ୧୦୪% ଅଧିକ ବର୍ଷା ହୋଇଛି । ନୂଆପଡ଼ାରେ ଅକ୍ଟୋବର ପ୍ରଥମ ସପ୍ତାହରେ ସ୍ୱାଭାବିକଠାରୁ ସବୁଠୁ କମ୍‌ ବର୍ଷା ହୋଇଛି । ଏଠାରେ ୬୦% କମ୍‌ ବର୍ଷା ହୋଇଛି । ନବରଙ୍ଗପୁରରେ ୫୫%, ମାଲକାନଗିରିରେ ୪୧% ଓ କଳାହାଣ୍ଡିରେ ୩୩% କମ୍‌ ବର୍ଷିଛି । କୋରାପୁଟ ଓ ବଲାଙ୍ଗୀରରେ ସ୍ୱାଭାବିକ ବର୍ଷା ହୋଇଛି । ତେବେ ଶୁକ୍ରବାର ଟିଟିଲାଗଡ଼ରେ ୩୧ ମିମି, ଢେଙ୍କାନାଳରେ ୧୨, ଦାରିଙ୍ଗିବାଡ଼ିରେ ୧୨, ହୀରାକୁଦ ଓ ତାଳଚେରରେ ୧୨ ମିମି ବର୍ଷା ହୋଇଛି ।

08 Oct 2022 By The Sakala

ରାଜ୍ୟରେ ୧୩ ତାରିଖ ଯାଏଁ ଲାଗି ରହିବ ବର୍ଷା, ଆସନ୍ତା ୨ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟରେ ଲାଗାଣ ବର୍ଷା ଫଳରେ ଦୁଇ ବର୍ଷ କରୋନା ପରେ ଚଳିତ ଥର ଦଶହରା ମଉଜ ଫିକା ପଡିଥିବା ବେଳେ କୁମାର ପୁର୍ଣ୍ଣିମା (ଗଜଲକ୍ଷ୍ମୀ ପୂଜା) ମଧ୍ୟ ଫିକା ପଡିବ। କାରଣ ରାଜ୍ୟର ପିଛା ଛାଡୁନି ବର୍ଷା। ଅକ୍ଟୋବର ମାସ ୨ୟ ସପ୍ତାହ ଆରମ୍ଭ ହୋଇଯାଇଥିଲେ ବି ରାଜ୍ୟରେ ବର୍ଷା ଶେଷ ହେବାର ନାଁ ଧରୁ ନାହିଁ । ବାରମ୍ବାର ଘୂର୍ଣ୍ଣିବଳୟ ଯୋଗୁଁ ଏବେ ବି ସକ୍ରିୟ ରହିଛି ମୌସୁମୀ । ଏଣୁ ରାଜ୍ୟରେ ଲାଗି ରହିଛି ବର୍ଷା । ଆଗକୁ ଏମିତି କେତେ ଦିନ ପର୍ୟ୍ୟନ୍ତ ଏପରି ବର୍ଷା ଲାଗି ରହିବ, କେବେ ମୌସୁମୀ ଫେରିବ, ସେ ନେଇ ପାଣିପାଗ ବିଭାଗ ବି ଠିକ ଭାବେ ଆକଳନ କରିପାରୁନାହିଁ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମଧ୍ୟାହ୍ନ ବୁଲେଟିନ ଅନୁସାରେ ଆହୁରି ୫ ଦିନ ଅର୍ଥାତ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । କିନ୍ତୁ, ଏହା ନୁହେଁ ଯେ ୫ ଦିନ ପରେ ବର୍ଷା ଛାଡ଼ିଯିବ, ୫ ଦିନ ପରେ ବି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେସବୁ ଜିଲ୍ଲା ହେଉଛନ୍ତି ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି । ଏସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି ହୋଇଛି । ତେବେ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଅନ୍ୟପଟେ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଙ୍ଗରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବର ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୯ ଓ ୧୦ ତାରିଖ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ଆସନ୍ତାକାଲି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ, ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, କନ୍ଧମାଳ ଓ ରାୟଗଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୦ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗର ସ୍ଥିତିକୁ ଦେଖି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ, ଗଂଜାମ, ଗଜପତି, ମାଲକାନଗିରି, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ଅକ୍ଟୋବର ୧ରୁ ୭ ତାରିଖ ଭିତରେ ରାଜ୍ୟରେ ପ୍ରାୟ ୭୦ ମିଲିମିଟର ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ଭାବେ ୪୦ମିମି ବର୍ଷା ହେବା କଥା । କିନ୍ତୁ ଘୂର୍ଣ୍ଣିବଳୟ ପ୍ରଭାବରୁ ସ୍ୱାଭାବିକଠାରୁ ଅଧିକ ବର୍ଷିଛି । ଏହି ସମୟ ଭିତରେ ଭଦ୍ରକରେ ସର୍ବାଧିକ ୨୦୯% ଅଧିକ ବର୍ଷା ହୋଇଛି । ପୁରୀରେ ୨୦୭%, କଟକରେ ୧୯୪%, ଗଞ୍ଜାମରେ ୧୬୭%, ବାଲେଶ୍ୱରରେ ୧୬୪%, ଦେବଗଡ଼ରେ ୧୪୯%, କେନ୍ଦ୍ରାପଡ଼ାରେ ୧୫୩%, ଜଗତସିଂହପୁରରେ ୧୩୬%, ମୟୂରଭଞ୍ଜରେ ୧୩୦%, ସମ୍ବଲପୁରରେ ୧୦୪% ଅଧିକ ବର୍ଷା ହୋଇଛି । ନୂଆପଡ଼ାରେ ଅକ୍ଟୋବର ପ୍ରଥମ ସପ୍ତାହରେ ସ୍ୱାଭାବିକଠାରୁ ସବୁଠୁ କମ୍‌ ବର୍ଷା ହୋଇଛି । ଏଠାରେ ୬୦% କମ୍‌ ବର୍ଷା ହୋଇଛି । ନବରଙ୍ଗପୁରରେ ୫୫%, ମାଲକାନଗିରିରେ ୪୧% ଓ କଳାହାଣ୍ଡିରେ ୩୩% କମ୍‌ ବର୍ଷିଛି । କୋରାପୁଟ ଓ ବଲାଙ୍ଗୀରରେ ସ୍ୱାଭାବିକ ବର୍ଷା ହୋଇଛି । ତେବେ ଶୁକ୍ରବାର ଟିଟିଲାଗଡ଼ରେ ୩୧ ମିମି, ଢେଙ୍କାନାଳରେ ୧୨, ଦାରିଙ୍ଗିବାଡ଼ିରେ ୧୨, ହୀରାକୁଦ ଓ ତାଳଚେରରେ ୧୨ ମିମି ବର୍ଷା ହୋଇଛି ।

https://www.thesakala.in/latest-odisha-news/nayagarh/weather-update-imd-predicts-rainfall-in-odisha-till-october-13/article-15555
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର