ମହାନଦୀରେ ମଧ୍ଯମ ଧରଣର ବନ୍ୟା ଆଶଙ୍କା, ମୁକାବିଲା ପାଇଁ ପ୍ରଶାସନ ସଜାଗ- ଏସଆରସି

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଲଗାଣ ବର୍ଷା । ଏହି ଲଗାଣ ବର୍ଷା ଫଳରେ ରାଜ୍ଯରେ ବନ୍ଯା ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି। ଏହି ସମ୍ଭାବ୍ଯ ବନ୍ଯା ସ୍ଥିତ ମୁକାବିଲା ନେଇ ଏସଆରସି ସୂଚନା ଦେଇଛନ୍ତି। ମହାନଦୀରେ ମଧ୍ଯମ ଧରଣର ବନ୍ୟା ଆଶଙ୍କା ରହିଛି। ଆଜି ରାତିରୁ ବନ୍ୟା ପ୍ରଭାବ ଅନୁଭୂତ ହେବ। ୨୦୧୯ ଅଗଷ୍ଟରେ ଯେଉଁଭଳି ବନ୍ୟାଥିଲା ସେହିଭଳି ହେବା ଆଶଙ୍କା ବୋଲି ଏସଆରସି କହିଛନ୍ତି। ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ । କବେଳ […]

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଲଗାଣ ବର୍ଷା । ଏହି ଲଗାଣ ବର୍ଷା ଫଳରେ ରାଜ୍ଯରେ ବନ୍ଯା ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି। ଏହି ସମ୍ଭାବ୍ଯ ବନ୍ଯା ସ୍ଥିତ ମୁକାବିଲା ନେଇ ଏସଆରସି ସୂଚନା ଦେଇଛନ୍ତି। ମହାନଦୀରେ ମଧ୍ଯମ ଧରଣର ବନ୍ୟା ଆଶଙ୍କା ରହିଛି। ଆଜି ରାତିରୁ ବନ୍ୟା ପ୍ରଭାବ ଅନୁଭୂତ ହେବ। ୨୦୧୯ ଅଗଷ୍ଟରେ ଯେଉଁଭଳି ବନ୍ୟାଥିଲା ସେହିଭଳି ହେବା ଆଶଙ୍କା ବୋଲି ଏସଆରସି କହିଛନ୍ତି। ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ । କବେଳ ମହାନଦୀରେ ବନ୍ୟା ଆଶଙ୍କା ରହିଛି। କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁରରେ ବନ୍ଯା ସ୍ଥିତି ଦେଖାଦେବ ବୋଲି ଆକଳନ କରାଯାଇଛି। ସମ୍ଭାବ୍ଯ ବନ୍ଯା ସ୍ଥିତ ମୁକାବିଲା ପାଇଁ ଅଗ୍ନିଶନ , ଓଡ୍ରାଫ, ଏନଡିଆରଏଫର ୨୨ଟି  ଟିମ ନିୟୋଜିତ ହେବେ। ବନ୍ୟା ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। ଲୋକଙ୍କୁ ସ୍ଥାନାନ୍ତର ସହ ରନ୍ଧାଖାଦ୍ଯ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନକୁ ସହଯୋଗ ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି। ହୀରାକୁଜରେ ୩୪ଟି ଗେଟ୍ ବର୍ତ୍ତମାନ ଖୋଲା ଅଛି। ଅଧିକ ନ ଖୋଲିବା ପାଇଁ ଯୋଜନା କରାଯାଉଛି। କାଲି ଅପରାହ୍ନ ବେଳକୁ ମୁଣ୍ଡଳୀରେ ପିକରେ ପହଞ୍ଚିବ ବନ୍ୟାଜଳ । ମୁଣ୍ଡଳୀରେ ସାଢେ ୧୦ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

 

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର