ଭୁବନେଶ୍ୱର, କଟକ ଓ ପୁରୀ ପରେ ରାଉରକେଲାରେ ଗଡିବ ‘ମୋ ବସ୍’, କ୍ରୁଟ୍‌ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି

The Sakala Picture
Published On

ଭୁବନେଶ୍ବର : ଭୁବନେଶ୍ୱର, କଟକ ଓ ପୁରୀ ପରେ ଏଣିକି ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ୍’। ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଉପଲବ୍ଧ କରାଇବାକୁ ଯାଉଛି। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଟୁର ଅପରେଟର ବାଛିବା ପାଇଁ କ୍ରୁଟ୍‌ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ କରିବାକୁ ଯୋଜନା କରାଯାଇଥିବା କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ […]

ଭୁବନେଶ୍ବର : ଭୁବନେଶ୍ୱର, କଟକ ଓ ପୁରୀ ପରେ ଏଣିକି ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ୍’। ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଉପଲବ୍ଧ କରାଇବାକୁ ଯାଉଛି। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଟୁର ଅପରେଟର ବାଛିବା ପାଇଁ କ୍ରୁଟ୍‌ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ କରିବାକୁ ଯୋଜନା କରାଯାଇଥିବା କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା

ପ୍ରଥମ ପର୍ଯ୍ୟାୟରେ ରାଉରକେଲା ସହରରେ ଶହେଟି ନୂଆ ବସ୍‌ ଚାଲିବ। ସେଥିରେ ୩୦ଟି ସାଧାରଣ ଓ ୭୦ଟି ଏସି ବସ୍‌ ରହିବ। ରାଉରକେଲା ମହାନଗର ନିଗମ ଅଞ୍ଚଳ ସହିତ ଉପକଣ୍ଠରେ ଏହି ସେବା ଉପଲବ୍ଧ ହେବ। ପରେ ଯାତ୍ରୀଙ୍କ ଚାହିଦା ଓ ଆବଶ୍ୟକତାକୁ ଦେଖି ଏହାକୁ ସହରର ପାର୍ଶ୍ବବର୍ତ୍ତୀ ସଦର ମହକୁମା ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯିବ। ଏହି ସେବା ଯୋଗାଇବା ଉଦ୍ଦେଶ୍ୟରେ ବିଭିନ୍ନ ଅପରେଟରମାନଙ୍କ ପାଇଁ ଆବେଦନ କରିବାକୁ ଚଳିତ ମାସ ୨୮କୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସେହିଦିନ ହିଁ ବୈଷୟିକ ପ୍ରସ୍ତାବ(ଟେକ୍ନିକାଲ୍‌ ପ୍ରପୋଜାଲ୍‌) ‌ଖୋଲାଯିବ। ପରେ ଫାଇନାନ୍‌ସିଆଲ୍‌ ପ୍ରପୋଜାଲ ଖୋଲାଯାଇ ଚଳିତ ମାସରେ ହିଁ ଅପରେଟର ଚିହ୍ନଟ କରାଯବ। ଅପରେଟରଙ୍କ ସହ ୮ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରାଯିବ। ସେବା ଉତ୍ତମମାନର ହେବା ସହିତ ବସ୍‌ଗୁଡ଼ିକର ଅବସ୍ଥା ଭଲ ରହିଲେ ଚୁକ୍ତି ଅବଧି ଆଉ ଦୁଇବର୍ଷ ପର୍ଯ୍ୟନ୍ତ ନବୀକରଣ କରାଯିବ। ବସ୍‌ଗୁଡ଼ିକ ଅପରେଟରଙ୍କ ନାମରେ ପଞ୍ଜୀକୃତ ହେବ। ‘ଗ୍ରସ୍‌ କଷ୍ଟ କଣ୍ଟ୍ରା‌କ୍ଟ’ ଆଧାରରେ ଅପରେଟରମାନେ ଏହି ସେବା ପରିଚାଳନା କରିବେ ବୋଲି କ୍ରୁଟ୍‌ ସର୍ତ୍ତ ରଖିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଦ୍ଵିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଇକ ଆଖଡାରେ ଦର୍ଶକ ବିଭୋର

ସୂଚନାଯୋଗ୍ୟ ଯେ, ୧୯୫ ବର୍ଗକିଲୋମିଟର ପରିମିତ ରାଉରକେଲା ସହରର ଲୋକସଂଖ୍ୟା ପ୍ରାୟ ୬ ଲକ୍ଷ ୫୦ ହଜାର ରହିଛି। ଷ୍ଟିଲ୍‌ପ୍ଲାଣ୍ଟ ସହ ଏଠାରେ ଅନ୍ୟାନ୍ୟ ନିଯୁକ୍ତି ସୁଯୋଗ ଥିବାରୁ ସହରର ଜନସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ରାଉରକେଲାରେ ଏବେ ସୁନ୍ଦରଗଡ଼ ସହରାଞ୍ଚଳ ପରିବହନ ନ୍ୟାସ(ଏସ୍‌ୟୁଟିଟି) ଆଇପିଟି ଓ ସିଟି ବସ୍‌ ଚଳାଉଛି। କିନ୍ତୁ ଏହି ବସର ସଂଖ୍ୟା ଯଥେଷ୍ଟ ହେଉ ନାହିଁ। ଏଣୁ ‘କ୍ରୁଟ୍‌’ ଜରିଆରେ ଏଠାରେ ଉଚିତ୍‌ ମୂଲ୍ୟରେ ଗୁଣାତ୍ମକ ପରିବହନ ସେବା(ମୋ ବସ୍‌) ଯୋଗାଇ ଦେବା ପାଇଁ ସରକାର ଯୋଜନା କରିଛନ୍ତି। ୨୦୧୯ ମସିହାରୁ ଏହି ଯୋଜନା ହୋଇଥିଲେ ମଧ୍ୟ ଏବେଶୁଦ୍ଧା କାର୍ଯ୍ୟକାରୀ ହେବାକୁ ୩ ବର୍ଷ ବିଳମ୍ବ ହୋଇଛି। ତେବେ ଏହି ସେବା ପାଇଁ ରାଜ୍ୟ ସରକାର ୩ଶହ କୋଟି ଟଙ୍କା ଯୋଗାଇ ଦେବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଜିଲ୍ଳାପାଳଙ୍କ ରିପୋର୍ଟ ଆଧାରରେ ନିଆଯିବ ସ୍କୁଲ ଛୁଟି ନିଷ୍ପତ୍ତି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

03 Oct 2022 By The Sakala

ଭୁବନେଶ୍ୱର, କଟକ ଓ ପୁରୀ ପରେ ରାଉରକେଲାରେ ଗଡିବ ‘ମୋ ବସ୍’, କ୍ରୁଟ୍‌ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି

ଭୁବନେଶ୍ବର : ଭୁବନେଶ୍ୱର, କଟକ ଓ ପୁରୀ ପରେ ଏଣିକି ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ୍’। ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଉପଲବ୍ଧ କରାଇବାକୁ ଯାଉଛି। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଟୁର ଅପରେଟର ବାଛିବା ପାଇଁ କ୍ରୁଟ୍‌ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ କରିବାକୁ ଯୋଜନା କରାଯାଇଥିବା କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ରାଉରକେଲା ସହରରେ ଶହେଟି ନୂଆ ବସ୍‌ ଚାଲିବ। ସେଥିରେ ୩୦ଟି ସାଧାରଣ ଓ ୭୦ଟି ଏସି ବସ୍‌ ରହିବ। ରାଉରକେଲା ମହାନଗର ନିଗମ ଅଞ୍ଚଳ ସହିତ ଉପକଣ୍ଠରେ ଏହି ସେବା ଉପଲବ୍ଧ ହେବ। ପରେ ଯାତ୍ରୀଙ୍କ ଚାହିଦା ଓ ଆବଶ୍ୟକତାକୁ ଦେଖି ଏହାକୁ ସହରର ପାର୍ଶ୍ବବର୍ତ୍ତୀ ସଦର ମହକୁମା ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯିବ। ଏହି ସେବା ଯୋଗାଇବା ଉଦ୍ଦେଶ୍ୟରେ ବିଭିନ୍ନ ଅପରେଟରମାନଙ୍କ ପାଇଁ ଆବେଦନ କରିବାକୁ ଚଳିତ ମାସ ୨୮କୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସେହିଦିନ ହିଁ ବୈଷୟିକ ପ୍ରସ୍ତାବ(ଟେକ୍ନିକାଲ୍‌ ପ୍ରପୋଜାଲ୍‌) ‌ଖୋଲାଯିବ। ପରେ ଫାଇନାନ୍‌ସିଆଲ୍‌ ପ୍ରପୋଜାଲ ଖୋଲାଯାଇ ଚଳିତ ମାସରେ ହିଁ ଅପରେଟର ଚିହ୍ନଟ କରାଯବ। ଅପରେଟରଙ୍କ ସହ ୮ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରାଯିବ। ସେବା ଉତ୍ତମମାନର ହେବା ସହିତ ବସ୍‌ଗୁଡ଼ିକର ଅବସ୍ଥା ଭଲ ରହିଲେ ଚୁକ୍ତି ଅବଧି ଆଉ ଦୁଇବର୍ଷ ପର୍ଯ୍ୟନ୍ତ ନବୀକରଣ କରାଯିବ। ବସ୍‌ଗୁଡ଼ିକ ଅପରେଟରଙ୍କ ନାମରେ ପଞ୍ଜୀକୃତ ହେବ। ‘ଗ୍ରସ୍‌ କଷ୍ଟ କଣ୍ଟ୍ରା‌କ୍ଟ’ ଆଧାରରେ ଅପରେଟରମାନେ ଏହି ସେବା ପରିଚାଳନା କରିବେ ବୋଲି କ୍ରୁଟ୍‌ ସର୍ତ୍ତ ରଖିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ୧୯୫ ବର୍ଗକିଲୋମିଟର ପରିମିତ ରାଉରକେଲା ସହରର ଲୋକସଂଖ୍ୟା ପ୍ରାୟ ୬ ଲକ୍ଷ ୫୦ ହଜାର ରହିଛି। ଷ୍ଟିଲ୍‌ପ୍ଲାଣ୍ଟ ସହ ଏଠାରେ ଅନ୍ୟାନ୍ୟ ନିଯୁକ୍ତି ସୁଯୋଗ ଥିବାରୁ ସହରର ଜନସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ରାଉରକେଲାରେ ଏବେ ସୁନ୍ଦରଗଡ଼ ସହରାଞ୍ଚଳ ପରିବହନ ନ୍ୟାସ(ଏସ୍‌ୟୁଟିଟି) ଆଇପିଟି ଓ ସିଟି ବସ୍‌ ଚଳାଉଛି। କିନ୍ତୁ ଏହି ବସର ସଂଖ୍ୟା ଯଥେଷ୍ଟ ହେଉ ନାହିଁ। ଏଣୁ ‘କ୍ରୁଟ୍‌’ ଜରିଆରେ ଏଠାରେ ଉଚିତ୍‌ ମୂଲ୍ୟରେ ଗୁଣାତ୍ମକ ପରିବହନ ସେବା(ମୋ ବସ୍‌) ଯୋଗାଇ ଦେବା ପାଇଁ ସରକାର ଯୋଜନା କରିଛନ୍ତି। ୨୦୧୯ ମସିହାରୁ ଏହି ଯୋଜନା ହୋଇଥିଲେ ମଧ୍ୟ ଏବେଶୁଦ୍ଧା କାର୍ଯ୍ୟକାରୀ ହେବାକୁ ୩ ବର୍ଷ ବିଳମ୍ବ ହୋଇଛି। ତେବେ ଏହି ସେବା ପାଇଁ ରାଜ୍ୟ ସରକାର ୩ଶହ କୋଟି ଟଙ୍କା ଯୋଗାଇ ଦେବେ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର