ଭଦ୍ରକରେ ଚାଞ୍ଚଲ୍ଯ: ନାବାଳକର ନାରକୀୟ କାଣ୍ଡ, ଡବଲ୍ ନୁହେଁ କରିଛି ଟ୍ରିପଲ ମର୍ଡର !

The Sakala Picture
Published On

ଭଦ୍ରକ: ଭଦ୍ରକରେ ଚାଞ୍ଚଲ୍ଯ।  ନାବାଳକର ନାରକୀୟ କାଣ୍ଡ। ଡବଲ୍ ନୁହେଁ ଟ୍ରିପଲ ମର୍ଡର କରିଛି ନାବାଳକ। ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଇମଣି ଛକ ନିକଟରେ ଡବଲ ମର୍ଡର ଘଟଣା ନୂଆ ମୋଡ଼ ନେଇଛି। ଗତକାଲି ମାଆ ଓ ଝିଅଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରୁ ଜଣେ ନାବାଳକଙ୍କୁ ଅଟକ ରଖିଥିଲା ପୋଲିସ। ଆଜି ସେହି ସ୍ଥାନରୁ ଜଣେ ବୃଦ୍ଧାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧା ଅଭିଯୁକ୍ତ ନାବାଳକର ଆଈ ବୋଲି ଜଣାପଡ଼ିଛି । ନାବାଳକଟି […]

ଭଦ୍ରକ: ଭଦ୍ରକରେ ଚାଞ୍ଚଲ୍ଯ।  ନାବାଳକର ନାରକୀୟ କାଣ୍ଡ। ଡବଲ୍ ନୁହେଁ ଟ୍ରିପଲ ମର୍ଡର କରିଛି ନାବାଳକ। ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଇମଣି ଛକ ନିକଟରେ ଡବଲ ମର୍ଡର ଘଟଣା ନୂଆ ମୋଡ଼ ନେଇଛି। ଗତକାଲି ମାଆ ଓ ଝିଅଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରୁ ଜଣେ ନାବାଳକଙ୍କୁ ଅଟକ ରଖିଥିଲା ପୋଲିସ। ଆଜି ସେହି ସ୍ଥାନରୁ ଜଣେ ବୃଦ୍ଧାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧା ଅଭିଯୁକ୍ତ ନାବାଳକର ଆଈ ବୋଲି ଜଣାପଡ଼ିଛି । ନାବାଳକଟି ଦୁଇଦିନ ତଳେ ଆଈକୁ ହତ୍ଯା କରିଥିବା ସନ୍ଦେହ କରାଯାଉଛି । ଟ୍ରିପଲ ମର୍ଡର ଅଭିଯୋଗରେ ନାବାଳକଟିକୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପଚରାଉଚରା କରୁଛି ।

ଆହୁରି ପଢ଼ନ୍ତୁ: ଗୋକୁଳ ନାଟକରେ ଯବନିକା ଟାଣିଲେ ବିକ୍ରମ ଆରୁଖ: କହିଲେ, ନବୀନ ମୋ ନେତା; ବିଜେଡିରେ ଅଛି ଓ ରହିବି

https://youtu.be/3Xmsve30xVM?si=ikiTkaFiV_s5C5mV

ଆହୁରି ପଢ଼ନ୍ତୁ: ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

ସୂଚନାଯୋଗ୍ୟ, ଗତକାଲି ସକାଳୁ ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା ଓ ତାଙ୍କ ୬ ବର୍ଷର ଝିଅ ଡାକ୍ତରଖାନା ଯାଇଥିଲେ। ହେଲେ କିଛି ଘଣ୍ଟା ପରେ ସ୍ଥାନୀୟ ଲୋକେ ସୁକାନ୍ତି ମୁଣ୍ଡାଙ୍କ ମୃତଦେହ ଦେଖିଥିଲେ । ସେହି ସ୍ଥାନରେ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ । ତେବେ କିଛି ସମୟ ପରେ ଘଟଣାସ୍ଥଳରୁ ପ୍ରାୟ ଏକ କିଲୋମିଟର ଦୂରରୁ ମହିଳାଙ୍କ ଝିଅର ମୃତଦେହ ମଧ୍ଯ ଉଦ୍ଧାର ହୋଇଥିଲା । ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା ଝିଅର ମୃତଦେହ । ସ୍ଥାନୀୟ ଲୋକେ ନାବାଳକକୁ ଧରି ଗ୍ରାମାଞ୍ଚଳ ପୋଲିସକୁ ହସ୍ତାନ୍ତର କରିଥିଲେ। ମାଆକୁ ଦୁଷ୍କର୍ମ ପରେ ଝିଅକୁ ପଥରରେ ଛେଚି ନାବାଳକଟି ହତ୍ୟା କରିଥିବା ମୃତକଙ୍କ ସ୍ବାମୀ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

ଅନ୍ଯପଟେ ଆଜି ସକାଳୁ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଇଥିଲେ ଥାନାଧିକାରୀ । ଏହି ସମୟରେ ଏକ ବୁଦାରୁ ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ । ବୁଦା ମୂଳରୁ ଜଣେ ବୃଦ୍ଧାର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ଅଭିଯୁକ୍ତ ନାବାଳକର ଆଈ ସୁମତି ମୁଣ୍ଡା ବୋଲି ଜଣାପଡ଼ିଥିଲା । ସୁମତିଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବାବେଳେ ଶାଢୀରେ ବେକକୁ ଗୁଡ଼ାଇ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇଦିନ ତଳେ ମୃତ ସୁମତିଙ୍କୁ ଦେଖିବାକୁ ପାଇଥିଲେ । ନାବାଳକଟି ତାଙ୍କୁ ହତ୍ଯା କରିଥିବା ଅଭିଯୋଗ ହୋଇଛି । ତେବେ କେଉଁ କାରଣରୁ ନାବାଳକଟି ତିନି ତିନି ଜଣଙ୍କୁ ହତ୍ଯା କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

20 Jun 2024 By The Sakala

ଭଦ୍ରକରେ ଚାଞ୍ଚଲ୍ଯ: ନାବାଳକର ନାରକୀୟ କାଣ୍ଡ, ଡବଲ୍ ନୁହେଁ କରିଛି ଟ୍ରିପଲ ମର୍ଡର !

ଭଦ୍ରକ: ଭଦ୍ରକରେ ଚାଞ୍ଚଲ୍ଯ।  ନାବାଳକର ନାରକୀୟ କାଣ୍ଡ। ଡବଲ୍ ନୁହେଁ ଟ୍ରିପଲ ମର୍ଡର କରିଛି ନାବାଳକ। ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଇମଣି ଛକ ନିକଟରେ ଡବଲ ମର୍ଡର ଘଟଣା ନୂଆ ମୋଡ଼ ନେଇଛି। ଗତକାଲି ମାଆ ଓ ଝିଅଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରୁ ଜଣେ ନାବାଳକଙ୍କୁ ଅଟକ ରଖିଥିଲା ପୋଲିସ। ଆଜି ସେହି ସ୍ଥାନରୁ ଜଣେ ବୃଦ୍ଧାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧା ଅଭିଯୁକ୍ତ ନାବାଳକର ଆଈ ବୋଲି ଜଣାପଡ଼ିଛି । ନାବାଳକଟି ଦୁଇଦିନ ତଳେ ଆଈକୁ ହତ୍ଯା କରିଥିବା ସନ୍ଦେହ କରାଯାଉଛି । ଟ୍ରିପଲ ମର୍ଡର ଅଭିଯୋଗରେ ନାବାଳକଟିକୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପଚରାଉଚରା କରୁଛି ।

https://youtu.be/3Xmsve30xVM?si=ikiTkaFiV_s5C5mV

ସୂଚନାଯୋଗ୍ୟ, ଗତକାଲି ସକାଳୁ ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା ଓ ତାଙ୍କ ୬ ବର୍ଷର ଝିଅ ଡାକ୍ତରଖାନା ଯାଇଥିଲେ। ହେଲେ କିଛି ଘଣ୍ଟା ପରେ ସ୍ଥାନୀୟ ଲୋକେ ସୁକାନ୍ତି ମୁଣ୍ଡାଙ୍କ ମୃତଦେହ ଦେଖିଥିଲେ । ସେହି ସ୍ଥାନରେ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ । ତେବେ କିଛି ସମୟ ପରେ ଘଟଣାସ୍ଥଳରୁ ପ୍ରାୟ ଏକ କିଲୋମିଟର ଦୂରରୁ ମହିଳାଙ୍କ ଝିଅର ମୃତଦେହ ମଧ୍ଯ ଉଦ୍ଧାର ହୋଇଥିଲା । ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା ଝିଅର ମୃତଦେହ । ସ୍ଥାନୀୟ ଲୋକେ ନାବାଳକକୁ ଧରି ଗ୍ରାମାଞ୍ଚଳ ପୋଲିସକୁ ହସ୍ତାନ୍ତର କରିଥିଲେ। ମାଆକୁ ଦୁଷ୍କର୍ମ ପରେ ଝିଅକୁ ପଥରରେ ଛେଚି ନାବାଳକଟି ହତ୍ୟା କରିଥିବା ମୃତକଙ୍କ ସ୍ବାମୀ ଅଭିଯୋଗ କରିଥିଲେ।

ଅନ୍ଯପଟେ ଆଜି ସକାଳୁ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଇଥିଲେ ଥାନାଧିକାରୀ । ଏହି ସମୟରେ ଏକ ବୁଦାରୁ ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ । ବୁଦା ମୂଳରୁ ଜଣେ ବୃଦ୍ଧାର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ଅଭିଯୁକ୍ତ ନାବାଳକର ଆଈ ସୁମତି ମୁଣ୍ଡା ବୋଲି ଜଣାପଡ଼ିଥିଲା । ସୁମତିଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବାବେଳେ ଶାଢୀରେ ବେକକୁ ଗୁଡ଼ାଇ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇଦିନ ତଳେ ମୃତ ସୁମତିଙ୍କୁ ଦେଖିବାକୁ ପାଇଥିଲେ । ନାବାଳକଟି ତାଙ୍କୁ ହତ୍ଯା କରିଥିବା ଅଭିଯୋଗ ହୋଇଛି । ତେବେ କେଉଁ କାରଣରୁ ନାବାଳକଟି ତିନି ତିନି ଜଣଙ୍କୁ ହତ୍ଯା କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର