ନିଆଁରେ ପୋଡି ହୋଇ ମହିଳାଙ୍କ ସମେତ ଦୁଇଶିଶୁ ଜୀବନ୍ତ ଦଗ୍ଧ, ସ୍ୱାମୀ ଥାନାରେ ଅଟକ

The Sakala Picture
Published On

ବାରିପଦା: ଗୁରୁବାର ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା, ଉଞ୍ଚଗାଁ ଗ୍ରାମରେ ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ସହିତ ଜଣେ ୬ବର୍ଷର ଝିଅ ଓ ୩ମାସର ପୁଅ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ରାତିରେ ଖାଇ ସମସ୍ତେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧହେଇଥିବା ଘଟଣା ଜିଲ୍ଲାରେ ଚହଳ ଖେଳିଯାଇଛି । ଉଞ୍ଚଗାଁ ଗ୍ରାମର ଛାବାଲ ମାର୍ଣ୍ଡିଙ୍କ ପୁଅ ମଂଗଲ  ଗତ କାଲି ରାତିରେ ଖାଇ ସରିବା ପରେ ସ୍ତ୍ରୀ ସୁରୁକୁନି, ଝିଅ […]

ବାରିପଦା: ଗୁରୁବାର ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା, ଉଞ୍ଚଗାଁ ଗ୍ରାମରେ ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ସହିତ ଜଣେ ୬ବର୍ଷର ଝିଅ ଓ ୩ମାସର ପୁଅ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ରାତିରେ ଖାଇ ସମସ୍ତେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧହେଇଥିବା ଘଟଣା ଜିଲ୍ଲାରେ ଚହଳ ଖେଳିଯାଇଛି । ଉଞ୍ଚଗାଁ ଗ୍ରାମର ଛାବାଲ ମାର୍ଣ୍ଡିଙ୍କ ପୁଅ ମଂଗଲ  ଗତ କାଲି ରାତିରେ ଖାଇ ସରିବା ପରେ ସ୍ତ୍ରୀ ସୁରୁକୁନି, ଝିଅ ସରିତା( ୫) ଓ ପୁଅ(୩) ଗୋଟିଏ ଘରେ ଶୋଇଥିଲେ । ତେବେ ରାତି ପ୍ରାୟ ୨ଟା ସମୟରେ ନିଆଁ ଲାଗି ଯାଇଥିଲା । ସାରସକଣା ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେ ବେଳକୁ ଦୁଇ ଶିଶୁ ଓ ମହିଳା ସମ୍ପୂର୍ଣ୍ଣ ପୋଡିଯାଇଥିଲା ।  ଏତେ ଭୟାନକ ଅଗ୍ନିକାଣ୍ଡ ଘଟି ଯାଇଥିବାବେଳେ ସନ୍ଦେହ ଘେରରେ ଆସିଥିବା ସ୍ବାମୀଙ୍କ କୌଣସି କିଛି କ୍ଷୟକ୍ଷତି ହୋଇ ନ ଥିବାର ଦେଖିବାକୁ ମିଳିଥିଲା। ଝାରପୋଖରିଆ ପୁଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀ ମଂଗଲ କୁ ଥାନାରେ ଅଟକ ରଖିଥିବା ପଚାର ଉଚୁରା କରୁଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି। ପରେ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯିବ । ଯାହାକୁ ନେଇ ଉଞ୍ଚଗାଁ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର