ଅଟୋରୁ ମହିଳାଙ୍କୁ ଫିଙ୍ଗି ଖସିଗଲେ ଦୁର୍ବୃତ୍ତ

The Sakala Picture
Published On

ବାରିପଦା: ସ୍ପଷ୍ଟ ଦିବାଲୋକରେ ଅଟୋରୁ ମହିଳାଙ୍କୁ ଫିଙ୍ଗି ଖସି ପଳାଇଲେ ଦୁର୍ବୃତ୍ତ। ଏଭଳି ଏକ ଆଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବାଘୁଆଶୋଳ ନିକଟରେ । ମୋରଡ଼ା-ବାରିପଦା ମୁଖ୍ୟ ରାସ୍ତାର ବାଘୁଆଶୋଳ ଛକ ପରେ ରହିଛି ଜଙ୍ଗଲ । ନିଛାଟିଆ ରାସ୍ତାର ସୁଯୋଗ ନେଇ ଏଭଳି କାଣ୍ଡ ଭିଆଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। କିଛି ଦୂରରେ ଥିବା ଗୋରୁ ଜଗୁଆଳି ଏବଂ ସ୍ଥାନୀୟ ଲୋକ ଦେଖି ପହଞ୍ଚିଥିଲେ ଘଟଣାସ୍ଥଳରେ। ଗୁରୁତର ଅବସ୍ଥାରେ […]

ବାରିପଦା: ସ୍ପଷ୍ଟ ଦିବାଲୋକରେ ଅଟୋରୁ ମହିଳାଙ୍କୁ ଫିଙ୍ଗି ଖସି ପଳାଇଲେ ଦୁର୍ବୃତ୍ତ। ଏଭଳି ଏକ ଆଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବାଘୁଆଶୋଳ ନିକଟରେ । ମୋରଡ଼ା-ବାରିପଦା ମୁଖ୍ୟ ରାସ୍ତାର ବାଘୁଆଶୋଳ ଛକ ପରେ ରହିଛି ଜଙ୍ଗଲ । ନିଛାଟିଆ ରାସ୍ତାର ସୁଯୋଗ ନେଇ ଏଭଳି କାଣ୍ଡ ଭିଆଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। କିଛି ଦୂରରେ ଥିବା ଗୋରୁ ଜଗୁଆଳି ଏବଂ ସ୍ଥାନୀୟ ଲୋକ ଦେଖି ପହଞ୍ଚିଥିଲେ ଘଟଣାସ୍ଥଳରେ। ଗୁରୁତର ଅବସ୍ଥାରେ ତଳେ ପଡି ଛାଟିପିଟି ହେଉଥିଲେ ଅସହାୟ ମହିଳା। ପରେ ଘଟଣା ସମ୍ପର୍କରେ ବାରିପଦା ସଦର ଥାନା ସହ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକମାନେ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଛଉ ନୃତ୍ୟଗୁରୁ ପାଗୁଲୁ ଜେନାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ଖବରପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ମହିଳାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା ବେଳେ ଏପର୍ଯ୍ଯନ୍ତ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ କି ଘଟଣାର କାରଣ ଜଣାପଡି ନାହିଁ। ଅଟୋରେ କିଏ ଥିଲେ କେଉଁ ପରିସ୍ଥିତିରେ ମହିଳାଙ୍କୁ କେହି ଫୋପାଡି ଦେଇ ପଳାଇଛି ତାହା ସ୍ପଷ୍ଟ ହୋଇନାହିଁ କି ଅଟୋଟି ମଧ୍ୟ ଚିହ୍ନଟ ହୋଇପାରି ନାହିଁ ।ତେବେ ଏନେଇ ଅଧିକ ତଦନ୍ତଜାରୀ ରଖିଥିବା ପୁଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ସ୍ଥିତ ଦୁଧିଆଣି ଜଙ୍ଗଲରୁ ମୃତ ହାତୀଛୁଆ ଉଦ୍ଧାର

12 Sep 2021 By The Sakala

ଅଟୋରୁ ମହିଳାଙ୍କୁ ଫିଙ୍ଗି ଖସିଗଲେ ଦୁର୍ବୃତ୍ତ

ବାରିପଦା: ସ୍ପଷ୍ଟ ଦିବାଲୋକରେ ଅଟୋରୁ ମହିଳାଙ୍କୁ ଫିଙ୍ଗି ଖସି ପଳାଇଲେ ଦୁର୍ବୃତ୍ତ। ଏଭଳି ଏକ ଆଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବାଘୁଆଶୋଳ ନିକଟରେ । ମୋରଡ଼ା-ବାରିପଦା ମୁଖ୍ୟ ରାସ୍ତାର ବାଘୁଆଶୋଳ ଛକ ପରେ ରହିଛି ଜଙ୍ଗଲ । ନିଛାଟିଆ ରାସ୍ତାର ସୁଯୋଗ ନେଇ ଏଭଳି କାଣ୍ଡ ଭିଆଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। କିଛି ଦୂରରେ ଥିବା ଗୋରୁ ଜଗୁଆଳି ଏବଂ ସ୍ଥାନୀୟ ଲୋକ ଦେଖି ପହଞ୍ଚିଥିଲେ ଘଟଣାସ୍ଥଳରେ। ଗୁରୁତର ଅବସ୍ଥାରେ ତଳେ ପଡି ଛାଟିପିଟି ହେଉଥିଲେ ଅସହାୟ ମହିଳା। ପରେ ଘଟଣା ସମ୍ପର୍କରେ ବାରିପଦା ସଦର ଥାନା ସହ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକମାନେ।

ଖବରପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ମହିଳାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା ବେଳେ ଏପର୍ଯ୍ଯନ୍ତ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ କି ଘଟଣାର କାରଣ ଜଣାପଡି ନାହିଁ। ଅଟୋରେ କିଏ ଥିଲେ କେଉଁ ପରିସ୍ଥିତିରେ ମହିଳାଙ୍କୁ କେହି ଫୋପାଡି ଦେଇ ପଳାଇଛି ତାହା ସ୍ପଷ୍ଟ ହୋଇନାହିଁ କି ଅଟୋଟି ମଧ୍ୟ ଚିହ୍ନଟ ହୋଇପାରି ନାହିଁ ।ତେବେ ଏନେଇ ଅଧିକ ତଦନ୍ତଜାରୀ ରଖିଥିବା ପୁଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର