ଭି-ସାଟ୍‌‌ ନଜରରେ ରହିବ ଶିମିଳିପାଳ, ଶିକାରୀଙ୍କ ପ୍ରାଦୁର୍ଭାବରୁ ସମ୍ପୂୂର୍ଣ୍ଣ ମୁକ୍ତ କରିବାକୁ ପଦକ୍ଷେପ

The Sakala Picture
Published On

ବାରିପଦା : ପ୍ରାକୃତିକ ସୁଷମାରାଜିରେ ଭରପୂର ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବ ମଣ୍ଡଳ ଭାବେ ପ୍ରସିଦ୍ଧି ଲାଭ କରିଥିବା ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥାରେ ଗୋଟିଏ ପରେ ଗୋଟିଏ ନୂତନ ଫର୍ଦ୍ଦ ଯୋଡ଼ି ହେଉଛି। ସେହି କ୍ରମରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ନିମନ୍ତେ ଉପଗ୍ରହ ‘ଭି-ସାଟ୍‌‌’ ନଜରରେ ରହିବ। ଏ ନେଇ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ରାଜ୍ୟ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍‌‌) ୱାଇଲ୍‌‌ଡ ଲାଇଫ୍‌‌ ସୁଶାନ୍ତ […]

ବାରିପଦା : ପ୍ରାକୃତିକ ସୁଷମାରାଜିରେ ଭରପୂର ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବ ମଣ୍ଡଳ ଭାବେ ପ୍ରସିଦ୍ଧି ଲାଭ କରିଥିବା ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥାରେ ଗୋଟିଏ ପରେ ଗୋଟିଏ ନୂତନ ଫର୍ଦ୍ଦ ଯୋଡ଼ି ହେଉଛି। ସେହି କ୍ରମରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ନିମନ୍ତେ ଉପଗ୍ରହ ‘ଭି-ସାଟ୍‌‌’ ନଜରରେ ରହିବ। ଏ ନେଇ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ରାଜ୍ୟ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍‌‌) ୱାଇଲ୍‌‌ଡ ଲାଇଫ୍‌‌ ସୁଶାନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରୋଗୀଙ୍କ ଜୀବନ ସହିତ ସାଙ୍ଘାତିକ ଖେଳ: ମେଡିକାଲରେ ମିଳୁଛି ପୋକରା ଔଷଧ !

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଦୁଇଟି ଅଭୟାରଣ୍ୟ ଯୋଡ଼ି ହୋଇଥିବା ବେଳେ ସେଥିରେ ଶିମିଳିପାଳ ରହିଛି। ସମ୍ପ୍ରତି ବନ୍ୟପ୍ରାଣୀ ସୁରକ୍ଷା ଲାଗି ଡିଜିଟାଲ ଅଭିନବତ୍ୱକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ସୂଚନା ଅନୁଯାୟୀ, ଅଭୟାରଣ୍ୟର ସୁରକ୍ଷା ନିମନ୍ତେ ସମ୍ପ୍ରତି ନୂତନ ବୈଷୟିକ ଜ୍ଞାନକୌଶଳ ଉପଯୋଗିତାକୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଚଳିତ ମାସରେ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ଭି-ସାଟ୍‌‌’ ବ୍ୟବସ୍ଥା କରାଯିବା ସହ ୨୩ଟି ସେଣ୍ଟରକୁ ଯୋଡ଼ାଯିବ। ଏ ନେଇ ପୂର୍ବରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶିମିଳିପାଳ ଅଭୟାରଣ୍ୟର ବଫର ଜୋନରୁ କୋର୍‌‌ ଜୋନକୁ ପ୍ରବେଶ ନିମନ୍ତେ ଥିବା ପ୍ରବେଶ ପଥ ଓ ଅନ୍ୟାନ୍ୟ ସ୍ଥାନ ପ୍ରମୁଖରେ ‘ଉପଗ୍ରହ’ ସହିତ ଯୋଡ଼ାଯିବାର ବ୍ୟବସ୍ଥା କରାଯିବ। ଯଦ୍ଦ୍ୱାରା ଶିମିଳିପାଳର ପ୍ରତି ମୁହୂର୍ତ୍ତରେ କ’ଣ ସବୁ ଘଟୁଛି, ତାହାର ଟିକିନିଖ୍‌‌ ଖବର ରଖାଯିବ। ଏଥିସହିତ ‘ଭିଓଆଇପି ଫୋନ୍‌‌’ ବ୍ୟବସ୍ଥା କରାଯିବ।

ଆହୁରି ପଢ଼ନ୍ତୁ: ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା, ଗତକାଲି କେବଳ ପହଣ୍ଡିବିଜେ ଓ ରଥାରୁଢ଼ ହୋଇଥିଲେ ଠାକୁର

ଶିମିଳିପାଳର ବହୁତ ଅଞ୍ଚଳରେ ମୋବାଇଲ ନେଟୱାର୍କ ବ୍ୟବସ୍ଥା ଠିକ୍‌‌ଭାବେ ପହଞ୍ଚି ପାରୁନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ଫୋନ ବ୍ୟବସ୍ଥା କରାଯାଇଛି। ଏହି ଫୋନ ଦ୍ୱାରା ବନ୍ୟପ୍ରାଣୀଙ୍କ ଗତିବିଧ୍‌‌ି ଉପରେ ନଜର ରଖାଯିବା ସହିତ ଶିକାରୀଙ୍କ କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଅଭୟାରଣ୍ୟର ସୁରକ୍ଷା ନିମନ୍ତେ ଏସ୍‌‌ଟିପିଏଫ ମୁତୟନ ସମେତ ବନ କର୍ମଚାରୀଙ୍କୁ ବନ୍ଧୁକ ଦିଆଯିବା ପରେ ଏହା ଆଉ ଏକ ପଦକ୍ଷେପ ଭାବେ ବନବିଭାଗ ଗ୍ରହଣ କରିବାକୁ ଯାଉଛି। ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବକୁ ସମ୍ପୂର୍ଣ୍ଣ ଭାବେ ରୋକିବା ଏହାର ମୂଳଲକ୍ଷ୍ୟ ରହିଛି। ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ କରାଯାଉଥିବା ପ୍ରୟାସ ପ୍ରଶଂସନୀୟ ଏବଂ ସ୍ୱାଗତଯୋଗ୍ୟ ବୋଲି ପରିବେଶପ୍ରେମୀମାନେ ମତପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦ୍ବିତୀୟ ଶ୍ରୀକ୍ଷେତ୍ରରେ ନିଆରା ରଥଯାତ୍ରା: ମହିଳା ଟାଣନ୍ତି ଦେବୀ ସୁଭଦ୍ରାଙ୍କ ରଥ, ୧୫୭୫ରୁ ଆଜି ଯାଏଁ ଅକ୍ଷୁର୍ଣ୍ଣ ଏହି ଅନନ୍ୟ ପରମ୍ପରା

14 Mar 2024 By The Sakala

ଭି-ସାଟ୍‌‌ ନଜରରେ ରହିବ ଶିମିଳିପାଳ, ଶିକାରୀଙ୍କ ପ୍ରାଦୁର୍ଭାବରୁ ସମ୍ପୂୂର୍ଣ୍ଣ ମୁକ୍ତ କରିବାକୁ ପଦକ୍ଷେପ

ବାରିପଦା : ପ୍ରାକୃତିକ ସୁଷମାରାଜିରେ ଭରପୂର ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବ ମଣ୍ଡଳ ଭାବେ ପ୍ରସିଦ୍ଧି ଲାଭ କରିଥିବା ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥାରେ ଗୋଟିଏ ପରେ ଗୋଟିଏ ନୂତନ ଫର୍ଦ୍ଦ ଯୋଡ଼ି ହେଉଛି। ସେହି କ୍ରମରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ନିମନ୍ତେ ଉପଗ୍ରହ ‘ଭି-ସାଟ୍‌‌’ ନଜରରେ ରହିବ। ଏ ନେଇ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ରାଜ୍ୟ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍‌‌) ୱାଇଲ୍‌‌ଡ ଲାଇଫ୍‌‌ ସୁଶାନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଦୁଇଟି ଅଭୟାରଣ୍ୟ ଯୋଡ଼ି ହୋଇଥିବା ବେଳେ ସେଥିରେ ଶିମିଳିପାଳ ରହିଛି। ସମ୍ପ୍ରତି ବନ୍ୟପ୍ରାଣୀ ସୁରକ୍ଷା ଲାଗି ଡିଜିଟାଲ ଅଭିନବତ୍ୱକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ସୂଚନା ଅନୁଯାୟୀ, ଅଭୟାରଣ୍ୟର ସୁରକ୍ଷା ନିମନ୍ତେ ସମ୍ପ୍ରତି ନୂତନ ବୈଷୟିକ ଜ୍ଞାନକୌଶଳ ଉପଯୋଗିତାକୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଚଳିତ ମାସରେ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ଭି-ସାଟ୍‌‌’ ବ୍ୟବସ୍ଥା କରାଯିବା ସହ ୨୩ଟି ସେଣ୍ଟରକୁ ଯୋଡ଼ାଯିବ। ଏ ନେଇ ପୂର୍ବରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶିମିଳିପାଳ ଅଭୟାରଣ୍ୟର ବଫର ଜୋନରୁ କୋର୍‌‌ ଜୋନକୁ ପ୍ରବେଶ ନିମନ୍ତେ ଥିବା ପ୍ରବେଶ ପଥ ଓ ଅନ୍ୟାନ୍ୟ ସ୍ଥାନ ପ୍ରମୁଖରେ ‘ଉପଗ୍ରହ’ ସହିତ ଯୋଡ଼ାଯିବାର ବ୍ୟବସ୍ଥା କରାଯିବ। ଯଦ୍ଦ୍ୱାରା ଶିମିଳିପାଳର ପ୍ରତି ମୁହୂର୍ତ୍ତରେ କ’ଣ ସବୁ ଘଟୁଛି, ତାହାର ଟିକିନିଖ୍‌‌ ଖବର ରଖାଯିବ। ଏଥିସହିତ ‘ଭିଓଆଇପି ଫୋନ୍‌‌’ ବ୍ୟବସ୍ଥା କରାଯିବ।

ଶିମିଳିପାଳର ବହୁତ ଅଞ୍ଚଳରେ ମୋବାଇଲ ନେଟୱାର୍କ ବ୍ୟବସ୍ଥା ଠିକ୍‌‌ଭାବେ ପହଞ୍ଚି ପାରୁନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ଫୋନ ବ୍ୟବସ୍ଥା କରାଯାଇଛି। ଏହି ଫୋନ ଦ୍ୱାରା ବନ୍ୟପ୍ରାଣୀଙ୍କ ଗତିବିଧ୍‌‌ି ଉପରେ ନଜର ରଖାଯିବା ସହିତ ଶିକାରୀଙ୍କ କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଅଭୟାରଣ୍ୟର ସୁରକ୍ଷା ନିମନ୍ତେ ଏସ୍‌‌ଟିପିଏଫ ମୁତୟନ ସମେତ ବନ କର୍ମଚାରୀଙ୍କୁ ବନ୍ଧୁକ ଦିଆଯିବା ପରେ ଏହା ଆଉ ଏକ ପଦକ୍ଷେପ ଭାବେ ବନବିଭାଗ ଗ୍ରହଣ କରିବାକୁ ଯାଉଛି। ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବକୁ ସମ୍ପୂର୍ଣ୍ଣ ଭାବେ ରୋକିବା ଏହାର ମୂଳଲକ୍ଷ୍ୟ ରହିଛି। ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ କରାଯାଉଥିବା ପ୍ରୟାସ ପ୍ରଶଂସନୀୟ ଏବଂ ସ୍ୱାଗତଯୋଗ୍ୟ ବୋଲି ପରିବେଶପ୍ରେମୀମାନେ ମତପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର