ଗେଣ୍ଡୁ ଚାରା ପାଇଁ ନାବାଳିକାଙ୍କୁ ମାରି ଝୁଲାଇଦେଲେ ପଡୋଶୀ

The Sakala Picture
Published On

ଉଦଳା: ଗେଣ୍ଡୁ ଚାରାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଅଭିଯୋଗ। ୧୨ ବର୍ଷର ନାବାଳିକାକୁ ହତ୍ୟା କରି ଟାଙ୍ଗି ଦେଲେ ପଡୋଶୀ। ଉଦଳା ଥାନା ଭାଲୁହୁରୁଡ଼ା ଗ୍ରାମର ଘଟଣା। ମୃତକ ନାବାଳିକା ସରସ୍ବତୀ ହାଁସଦା। ପଡୋଶୀ ଘରୁ ଗେଣ୍ଡୁ ଗଛ ଚୋରି କରିବାରୁ ନିର୍ଘାତ ମାଡ଼ ମାରିବା ସହିତ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ମା। ସୂଚନାନୁଯାୟୀ, ଗ୍ରାମର ସୀତା ହାଁସଦା ତାଙ୍କ ୧୨ ବର୍ଷର ଝିଅ ସରସ୍ବତୀ ହାଁସଦାକୁ ପଡୋଶୀଙ୍କ ଘରେ ଛାଡି […]

ଉଦଳା: ଗେଣ୍ଡୁ ଚାରାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଅଭିଯୋଗ। ୧୨ ବର୍ଷର ନାବାଳିକାକୁ ହତ୍ୟା କରି ଟାଙ୍ଗି ଦେଲେ ପଡୋଶୀ। ଉଦଳା ଥାନା ଭାଲୁହୁରୁଡ଼ା ଗ୍ରାମର ଘଟଣା। ମୃତକ ନାବାଳିକା ସରସ୍ବତୀ ହାଁସଦା। ପଡୋଶୀ ଘରୁ ଗେଣ୍ଡୁ ଗଛ ଚୋରି କରିବାରୁ ନିର୍ଘାତ ମାଡ଼ ମାରିବା ସହିତ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ମା।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ସୂଚନାନୁଯାୟୀ, ଗ୍ରାମର ସୀତା ହାଁସଦା ତାଙ୍କ ୧୨ ବର୍ଷର ଝିଅ ସରସ୍ବତୀ ହାଁସଦାକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଯାଇଥିଲେ। ଭୁବନେଶ୍ୱରରେ ନାବାଳିକା ଜଣକ ପାଠ ପଢ଼ୁଥିବା ବେଳେ ତାର ସାର୍ଟିଫିକେଟ ଆଣି ଉଦଳାରେ ପଢ଼ାଇବେ ବୋଲି ଝିଅକୁ ପଡୋଶୀଙ୍କ ଘରେ ଛାଡି ଯାଇଥିଲେ। ହେଲେ ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅ ବାଡିରୁ ଗେଣ୍ଡୁ ଗଛ ଚୋରି କରିଥିବା କଥା ସୀତାଙ୍କୁ ଫୋନ କରି କହିଥିଲେ ତାଙ୍କ ପଡୋଶୀ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ରାତିରେ ଆସି ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଞ୍ଚିବାରୁ ଘର ଦ୍ୱାର ମୁହଁ ନିକଟରେ ୧୨ ବର୍ଷର ଝିଅ ସରସ୍ବତୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ସରସ୍ବତୀ ବେକରେ ଏକ ଓଢଣୀ ଲଗାଇ ଝୁଲିଥିବା ବେଳେ ତାର ଶରୀରରେ ମାଡ଼ ଚିହ୍ନ ରହିଛି। ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ତାଙ୍କ ଝିଅ ସରସ୍ବତୀକୁ ନିର୍ଘାତ ମାଡ଼ ମାରି ହତ୍ୟା କରିବା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା। ଏନେଇ ଉଦଳା ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ସ୍ଥିତ ଦୁଧିଆଣି ଜଙ୍ଗଲରୁ ମୃତ ହାତୀଛୁଆ ଉଦ୍ଧାର

12 Oct 2023 By The Sakala

ଗେଣ୍ଡୁ ଚାରା ପାଇଁ ନାବାଳିକାଙ୍କୁ ମାରି ଝୁଲାଇଦେଲେ ପଡୋଶୀ

ଉଦଳା: ଗେଣ୍ଡୁ ଚାରାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଅଭିଯୋଗ। ୧୨ ବର୍ଷର ନାବାଳିକାକୁ ହତ୍ୟା କରି ଟାଙ୍ଗି ଦେଲେ ପଡୋଶୀ। ଉଦଳା ଥାନା ଭାଲୁହୁରୁଡ଼ା ଗ୍ରାମର ଘଟଣା। ମୃତକ ନାବାଳିକା ସରସ୍ବତୀ ହାଁସଦା। ପଡୋଶୀ ଘରୁ ଗେଣ୍ଡୁ ଗଛ ଚୋରି କରିବାରୁ ନିର୍ଘାତ ମାଡ଼ ମାରିବା ସହିତ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ମା।

ସୂଚନାନୁଯାୟୀ, ଗ୍ରାମର ସୀତା ହାଁସଦା ତାଙ୍କ ୧୨ ବର୍ଷର ଝିଅ ସରସ୍ବତୀ ହାଁସଦାକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଯାଇଥିଲେ। ଭୁବନେଶ୍ୱରରେ ନାବାଳିକା ଜଣକ ପାଠ ପଢ଼ୁଥିବା ବେଳେ ତାର ସାର୍ଟିଫିକେଟ ଆଣି ଉଦଳାରେ ପଢ଼ାଇବେ ବୋଲି ଝିଅକୁ ପଡୋଶୀଙ୍କ ଘରେ ଛାଡି ଯାଇଥିଲେ। ହେଲେ ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅ ବାଡିରୁ ଗେଣ୍ଡୁ ଗଛ ଚୋରି କରିଥିବା କଥା ସୀତାଙ୍କୁ ଫୋନ କରି କହିଥିଲେ ତାଙ୍କ ପଡୋଶୀ।

ରାତିରେ ଆସି ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଞ୍ଚିବାରୁ ଘର ଦ୍ୱାର ମୁହଁ ନିକଟରେ ୧୨ ବର୍ଷର ଝିଅ ସରସ୍ବତୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ସରସ୍ବତୀ ବେକରେ ଏକ ଓଢଣୀ ଲଗାଇ ଝୁଲିଥିବା ବେଳେ ତାର ଶରୀରରେ ମାଡ଼ ଚିହ୍ନ ରହିଛି। ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ତାଙ୍କ ଝିଅ ସରସ୍ବତୀକୁ ନିର୍ଘାତ ମାଡ଼ ମାରି ହତ୍ୟା କରିବା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା। ଏନେଇ ଉଦଳା ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର