ଟ୍ରେନ ନଥିବାରୁ ଲିପ୍ଟ ମାଗି ଝାଡଖଣ୍ଡ ଫେରୁଥିବା ନାବାଳକର ବସ ଚାପାରେ ମୃତ୍ୟୁ

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ ଗେଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକରୁ ଛିଟିକି ପଡ଼ି ବସ ଚାପାରେ ଚାଲିଗଲା ଝାଡ଼ଖଣ୍ଡର ୧୭ ବର୍ଷୀୟ ନାବାଳକଙ୍କ ଜୀବନ। ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ରାଜ୍ୟ ବଡ଼ସର ଥାନା ଅଧୀନ ବେଣାଶୂଳି ଅଞ୍ଚଳର ବୁକାଇ ମୁର୍ମୁଙ୍କ ପୁଅ ସୁନୀଲ(୧୭) ଓ ମଙ୍ଗଲ ମୁର୍ମୁଙ୍କ ପୁଅ ଚୁନୁ(୧୬) ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ଏକ ଚାଉଳ ମିଲରେ କାମ […]

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ ଗେଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକରୁ ଛିଟିକି ପଡ଼ି ବସ ଚାପାରେ ଚାଲିଗଲା ଝାଡ଼ଖଣ୍ଡର ୧୭ ବର୍ଷୀୟ ନାବାଳକଙ୍କ ଜୀବନ। ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ରାଜ୍ୟ ବଡ଼ସର ଥାନା ଅଧୀନ ବେଣାଶୂଳି ଅଞ୍ଚଳର ବୁକାଇ ମୁର୍ମୁଙ୍କ ପୁଅ ସୁନୀଲ(୧୭) ଓ ମଙ୍ଗଲ ମୁର୍ମୁଙ୍କ ପୁଅ ଚୁନୁ(୧୬) ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ଏକ ଚାଉଳ ମିଲରେ କାମ କରନ୍ତି। ଆଜି ଦୁହେଁ ସାଙ୍ଗ ହୋଇ ନିଜ ଘରକୁ ଯାଉଥିବା ସମୟରେ ବାଲେଶ୍ୱର ଠାରୁ ଏକ ଚାଳକକୁ ଲିଫ୍ଟ ମାଗିକରି ତା ସହିତ ଗୋଟିଏ ବାଇକରେ ୩ ଜଣ ବସି ବାରିପଦା ଅଭିମୁଖେ ଯାଉଥିଲେ। ହେଲେ ଦୁର୍ଭାଗ୍ୟବଶତଃ ପଦ୍ମନାଭପୁର ଟୋଲ ଗେଟ ଅତିକ୍ରମ କରିବାପରେ ବାଇକ ସାମ୍ନାକୁ ହଠାତ ଏକ ସ୍କର୍ପିଓ ଚାଲି ଆସିଥିଲା। ବାଇକ ଚାଳକ ଭାରସାମ୍ୟ ହରାଇ ସ୍କର୍ପିଓ ପଛପଟେ ଶକ୍ତ ଧକ୍କା ଦେଇ ତଳେ ପଡ଼ିଯାଇଥିଲା।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା କାରଣରୁ ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ୩ ଫୁଟର ପାଣି, ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ

ପରେ ବାଇକ ଚାଳକ ଓ ମଝିରେ ବସିଥିବା ଚୁନୁ ବାମ ପାର୍ଶ୍ୱକୁ ଛିଟିକି ପଡ଼ିଥିବାବେଳେ ସୁନୀଲ ଦକ୍ଷିଣ ପାର୍ଶ୍ୱକୁ ଛିଟିକି ପଡ଼ିଥିଲା ଓ ଠିକ ସେହି ସମୟରେ ପଛପଟୁ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବାସୁଦେବ ବସ ଚକ ତଳେ ସୁନୀଲ ପଡ଼ିଯାଇଥିଲା। ସୁନୀଲର ଅଣ୍ଟା ଉପର ଦେଇ ବସ ଚକ ଚାଲିଯାଇଥିବାବେଳେ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। ହେଲେ ବାଇକ ଚାଳକ ଘଟଣାସ୍ଥଳରୁ ସଙ୍ଗେ ସଙ୍ଗେ ଚମ୍ପଟ ମାରିଥିଲା। ସୁନୀଲର ମୃତଦେହ ରାସ୍ତା ଉପରେ ପଡ଼ିଥିବା ତଥା ଦୁର୍ଘଟଣା ପାଇଁ ରାସ୍ତା ଉପରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯିବା ଯୋଗୁଁ କିଛି ସମୟ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ବୈଶିଙ୍ଗା ଏସଆଇ ସୁମନ୍ତ ସେଠୀ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ରାସ୍ତା ଉପରୁ ଉଠାଇବା ସହିତ ଆହତ ଚୁନୁକୁ ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିଲେ। ଦୁର୍ଘଟଣାରେ ସମ୍ପୃକ୍ତ ସ୍କର୍ପିଓ ଓ ବାସୁଦେବ ବସ ଆସି ବୈଶିଙ୍ଗା ଥାନାରେ ଆତ୍ମସମର୍ପଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ସ୍ୱର୍ଗତଃ ଅମରେନ୍ଦ୍ରଲାଲଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ, ୫୪ ୟୁନିଟ୍ ରକ୍ତ ସଂଗୃହୀତ

04 Jun 2023 By The Sakala

ଟ୍ରେନ ନଥିବାରୁ ଲିପ୍ଟ ମାଗି ଝାଡଖଣ୍ଡ ଫେରୁଥିବା ନାବାଳକର ବସ ଚାପାରେ ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ ଗେଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକରୁ ଛିଟିକି ପଡ଼ି ବସ ଚାପାରେ ଚାଲିଗଲା ଝାଡ଼ଖଣ୍ଡର ୧୭ ବର୍ଷୀୟ ନାବାଳକଙ୍କ ଜୀବନ। ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ରାଜ୍ୟ ବଡ଼ସର ଥାନା ଅଧୀନ ବେଣାଶୂଳି ଅଞ୍ଚଳର ବୁକାଇ ମୁର୍ମୁଙ୍କ ପୁଅ ସୁନୀଲ(୧୭) ଓ ମଙ୍ଗଲ ମୁର୍ମୁଙ୍କ ପୁଅ ଚୁନୁ(୧୬) ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ଏକ ଚାଉଳ ମିଲରେ କାମ କରନ୍ତି। ଆଜି ଦୁହେଁ ସାଙ୍ଗ ହୋଇ ନିଜ ଘରକୁ ଯାଉଥିବା ସମୟରେ ବାଲେଶ୍ୱର ଠାରୁ ଏକ ଚାଳକକୁ ଲିଫ୍ଟ ମାଗିକରି ତା ସହିତ ଗୋଟିଏ ବାଇକରେ ୩ ଜଣ ବସି ବାରିପଦା ଅଭିମୁଖେ ଯାଉଥିଲେ। ହେଲେ ଦୁର୍ଭାଗ୍ୟବଶତଃ ପଦ୍ମନାଭପୁର ଟୋଲ ଗେଟ ଅତିକ୍ରମ କରିବାପରେ ବାଇକ ସାମ୍ନାକୁ ହଠାତ ଏକ ସ୍କର୍ପିଓ ଚାଲି ଆସିଥିଲା। ବାଇକ ଚାଳକ ଭାରସାମ୍ୟ ହରାଇ ସ୍କର୍ପିଓ ପଛପଟେ ଶକ୍ତ ଧକ୍କା ଦେଇ ତଳେ ପଡ଼ିଯାଇଥିଲା।

ପରେ ବାଇକ ଚାଳକ ଓ ମଝିରେ ବସିଥିବା ଚୁନୁ ବାମ ପାର୍ଶ୍ୱକୁ ଛିଟିକି ପଡ଼ିଥିବାବେଳେ ସୁନୀଲ ଦକ୍ଷିଣ ପାର୍ଶ୍ୱକୁ ଛିଟିକି ପଡ଼ିଥିଲା ଓ ଠିକ ସେହି ସମୟରେ ପଛପଟୁ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବାସୁଦେବ ବସ ଚକ ତଳେ ସୁନୀଲ ପଡ଼ିଯାଇଥିଲା। ସୁନୀଲର ଅଣ୍ଟା ଉପର ଦେଇ ବସ ଚକ ଚାଲିଯାଇଥିବାବେଳେ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। ହେଲେ ବାଇକ ଚାଳକ ଘଟଣାସ୍ଥଳରୁ ସଙ୍ଗେ ସଙ୍ଗେ ଚମ୍ପଟ ମାରିଥିଲା। ସୁନୀଲର ମୃତଦେହ ରାସ୍ତା ଉପରେ ପଡ଼ିଥିବା ତଥା ଦୁର୍ଘଟଣା ପାଇଁ ରାସ୍ତା ଉପରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯିବା ଯୋଗୁଁ କିଛି ସମୟ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ବୈଶିଙ୍ଗା ଏସଆଇ ସୁମନ୍ତ ସେଠୀ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ରାସ୍ତା ଉପରୁ ଉଠାଇବା ସହିତ ଆହତ ଚୁନୁକୁ ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିଲେ। ଦୁର୍ଘଟଣାରେ ସମ୍ପୃକ୍ତ ସ୍କର୍ପିଓ ଓ ବାସୁଦେବ ବସ ଆସି ବୈଶିଙ୍ଗା ଥାନାରେ ଆତ୍ମସମର୍ପଣ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର