ଶିକାରୀ ଗୁଳିରେ ବନ କର୍ମଚାରୀ ନିହତ ଘଟଣା : ପୁଣି ୩ ଶିକାରୀ ଅଟକ, ୫ବନ୍ଧୁକ ଜବତ

The Sakala Picture
Published On

ବାରିପଦା: ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟଣା । ପୁଲିସର କୋମ୍ବିଂ ଅପରେସନରେ ଆଉ ୩ ଶିକାରୀ ଧରାପଡିଛନ୍ତି । ସେମାନଙ୍କୁ ଗୁପ୍ତ ସ୍ଥାନରେ ରଖି ପଚରାଉଚୁରା ଜାରି ରହିଛି । ୩ ଜଣଙ୍କ ପାଖରୁ ଆଉ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଗୁରୁବାର ରାତିରେ ପୁଲିସର ସ୍ବତନ୍ତ୍ର ଟିମ୍ ଶିମିଳିପାଳ ନିକଟ ଗାଁରେ ଅପରେସନ ଚଳାଇବା ବେଳେ ଏହି ସଫଳତା ମିଳିଛି । ପ୍ରକାଶ ଥାଉକି, ଗତ ୨୨ ତାରିଖରେ ଶିକାରୀଙ୍କ ଗୁଳିରେ […]

ବାରିପଦା: ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟଣା । ପୁଲିସର କୋମ୍ବିଂ ଅପରେସନରେ ଆଉ ୩ ଶିକାରୀ ଧରାପଡିଛନ୍ତି । ସେମାନଙ୍କୁ ଗୁପ୍ତ ସ୍ଥାନରେ ରଖି ପଚରାଉଚୁରା ଜାରି ରହିଛି । ୩ ଜଣଙ୍କ ପାଖରୁ ଆଉ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଗୁରୁବାର ରାତିରେ ପୁଲିସର ସ୍ବତନ୍ତ୍ର ଟିମ୍ ଶିମିଳିପାଳ ନିକଟ ଗାଁରେ ଅପରେସନ ଚଳାଇବା ବେଳେ ଏହି ସଫଳତା ମିଳିଛି ।

ଆହୁରି ପଢ଼ନ୍ତୁ: DNA ରିପୋର୍ଟ ଖୋଲିଲା ହତ୍ୟା ରହସ୍ୟ, ଦୀର୍ଘ ଅଢେଇ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ, ୩ ଗିରଫ

ପ୍ରକାଶ ଥାଉକି, ଗତ ୨୨ ତାରିଖରେ ଶିକାରୀଙ୍କ ଗୁଳିରେ ବନରକ୍ଷୀ ବିମଳ ଜେନାଙ୍କର ମୃତ୍ୟୁ ହେବା ପରେ ଏହି ଅପରେସନ ଜାରି ରହିଛି । ଏହି ଘଟଣାକୁ ମିଶାଇ ପୁଲିସ ମୋଟ ୬ଶିକାରୀଙ୍କୁ ଧରିବା ସହିତ ୧୦ଟି ଦେଶୀ ବନ୍ଧୁକ ଜବତ କରିଲାଣି ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା କାରଣରୁ ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ୩ ଫୁଟର ପାଣି, ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଓ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ସୀମାନ୍ତ ଅଞ୍ଚଳ ନଅଣା ରେଞ୍ଜ ବାଉଁଶଖାଳ ବିଟ ଅଞ୍ଚଳରେ ଏହି ଘଟଣା ସୋମବାର ଅପରାହ୍ନରେ ଘଟିଛି। ଅଭୟାରଣ୍ୟରେ ପେଟ୍ରୋଲିଂ ସମୟରେ ଶିକାରୀ ପ୍ରବେଶ ନେଇ ଖବର ମିଳିଥିଲା। ୨ଟି ବାରହା ଓ ୩ଟି କୁଟୁରା ଶିକାର କରି ଏକ ୨୦ଜଣିଆ ଶିକାରୀ ଦଳ ଫେରୁଥିବା ବେଳେ ମୃତ ବନରକ୍ଷୀ ସମେତ ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେଠାରେ ଶିକାରୀ ଓ ବନ କର୍ମଚାରୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ  ବିମଲଙ୍କ ପିଠି ପଟୁ ଗୁଳିବାଜି ଛାତି ପଟେ ବାହାରି ଯାଇଥିଲା । ସଙ୍ଗେ ସଙ୍ଗେ ସେ ସେଠାରେ ସେ ଟଳି ପଡିଥିଲେ । ଗୁଳି ଶବ୍ଦ ଶୁଣି ସାଥି  କର୍ମଚାରୀ ତାଙ୍କୁ ଉଦ୍ଧାର ପାଇଁ ଆସିବା ସମୟରେ ମାରଣାସ୍ତ୍ର ସହିତ ଥିବା ଶିକାରୀଙ୍କୁ ମୁକାବିଲା କରି ପାରିନଥିଲେ । ଶିକାରୀ ମାନେ ଦୀର୍ଘ ସମୟ ଧରି ମୃତ ବିମଲଙ୍କୁ ଜଗି ରହିଥିଲେ । ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେବା ପରେ ନିହତ ବିମଲଙ୍କୁ ପୁଲିସ ଓ ଅଧିକ ବନକର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲା ।  ସହିଦ ବିମଲ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର କାର୍ଯ୍ୟ କରୁଥିବା ବେଳେ ନିକଟରେ ତାଙ୍କୁ ଡେପୁଟେସନରେ ଉତ୍ତର ବନଖଣ୍ଡର ବିଟ ଦାୟିତ୍ୱ ଦିଆଯାଇଥିଲା ।

26 May 2023 By The Sakala

ଶିକାରୀ ଗୁଳିରେ ବନ କର୍ମଚାରୀ ନିହତ ଘଟଣା : ପୁଣି ୩ ଶିକାରୀ ଅଟକ, ୫ବନ୍ଧୁକ ଜବତ

ବାରିପଦା: ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟଣା । ପୁଲିସର କୋମ୍ବିଂ ଅପରେସନରେ ଆଉ ୩ ଶିକାରୀ ଧରାପଡିଛନ୍ତି । ସେମାନଙ୍କୁ ଗୁପ୍ତ ସ୍ଥାନରେ ରଖି ପଚରାଉଚୁରା ଜାରି ରହିଛି । ୩ ଜଣଙ୍କ ପାଖରୁ ଆଉ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଗୁରୁବାର ରାତିରେ ପୁଲିସର ସ୍ବତନ୍ତ୍ର ଟିମ୍ ଶିମିଳିପାଳ ନିକଟ ଗାଁରେ ଅପରେସନ ଚଳାଇବା ବେଳେ ଏହି ସଫଳତା ମିଳିଛି ।

ପ୍ରକାଶ ଥାଉକି, ଗତ ୨୨ ତାରିଖରେ ଶିକାରୀଙ୍କ ଗୁଳିରେ ବନରକ୍ଷୀ ବିମଳ ଜେନାଙ୍କର ମୃତ୍ୟୁ ହେବା ପରେ ଏହି ଅପରେସନ ଜାରି ରହିଛି । ଏହି ଘଟଣାକୁ ମିଶାଇ ପୁଲିସ ମୋଟ ୬ଶିକାରୀଙ୍କୁ ଧରିବା ସହିତ ୧୦ଟି ଦେଶୀ ବନ୍ଧୁକ ଜବତ କରିଲାଣି ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଓ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ସୀମାନ୍ତ ଅଞ୍ଚଳ ନଅଣା ରେଞ୍ଜ ବାଉଁଶଖାଳ ବିଟ ଅଞ୍ଚଳରେ ଏହି ଘଟଣା ସୋମବାର ଅପରାହ୍ନରେ ଘଟିଛି। ଅଭୟାରଣ୍ୟରେ ପେଟ୍ରୋଲିଂ ସମୟରେ ଶିକାରୀ ପ୍ରବେଶ ନେଇ ଖବର ମିଳିଥିଲା। ୨ଟି ବାରହା ଓ ୩ଟି କୁଟୁରା ଶିକାର କରି ଏକ ୨୦ଜଣିଆ ଶିକାରୀ ଦଳ ଫେରୁଥିବା ବେଳେ ମୃତ ବନରକ୍ଷୀ ସମେତ ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେଠାରେ ଶିକାରୀ ଓ ବନ କର୍ମଚାରୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ  ବିମଲଙ୍କ ପିଠି ପଟୁ ଗୁଳିବାଜି ଛାତି ପଟେ ବାହାରି ଯାଇଥିଲା । ସଙ୍ଗେ ସଙ୍ଗେ ସେ ସେଠାରେ ସେ ଟଳି ପଡିଥିଲେ । ଗୁଳି ଶବ୍ଦ ଶୁଣି ସାଥି  କର୍ମଚାରୀ ତାଙ୍କୁ ଉଦ୍ଧାର ପାଇଁ ଆସିବା ସମୟରେ ମାରଣାସ୍ତ୍ର ସହିତ ଥିବା ଶିକାରୀଙ୍କୁ ମୁକାବିଲା କରି ପାରିନଥିଲେ । ଶିକାରୀ ମାନେ ଦୀର୍ଘ ସମୟ ଧରି ମୃତ ବିମଲଙ୍କୁ ଜଗି ରହିଥିଲେ । ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେବା ପରେ ନିହତ ବିମଲଙ୍କୁ ପୁଲିସ ଓ ଅଧିକ ବନକର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲା ।  ସହିଦ ବିମଲ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର କାର୍ଯ୍ୟ କରୁଥିବା ବେଳେ ନିକଟରେ ତାଙ୍କୁ ଡେପୁଟେସନରେ ଉତ୍ତର ବନଖଣ୍ଡର ବିଟ ଦାୟିତ୍ୱ ଦିଆଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର