ମୟୁରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଆତଙ୍କ, ହାତୀ ଆକ୍ରମଣରେ ପୁଣି ଗଲା ଦୁଇ ନିରୀହ ଜୀବନ

The Sakala Picture
Published On

ମୋରଡ଼ା : ଥମୁନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ପୁଣି ଯାଇଛି ଦୁଇ ନିରୀହଙ୍କ ଜୀବନ। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଓ ବେତନଟୀ ରେଞ୍ଜରେ ଘଟିଯାଇଛି ଏଭଳି ଦୁଖଃ ଦାୟକ ଘଟଣା। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ରାସଗୋବିନ୍ଦପୁର ରେଞ୍ଜ ଡାଙ୍ଗରବିଲା ଗାଁ ରେ ସୀମିତ ହାଁସଦା ନିଜ ଘରେ ରାତ୍ରିଭୋଜନ ପରେ ଶୋଇଥିଲେ। ବିଳମ୍ବିତ ରାତିରେ ଗାଁ ଭିତରକୁ ପ୍ରାୟ ୫ ରୁ ଉର୍ଦ୍ଧ୍ବ ହାତୀ ପଶି ସୀମିତ ହାଁସଦା ଶୋଇଥିବା ଘର […]

ମୋରଡ଼ା : ଥମୁନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ପୁଣି ଯାଇଛି ଦୁଇ ନିରୀହଙ୍କ ଜୀବନ। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଓ ବେତନଟୀ ରେଞ୍ଜରେ ଘଟିଯାଇଛି ଏଭଳି ଦୁଖଃ ଦାୟକ ଘଟଣା। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ରାସଗୋବିନ୍ଦପୁର ରେଞ୍ଜ ଡାଙ୍ଗରବିଲା ଗାଁ ରେ ସୀମିତ ହାଁସଦା ନିଜ ଘରେ ରାତ୍ରିଭୋଜନ ପରେ ଶୋଇଥିଲେ। ବିଳମ୍ବିତ ରାତିରେ ଗାଁ ଭିତରକୁ ପ୍ରାୟ ୫ ରୁ ଉର୍ଦ୍ଧ୍ବ ହାତୀ ପଶି ସୀମିତ ହାଁସଦା ଶୋଇଥିବା ଘର ଭିତରୁ ଟାଣି ଆଣି ଘର ବାହାରେ କଚାଡି ମାରି ଦେଇଥିଲା ପରେ ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟାରୁ ସୁରକ୍ଷିତ ଘରକୁ ଫେରିଲେ ବାରିପଦାର ଝିଅ କୁଲସୁମ୍ ନିଗାର୍, ବଖାଣିଲେ ପ୍ରଳୟଙ୍କରୀ ବନ୍ୟାର ଲୋମଟାଙ୍କୁରା ଅନୁଭୂତି

ଅନ୍ୟ ପଟେ ସେହିପରି ଅନ୍ୟ ଏକ ଘଟଣା ରେ ବେତନଟୀ ରେଞ୍ଜ ସଂଗାଡ଼ି ଗ୍ରାମରେ ଧନଞ୍ଜୟ ହାଁସଦା ଗତକାଲିଠାରୁ ଜଙ୍ଗଲକୁ ଗାଈ ଖୋଜିବାକୁ ଯାଇ ନିଖୋଜ ଥିଲେ ଆଜି ଜଙ୍ଗଲ ଭିତରୁ ଧନଞ୍ଜୟଙ୍କ ଶବ ଠାବ ହୋଇଛି। ଜଙ୍ଗଲ ଭିତରେ ହାତୀ ଧନଞ୍ଜୟକୁ କଚାଡି ମାରିଥିବା ଦେଖିବାକୁ ମିଳିଛି । ବେତନଟୀ ରେଞ୍ଜର ଘନଶ୍ୟାମ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ ସଂଗାଡ଼ି ଗ୍ରାମରେ ଗ୍ରାମବାସୀ ମାନଙ୍କ ଅଭିଯୋଗ ଅନୁଯାୟୀ ବନ ବିଭାଗ ହାତୀ ଚଳପ୍ରଚଳ ନେଇ ସୂଚନା ଦେଉ ନଥିବାରୁ ଏ ଭଳି ଘଟଣା ବାରମ୍ବାର ଘଟୁଛି ବୋଲି ଅଭିଯୋଗ କରି ଦୀର୍ଘ ସମୟ ଧରି ଶବ ଅଟକ ରଖିଥିଲେ। ଉଭୟଙ୍କ ପରିବାରକୁ ସରକାରଙ୍କ ନିୟମାବଳୀ ଅନୁଯାୟୀ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର