ଦାନ୍ତ ପାଇଁ ଶିମିଳିପାଳ ଅଭୟାରଣ୍ୟରେ ଦନ୍ତାହାତୀ ଶିକାର ! ମୃତଦେହକୁ ପୋଡି ନଦୀରେ ଭସାଇଦେଇଥିବା ଅଭିଯୋଗ

The Sakala Picture
Published On

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଦନ୍ତା ହାତୀ ଶିକାର । ହାତୀକୁ ମାରିବା ପରେ ହାତୀ ଦାନ୍ତ ଚୋରି କରିନେଲେ ଶିକାରୀ । ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜରେ ଘଟିଛି ଏପରି ଘଟଣା। ଗତ ୧୫ ଦିନ ପୂର୍ବେ ହାତୀ ଶିକାର ହୋଇଥିବା ଅଭିଯୋଗ। ଘଟଣା ଲୁଚାଇବାକୁ ଯାଇ ବନ କର୍ମଚାରୀ ହାତୀକୁ ପୋଡ଼ି ଶିମିଳିପାଳ ଭିତରେ ଥିବା ନଦୀରେ ଭସାଇ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ କରି ୩ ଦିନ ପୂର୍ବେ ବକୁଆ ଗ୍ରାମବାସୀ ଜେନାବିଲ […]

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଦନ୍ତା ହାତୀ ଶିକାର । ହାତୀକୁ ମାରିବା ପରେ ହାତୀ ଦାନ୍ତ ଚୋରି କରିନେଲେ ଶିକାରୀ । ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜରେ ଘଟିଛି ଏପରି ଘଟଣା। ଗତ ୧୫ ଦିନ ପୂର୍ବେ ହାତୀ ଶିକାର ହୋଇଥିବା ଅଭିଯୋଗ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଘଟଣା ଲୁଚାଇବାକୁ ଯାଇ ବନ କର୍ମଚାରୀ ହାତୀକୁ ପୋଡ଼ି ଶିମିଳିପାଳ ଭିତରେ ଥିବା ନଦୀରେ ଭସାଇ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ କରି ୩ ଦିନ ପୂର୍ବେ ବକୁଆ ଗ୍ରାମବାସୀ ଜେନାବିଲ ରେଞ୍ଜ ଘେରାଉ କରିବା ପରେ ବନବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ରେଞ୍ଜର ଓ ୨ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ ୫୦ ଜଣ ବନ କର୍ମଚାରୀଙ୍କୁ ନେଇ ଘଟଣାର ତଦନ୍ତ ପାଇଁ ଜେନାବିଲ ରେଞ୍ଜକୁ ଯାଇଥିଲେ । ବହୁ ସମୟ ଧରି ଛାନବିନ୍ କରିବା ପରେ ହାତୀ ପୋଡା ହୋଇଥିବା ସ୍ଥାନ ଚିହ୍ନଟ କରିଥିଲେ । ଏହାସହ ନଦୀରୁ କିଛି ହାଡ ମଧ୍ୟ ଜବତ କରିଥିଲେ । ଏହି ସବୁ ହାଡକୁ ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ ପାଇଁ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର