ଘରୋଇ କଳିରୁ ଅଘଟଣ: ସାନଭାଇକୁ ହତ୍ୟା କଲା ବଡ଼ଭାଇ

The Sakala Picture
Published On

କୁଳିଅଣା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଢିପାସାହି (ଚାଉଳ ଘେରି)ରେ ବଡଭାଇ ଓ ତାର ଦୁଇ ସହଯୋଗୀ ସହ ମିଶି ନିଜ ସାନଭାଇକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଭିଆଇଛି । ମୃତକ ସାନଭାଇଙ୍କ ନାଁ ଅଜିତ କୁମାର ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ମୃତକ ଅଜିତ କୁମାର ନାଏକଙ୍କ ସ୍ତ୍ରୀଙ୍କ ଏତଲା ମୁତାବକ ତାଙ୍କ ସ୍ଵାମୀ ମୋବାଇଲ ରିିଚାର୍ଜ କରିବା ପାଇଁ ଗ୍ରାମ ମଧ୍ୟ ଭାଗରେ ଥିବା ରାଜୁ ପାନ ଦୋକାନକୁ ଯାଇଥିଲେ […]

କୁଳିଅଣା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଢିପାସାହି (ଚାଉଳ ଘେରି)ରେ ବଡଭାଇ ଓ ତାର ଦୁଇ ସହଯୋଗୀ ସହ ମିଶି ନିଜ ସାନଭାଇକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଭିଆଇଛି । ମୃତକ ସାନଭାଇଙ୍କ ନାଁ ଅଜିତ କୁମାର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ଶୁଭାରମ୍ଭ

ଖବର ଅନୁଯାୟୀ, ମୃତକ ଅଜିତ କୁମାର ନାଏକଙ୍କ ସ୍ତ୍ରୀଙ୍କ ଏତଲା ମୁତାବକ ତାଙ୍କ ସ୍ଵାମୀ ମୋବାଇଲ ରିିଚାର୍ଜ କରିବା ପାଇଁ ଗ୍ରାମ ମଧ୍ୟ ଭାଗରେ ଥିବା ରାଜୁ ପାନ ଦୋକାନକୁ ଯାଇଥିଲେ । ସେଠାରେ ତାଙ୍କ ଦେଢଶୁର ଶମ୍ଭୁ ନାଏକ ତାଙ୍କ ଦୁଇ ସହଯୋଗୀ ଚାଉଳଘେରିର ରାଜେଶ ନାଏକ(ରାଜୁ), ଜୁଗଡିହା ଗ୍ରାମର ସତ୍ୟବ୍ରତ ପ୍ରଧାନ ତାଙ୍କ ସ୍ବାମୀ ଅଜିତଙ୍କୁ ସଂଘବଦ୍ଧ ଭାବେ ଗୋଇଠା ଓ ବିଧାରେ ଆକ୍ରମଣ କରିଥିଲେ । ସେ ଗୁରତର ଅସୁସ୍ଥ ହେବାରୁ ଅଜିତଙ୍କ ପତ୍ନୀଙ୍କୁ ଜଣାଇବା ପରେ ଏକ ଭ୍ୟାନ ଯୋଗେ ଖାଣ୍ଡିଆ ସ୍ଥିତ ଭିଣୋଇ ଘରକୁ ନେଇଯାଇଥିଲେ। ଗୁରୁତର ଅଜିିତଙ୍କୁ ଭିଣୋଇଙ୍କ ଘରେ ରଖି ତହିଁଁ ପର ଦିନ ସକାଳେ ପ୍ରଥମେ ପିଆରଏମ ମେଡିକାଲ ଓ ପରେ କଟକ ବଡ ଡାକ୍ତରଖାନାକୁ ନେଇ ଥିଲେ ହେଁ ମୃତ୍ୟୁ ଘଟିଥିଲା । ପୁଲିସର କହିବା ମୁତାବକ ଘରୋଇ କଳିରୁ ଉତ୍ତେଜନା ହୋଇ ଏଭଳି ହତ୍ୟା କାଣ୍ଡ ଘଟିଛି । ଏକ ହତ୍ୟା ମାମଲା ରୁଜୁ କରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ, ଶିଶୁଭବନ ଛକରେ ଘଟିଥିବା ସଡକ ଦୁର୍ଘଟଣା କେସରେ ମର୍ଡର ଲିଙ୍କ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp