ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

The Sakala Picture
Published On

ବାରିପଦା: ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବନପୋଖରୀ ଗ୍ରାମର ରାମ ଚନ୍ଦ୍ର ହେମ୍ବ୍ରମଙ୍କ ପୁଅ ବାଜା(୩୫)। ବାଜା ଏକ ମାମଲାରେ ଗିରଫ ହୋଇ ବାରିପଦା ଜେଲକୁ ଆସିଥିଲେ। ହେଲେ ଶନିବାର ହଠାତ୍ ତାଙ୍କର ଶରୀର ଅସୁସ୍ଥତା କାରଣରୁ ତାଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତିକରି ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ […]

ବାରିପଦା: ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବନପୋଖରୀ ଗ୍ରାମର ରାମ ଚନ୍ଦ୍ର ହେମ୍ବ୍ରମଙ୍କ ପୁଅ ବାଜା(୩୫)। ବାଜା ଏକ ମାମଲାରେ ଗିରଫ ହୋଇ ବାରିପଦା ଜେଲକୁ ଆସିଥିଲେ। ହେଲେ ଶନିବାର ହଠାତ୍ ତାଙ୍କର ଶରୀର ଅସୁସ୍ଥତା କାରଣରୁ ତାଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତିକରି ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ମୃତ୍ୟୁର କାରଣ ସଠିକ୍ ଭାବରେ ଜଣାପଡି ନ ଥିବା ବେଳେ ବାଜା ପୂର୍ବରୁ ମଧ୍ୟ କୌଣସି ଆନ୍ତଃ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପରିବାରର ଦୁଇ ଭଉଣୀ ଓ ମାଆ ଶବଟିକୁ ନେବାକୁ ମନା କରିଥିଲେ ଓ ଦାବି କରିଥିଲେ ପୁଅର ଶବକୁ ତାଙ୍କ ଗ୍ରାମରେ ପହଞ୍ଚାଇବା। ତେବେ ପରିବାର ଲୋକେ ବାଜାଙ୍କ ମୃତ୍ୟକୁ ସହଜ ଗ୍ରହଣ କରିପାରୁ ନ ଥିବା ବେଳେ ଏହାର ତଦନ୍ତ ନେଇ ଦାବି କରିଛନ୍ତି। ଉକ୍ତ ଘଟଣା ବାବଦରେ ବାରିପଦା ମଣ୍ଡଳ କାରାଗାରର ଜେଲର ମଧୁସ୍ମିତା ସେଠିଙ୍କ ସୂଚନା କ୍ରମେ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

31 Jul 2022 By The Sakala

ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବାରିପଦା: ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବନପୋଖରୀ ଗ୍ରାମର ରାମ ଚନ୍ଦ୍ର ହେମ୍ବ୍ରମଙ୍କ ପୁଅ ବାଜା(୩୫)। ବାଜା ଏକ ମାମଲାରେ ଗିରଫ ହୋଇ ବାରିପଦା ଜେଲକୁ ଆସିଥିଲେ। ହେଲେ ଶନିବାର ହଠାତ୍ ତାଙ୍କର ଶରୀର ଅସୁସ୍ଥତା କାରଣରୁ ତାଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତିକରି ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି।

ମୃତ୍ୟୁର କାରଣ ସଠିକ୍ ଭାବରେ ଜଣାପଡି ନ ଥିବା ବେଳେ ବାଜା ପୂର୍ବରୁ ମଧ୍ୟ କୌଣସି ଆନ୍ତଃ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପରିବାରର ଦୁଇ ଭଉଣୀ ଓ ମାଆ ଶବଟିକୁ ନେବାକୁ ମନା କରିଥିଲେ ଓ ଦାବି କରିଥିଲେ ପୁଅର ଶବକୁ ତାଙ୍କ ଗ୍ରାମରେ ପହଞ୍ଚାଇବା। ତେବେ ପରିବାର ଲୋକେ ବାଜାଙ୍କ ମୃତ୍ୟକୁ ସହଜ ଗ୍ରହଣ କରିପାରୁ ନ ଥିବା ବେଳେ ଏହାର ତଦନ୍ତ ନେଇ ଦାବି କରିଛନ୍ତି। ଉକ୍ତ ଘଟଣା ବାବଦରେ ବାରିପଦା ମଣ୍ଡଳ କାରାଗାରର ଜେଲର ମଧୁସ୍ମିତା ସେଠିଙ୍କ ସୂଚନା କ୍ରମେ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର