ନିହତ ବନରକ୍ଷୀ ପରିବାରଙ୍କ ପାଖରେ ପହଞ୍ଚିଲେ ପିସିସିଏଫ

The Sakala Picture
Published On

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଭିତରେ ଶିକାରୀ ଗୁଳି ମାଡ଼ରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଲେ ପିସିସିଏଫ ୱାର୍ଲଡ଼ ଲାଇଫ ସୁଶିଲ କୁମାର ପୋପଲି। ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ କିଭଳି ଭାବେ ଅଧିକରୁ ଅଧିକ ଅନୁକମ୍ପା ରାଶି ଯୋଗାଇ ଦିଆଯିବ ସେନେଇ ଦେଇଛନ୍ତି ପ୍ରତିଶୃତି। ସ୍ୱର୍ଗତ ବିମଳ ଜେନାଙ୍କ ପରିବାର ଲୋକେ ପିସିସିଏଫଙ୍କ ନିକଟରେ ସେମାନଙ୍କ ପରିବାରର ସମସ୍ୟା ସଂପର୍କରେ କହିଥିଲେ। ମୃତକଙ୍କ ସ୍ତ୍ରୀ ଲିପିନା ସ୍ୱାଇଁ ମଧ୍ୟ ସେହି […]

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଭିତରେ ଶିକାରୀ ଗୁଳି ମାଡ଼ରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଲେ ପିସିସିଏଫ ୱାର୍ଲଡ଼ ଲାଇଫ ସୁଶିଲ କୁମାର ପୋପଲି। ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ କିଭଳି ଭାବେ ଅଧିକରୁ ଅଧିକ ଅନୁକମ୍ପା ରାଶି ଯୋଗାଇ ଦିଆଯିବ ସେନେଇ ଦେଇଛନ୍ତି ପ୍ରତିଶୃତି। ସ୍ୱର୍ଗତ ବିମଳ ଜେନାଙ୍କ ପରିବାର ଲୋକେ ପିସିସିଏଫଙ୍କ ନିକଟରେ ସେମାନଙ୍କ ପରିବାରର ସମସ୍ୟା ସଂପର୍କରେ କହିଥିଲେ। ମୃତକଙ୍କ ସ୍ତ୍ରୀ ଲିପିନା ସ୍ୱାଇଁ ମଧ୍ୟ ସେହି ଶିମିଳିପାଳ ଅଭୟାରଣ୍ୟରେ ବନରକ୍ଷୀ ଭାବେ କାର୍ଯ୍ୟରତ। ସ୍ୱର୍ଗତ ବିମଳ ଜେନା ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ଲିପିନା ସ୍ୱାଇଁଙ୍କର ବାପାଙ୍କ ପରିବାରରେ କେହି ନଥିବା କାରଣରୁ ଲିପିକାଙ୍କୁ ଜଙ୍ଗଲରେ ଡ୍ୟୁଟି ନଦେଇ ବାରିପଦାର ଭଞ୍ଜପୁର ଠାରେ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନିୟୋଜିତ କରିବାକୁ ନିବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡ ପ୍ରକାଶ ଚାନ୍ଦ ଗୋଗିନେନୀ ନିକଟରେ ଏହି ବଦଳି କରିସାରିଛନ୍ତି। ଅପରପକ୍ଷରେ ଏକମାତ୍ର ୬ ବର୍ଷର ଝିଅର ପାଠପଢ଼ା ପ୍ରତି ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିବେଦନ କରିଥିଲେ। ସେହିପରି ସ୍ୱର୍ଗତ ବିମଳ ଜେନାଙ୍କ ସମସ୍ତ ସରକାରୀ ପ୍ରାପ୍ୟ ସହିତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ପିସିସିଏଫଙ୍କ ଠାରେ ନିବେଦନ ପରିବାର ଲୋକେ କରିଥିଲେ। ସ୍ୱର୍ଗତ ବିମଳ ଜେନାଙ୍କ ମୃତ୍ୟୁ ରାଜ୍ୟ ବନବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ତ୍ୟାଗ କେଵେ ବ୍ୟର୍ଥ ଯିବନି। ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କର ସମସ୍ତ ପ୍ରକାର ସରକାରୀ ପ୍ରାପ୍ୟ ସହିତ ଶିମିଳିପାଳ ଫାଉଣ୍ଡେସନ ତରଫରୁ ଏବଂ ନେସନାଲ ଟାଇଗର କନଜରଭେସନ ଅଥରିଟି (ଏନଟିସିଏ) ତରଫରୁ ମଧ୍ୟ ଯାହା ଅଧିକ ସହାୟତା କରାଯାଇପାରିବ, ଆମେ ତାହା ଦେଖୁଛୁ ବୋଲି ପିସିସିଏଫ କହିଛନ୍ତି।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ଅପରପକ୍ଷରେ ଏହି ଘଟଣାରେ ଜଡ଼ିତ ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ମୟୂରଭଞ୍ଜ ପୁଲିସ ସହାୟତାରେ ଗିରଫ କରାଯିବ ବୋଲି କହିଥିଲେ ଏବଂ ଶିମିଳିପାଳ ପାଦଦେଶରେ କୁମ୍ବିଂ ଅପରେସନ ଜୋରଦାର କରି ସେମାନେ ବ୍ୟବହାର କରୁଥିବା ଦେଶୀ ବନ୍ଧୁକ ଜବତ କରିବା ସହିତ ଜଙ୍ଗଲ ସୁରକ୍ଷା ପାଇଁ ଜନସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ, ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ସାଇକିରଣ ଓ ସମ୍ରାଟ ଗୌଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହା ପରେ ପରେ ପିସିସିଏଫ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

25 May 2023 By The Sakala

ନିହତ ବନରକ୍ଷୀ ପରିବାରଙ୍କ ପାଖରେ ପହଞ୍ଚିଲେ ପିସିସିଏଫ

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଭିତରେ ଶିକାରୀ ଗୁଳି ମାଡ଼ରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଲେ ପିସିସିଏଫ ୱାର୍ଲଡ଼ ଲାଇଫ ସୁଶିଲ କୁମାର ପୋପଲି। ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ କିଭଳି ଭାବେ ଅଧିକରୁ ଅଧିକ ଅନୁକମ୍ପା ରାଶି ଯୋଗାଇ ଦିଆଯିବ ସେନେଇ ଦେଇଛନ୍ତି ପ୍ରତିଶୃତି। ସ୍ୱର୍ଗତ ବିମଳ ଜେନାଙ୍କ ପରିବାର ଲୋକେ ପିସିସିଏଫଙ୍କ ନିକଟରେ ସେମାନଙ୍କ ପରିବାରର ସମସ୍ୟା ସଂପର୍କରେ କହିଥିଲେ। ମୃତକଙ୍କ ସ୍ତ୍ରୀ ଲିପିନା ସ୍ୱାଇଁ ମଧ୍ୟ ସେହି ଶିମିଳିପାଳ ଅଭୟାରଣ୍ୟରେ ବନରକ୍ଷୀ ଭାବେ କାର୍ଯ୍ୟରତ। ସ୍ୱର୍ଗତ ବିମଳ ଜେନା ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ଲିପିନା ସ୍ୱାଇଁଙ୍କର ବାପାଙ୍କ ପରିବାରରେ କେହି ନଥିବା କାରଣରୁ ଲିପିକାଙ୍କୁ ଜଙ୍ଗଲରେ ଡ୍ୟୁଟି ନଦେଇ ବାରିପଦାର ଭଞ୍ଜପୁର ଠାରେ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନିୟୋଜିତ କରିବାକୁ ନିବେଦନ କରିଥିଲେ।

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡ ପ୍ରକାଶ ଚାନ୍ଦ ଗୋଗିନେନୀ ନିକଟରେ ଏହି ବଦଳି କରିସାରିଛନ୍ତି। ଅପରପକ୍ଷରେ ଏକମାତ୍ର ୬ ବର୍ଷର ଝିଅର ପାଠପଢ଼ା ପ୍ରତି ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିବେଦନ କରିଥିଲେ। ସେହିପରି ସ୍ୱର୍ଗତ ବିମଳ ଜେନାଙ୍କ ସମସ୍ତ ସରକାରୀ ପ୍ରାପ୍ୟ ସହିତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ପିସିସିଏଫଙ୍କ ଠାରେ ନିବେଦନ ପରିବାର ଲୋକେ କରିଥିଲେ। ସ୍ୱର୍ଗତ ବିମଳ ଜେନାଙ୍କ ମୃତ୍ୟୁ ରାଜ୍ୟ ବନବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ତ୍ୟାଗ କେଵେ ବ୍ୟର୍ଥ ଯିବନି। ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କର ସମସ୍ତ ପ୍ରକାର ସରକାରୀ ପ୍ରାପ୍ୟ ସହିତ ଶିମିଳିପାଳ ଫାଉଣ୍ଡେସନ ତରଫରୁ ଏବଂ ନେସନାଲ ଟାଇଗର କନଜରଭେସନ ଅଥରିଟି (ଏନଟିସିଏ) ତରଫରୁ ମଧ୍ୟ ଯାହା ଅଧିକ ସହାୟତା କରାଯାଇପାରିବ, ଆମେ ତାହା ଦେଖୁଛୁ ବୋଲି ପିସିସିଏଫ କହିଛନ୍ତି।

ଅପରପକ୍ଷରେ ଏହି ଘଟଣାରେ ଜଡ଼ିତ ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ମୟୂରଭଞ୍ଜ ପୁଲିସ ସହାୟତାରେ ଗିରଫ କରାଯିବ ବୋଲି କହିଥିଲେ ଏବଂ ଶିମିଳିପାଳ ପାଦଦେଶରେ କୁମ୍ବିଂ ଅପରେସନ ଜୋରଦାର କରି ସେମାନେ ବ୍ୟବହାର କରୁଥିବା ଦେଶୀ ବନ୍ଧୁକ ଜବତ କରିବା ସହିତ ଜଙ୍ଗଲ ସୁରକ୍ଷା ପାଇଁ ଜନସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ, ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ସାଇକିରଣ ଓ ସମ୍ରାଟ ଗୌଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହା ପରେ ପରେ ପିସିସିଏଫ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର