ଶିମିଳିପାଳରୁ ୫ ଶିକାରୀ ଗିରଫ: ବନ୍ୟଜନ୍ତୁ ଜୀବାଂଶ, ବନ୍ଧୁକ ଓ ମୋବାଇଲ ଫୋନ ଜବତ

The Sakala Picture
Published On

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଶିକାର ହୋଇଥିବା ହାତୀ ଓ ବାଘଚମଡା ଜବତ ଘଟଣାରେ ଜଡିତ ଆଉ ୫ଜଣ ଶିକାରୀ ତଥା ବନ୍ୟପ୍ରାଣୀ ଜୀବାଂଶ ଚୋରା ବେପାରୀଙ୍କୁ ବନବିଭାଗ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଉପ ନିର୍ଦ୍ଦେଶକ ଓ ବାରିପଦା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ଯାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟିମର ମିଳିତ ଚଢ଼ାଉ ଦ୍ବାରା ସମସ୍ତଙ୍କୁ ବାରିପଦା ସଦର ଥାନା ଅଧୀନ ପାଇକବସା ଗ୍ରାମର ସୁନାରାମ ବାରିକଙ୍କ […]

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଶିକାର ହୋଇଥିବା ହାତୀ ଓ ବାଘଚମଡା ଜବତ ଘଟଣାରେ ଜଡିତ ଆଉ ୫ଜଣ ଶିକାରୀ ତଥା ବନ୍ୟପ୍ରାଣୀ ଜୀବାଂଶ ଚୋରା ବେପାରୀଙ୍କୁ ବନବିଭାଗ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଉପ ନିର୍ଦ୍ଦେଶକ ଓ ବାରିପଦା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ଯାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟିମର ମିଳିତ ଚଢ଼ାଉ ଦ୍ବାରା ସମସ୍ତଙ୍କୁ ବାରିପଦା ସଦର ଥାନା ଅଧୀନ ପାଇକବସା ଗ୍ରାମର ସୁନାରାମ ବାରିକଙ୍କ ଘରୁ ଗିରଫ କରାଯାଇଛି। ସେଠାରୁ ମୃତ ହାତୀର ହାଡ଼, କଇଁଛ ଖୋଳପା ଓ ବିଭିନ୍ନ ବନ୍ୟ ପ୍ରାଣୀଙ୍କ ହାଡ଼ ସହିତ ଦୁଇ ଗୋଟି ଦେଶୀ ବନ୍ଧୁକ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ସୁନାରାମଙ୍କ ଘରେ ଚୋରା ବ୍ୟବସାୟ ପାଇଁ ରାଇରଙ୍ଗପୁର ସଦର ଥାନା ଅନ୍ତର୍ଗତ କରକଚିଆ ଗ୍ରାମର ସୁନ୍ଦର ମୋହନ, ବେତନଟୀ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ରାମ ବିନ୍ଧାଣି, ବାରିପଦା ସଦର ଥାନା ଅନ୍ତର୍ଗତ ଲାଲଗଞ୍ଜ ଗ୍ରାମର ବୁଦ୍ଧିରାମ ସିଂ ଓ ଜିତେନ ଶ୍ୟାମ ସିଂ ଏବଂ ସୁନାରାମ ମୂଲଚାଲ ଚଳାଇଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରାଯାଇଥିଲା। ସମସ୍ତ ୫ଜଣଙ୍କ ନାମରେ ବନ୍ୟାପ୍ରାଣୀ ଆଇନ ଅନୁଯାୟୀ କେଶ ନମ୍ବର ୧୩୧/୨୦୨୨-୨୩ କ୍ରମେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଏହି ଅଭିଯୁକ୍ତ ମାନେ ସମାନ ଘଟଣାରେ ସଂପୃକ୍ତ ଥାଇ ଜେଲ ଯାଇଥିଲେ। ଜେଲରେ ଅନ୍ୟ ଅଭିଯୁକ୍ତଙ୍କ ସହିତ ସମ୍ପର୍କ ସ୍ଥାପନ ପରେ ଜାମିନରେ ଆସିବା ପରେ ଚୋରା ବ୍ୟବସାୟରେ ଅନ୍ୟମାନେ ସାମିଲ ହୋଇଥିଲେ ବୋଲି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିକଟରେ ଝାରପୋଖରୀଆ ଥାନା ଅନ୍ତର୍ଗତ ଜଳଡିଙ୍ଗାର ଟାୱାର ଢ଼ାବାରୁ କଲରାପତରିଆ ବାଘ ଛାଲ ସହିତ ଜବତ ୮ଶିକାରୀ ଓ ଜେନାବିଲ ରେଞ୍ଜର ଗୋରାଣ୍ଡି ବିଟରେ ହାତୀ ଶିକାର ପରେ ପ୍ରମାଣ ନଷ୍ଟ କରିବା ଘଟଣା ତଦନ୍ତର ଅଗ୍ରଗତି ସ୍ବରୂପ ଲିଙ୍କ ଅନୁଯାୟୀ ଏହି ସଫଳତା ମିଳିଛି ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

06 Feb 2023 By The Sakala

ଶିମିଳିପାଳରୁ ୫ ଶିକାରୀ ଗିରଫ: ବନ୍ୟଜନ୍ତୁ ଜୀବାଂଶ, ବନ୍ଧୁକ ଓ ମୋବାଇଲ ଫୋନ ଜବତ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଶିକାର ହୋଇଥିବା ହାତୀ ଓ ବାଘଚମଡା ଜବତ ଘଟଣାରେ ଜଡିତ ଆଉ ୫ଜଣ ଶିକାରୀ ତଥା ବନ୍ୟପ୍ରାଣୀ ଜୀବାଂଶ ଚୋରା ବେପାରୀଙ୍କୁ ବନବିଭାଗ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଉପ ନିର୍ଦ୍ଦେଶକ ଓ ବାରିପଦା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ଯାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟିମର ମିଳିତ ଚଢ଼ାଉ ଦ୍ବାରା ସମସ୍ତଙ୍କୁ ବାରିପଦା ସଦର ଥାନା ଅଧୀନ ପାଇକବସା ଗ୍ରାମର ସୁନାରାମ ବାରିକଙ୍କ ଘରୁ ଗିରଫ କରାଯାଇଛି। ସେଠାରୁ ମୃତ ହାତୀର ହାଡ଼, କଇଁଛ ଖୋଳପା ଓ ବିଭିନ୍ନ ବନ୍ୟ ପ୍ରାଣୀଙ୍କ ହାଡ଼ ସହିତ ଦୁଇ ଗୋଟି ଦେଶୀ ବନ୍ଧୁକ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି।

ସୁନାରାମଙ୍କ ଘରେ ଚୋରା ବ୍ୟବସାୟ ପାଇଁ ରାଇରଙ୍ଗପୁର ସଦର ଥାନା ଅନ୍ତର୍ଗତ କରକଚିଆ ଗ୍ରାମର ସୁନ୍ଦର ମୋହନ, ବେତନଟୀ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ରାମ ବିନ୍ଧାଣି, ବାରିପଦା ସଦର ଥାନା ଅନ୍ତର୍ଗତ ଲାଲଗଞ୍ଜ ଗ୍ରାମର ବୁଦ୍ଧିରାମ ସିଂ ଓ ଜିତେନ ଶ୍ୟାମ ସିଂ ଏବଂ ସୁନାରାମ ମୂଲଚାଲ ଚଳାଇଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରାଯାଇଥିଲା। ସମସ୍ତ ୫ଜଣଙ୍କ ନାମରେ ବନ୍ୟାପ୍ରାଣୀ ଆଇନ ଅନୁଯାୟୀ କେଶ ନମ୍ବର ୧୩୧/୨୦୨୨-୨୩ କ୍ରମେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଏହି ଅଭିଯୁକ୍ତ ମାନେ ସମାନ ଘଟଣାରେ ସଂପୃକ୍ତ ଥାଇ ଜେଲ ଯାଇଥିଲେ। ଜେଲରେ ଅନ୍ୟ ଅଭିଯୁକ୍ତଙ୍କ ସହିତ ସମ୍ପର୍କ ସ୍ଥାପନ ପରେ ଜାମିନରେ ଆସିବା ପରେ ଚୋରା ବ୍ୟବସାୟରେ ଅନ୍ୟମାନେ ସାମିଲ ହୋଇଥିଲେ ବୋଲି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିକଟରେ ଝାରପୋଖରୀଆ ଥାନା ଅନ୍ତର୍ଗତ ଜଳଡିଙ୍ଗାର ଟାୱାର ଢ଼ାବାରୁ କଲରାପତରିଆ ବାଘ ଛାଲ ସହିତ ଜବତ ୮ଶିକାରୀ ଓ ଜେନାବିଲ ରେଞ୍ଜର ଗୋରାଣ୍ଡି ବିଟରେ ହାତୀ ଶିକାର ପରେ ପ୍ରମାଣ ନଷ୍ଟ କରିବା ଘଟଣା ତଦନ୍ତର ଅଗ୍ରଗତି ସ୍ବରୂପ ଲିଙ୍କ ଅନୁଯାୟୀ ଏହି ସଫଳତା ମିଳିଛି ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର