ଶିମିଳିପାଳରେ ତାପମାତ୍ରା ହ୍ରାସ: ବିଭିନ୍ନ ସ୍ଥାନରେ ତୁହିନର ଆସ୍ତରଣ ଦୃଶ୍ୟମାନ

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ୪ ଦିନ ହେଲାଣି ପାରଦ ଖସିବା ସହିତ ହାଡ଼ ଭଙ୍ଗା ଶୀତ ପଡୁଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି। ପ୍ରବଳ ଶୀତ ଯୋଗୁଁ ସନ୍ଧ୍ୟା ସମୟରେ ଜନଶୂନ୍ୟ ହେଇପଡୁଛି ବଜାର। ସକାଳୁ ସକାଳୁ ଅନେକ ସମୟ ପର୍ଯ୍ୟନ୍ତ କୁହୁଡି ରହୁଛି । ଅଧିକାଂଶ ସ୍ଥାନରେ ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ଜାଳି ବସିରହୁଛନ୍ତି । କିଛି ଦିନ ପରେ ପୁଣି ହାଡ଼ଭଙ୍ଗା […]

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ୪ ଦିନ ହେଲାଣି ପାରଦ ଖସିବା ସହିତ ହାଡ଼ ଭଙ୍ଗା ଶୀତ ପଡୁଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି। ପ୍ରବଳ ଶୀତ ଯୋଗୁଁ ସନ୍ଧ୍ୟା ସମୟରେ ଜନଶୂନ୍ୟ ହେଇପଡୁଛି ବଜାର। ସକାଳୁ ସକାଳୁ ଅନେକ ସମୟ ପର୍ଯ୍ୟନ୍ତ କୁହୁଡି ରହୁଛି । ଅଧିକାଂଶ ସ୍ଥାନରେ ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ଜାଳି ବସିରହୁଛନ୍ତି । କିଛି ଦିନ ପରେ ପୁଣି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ ପ୍ରତ୍ୟୁଷରେ ତୁହିନର ଆସ୍ତରଣ ଦେଖିବାକୁ ମିଳିଛି । ଶିମିଳିପାଳ ଭିତରେ ରହୁଥିବା ପର୍ଯ୍ୟଟକଙ୍କ ଗାଡ଼ି ଉପରେ, ନେଚର କ୍ୟାମ୍ପ ଗୃହ ଓ ଘାସ ଗାଲିଚା ଉପରେ ତୁହିନର ଆସ୍ତରଣ ତୁଷାରପାତର ଭ୍ରମ ସୃଷ୍ଟି କରୁଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଆଭ୍ୟନ୍ତରୀଣ ଶିମିଳିପାଳରେ ଥିବା ଉପର ବାରହାକାମୁଡ଼ା, ଦେବସ୍ଥଳୀ, ଜେନାବିଲ ଓ ତାରାଣୀବିଲାରେ ପ୍ରବଳ ମାତ୍ରରେ ଶୀତ ଅନୁଭୂତ ହେଉଥିବାର ସୂଚନା ମିଳିଛି । ଶିମିଳିପାଳ ଅଭୟାରଣ୍ୟରେ ଥିବା ବିଭିନ୍ନ ଗାଁର ଅନେକ ସ୍ଥାନରେ ଅନୁରୂପ ଦୃଶ୍ୟ ଶନିବାର ସକାଳୁ ଦୃଶ୍ୟମାନ ହେଇଛି । ସର୍ବନିମ୍ନ ତାପମାତ୍ରା ଉପରବାରହାକାମୁଡ଼ା ୫ ଡିଗ୍ରୀ ଏବଂ ନଅଣା ୬ ଡିଗ୍ରୀ ତାପମାତ୍ରା ହ୍ରାସ ରେକର୍ଡ କରାଯାଇଛି । ପ୍ରତ୍ୟେକ ଦିନ ସକାଳୁ ୬ଟାରେ ତାପମାତ୍ରା ରେକର୍ଡ କରାଯାଇଥାଏ । ବିଗତ ବର୍ଷ ଗୁଡ଼ିକରେ ଶିମିଳିପାଳ ଅଭୟାରଣ୍ୟରେ ୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଚଳିତବର୍ଷ ମଧ୍ୟ ଆହୁରି ତାପମାତ୍ରା ଖସିବାର ଯଥେଷ୍ଟ ସମ୍ଭାବନା ରହିଛି । ହାଡ଼ଭଙ୍ଗା ଶୀତ ସତ୍ତ୍ବେ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେଉଛନ୍ତି ବନଭିଭାଗ କର୍ମଚାରୀ । ଅନୁରୂପ ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାତିର ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀରୁ କମ ରହିଥିଲା । ଉତ୍ତର-ପଶ୍ଚିମା ପବନ ପ୍ରବାହିତ ଯୋଗୁଁ ଆଗକୁ ତାପମାତ୍ରା ଆହୁରି କମିବ ବୋଲି ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର