ବାପା ଓ ଭାଇ ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡ ପ୍ରଦାନ

The Sakala Picture
Published On

ବାରିପଦା : ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର କୋର୍ଟରେ ବୁଧବାର ଏକ ବାପା ଓ ଭାଇକୁ ଜଘନ୍ୟ ଭାବେ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି । ମାନ୍ୟବର ବିଚାରପତି ଚୌଧୁରୀ ପ୍ରବୀର କୁମାର ଏହାର ବିଚାର କରି ଅଭିଯୁକ୍ତ ପୁଅକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୮ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ମାସର କାରାଦଣ୍ଡ ଭୋଗୀବା ନେଇ ଉଲ୍ଲେଖ କରିଛନ୍ତି । […]

ବାରିପଦା : ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର କୋର୍ଟରେ ବୁଧବାର ଏକ ବାପା ଓ ଭାଇକୁ ଜଘନ୍ୟ ଭାବେ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି । ମାନ୍ୟବର ବିଚାରପତି ଚୌଧୁରୀ ପ୍ରବୀର କୁମାର ଏହାର ବିଚାର କରି ଅଭିଯୁକ୍ତ ପୁଅକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୮ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ମାସର କାରାଦଣ୍ଡ ଭୋଗୀବା ନେଇ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ତଳପୋଖରୀଆ ଗ୍ରାମର ଶୁକଦେବ ସିଂ ଅଟନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ସୂଚନା ଅନୁଯାୟୀ, ଶୁକଦେବ ନିଜ ଘରେ ବେଆଇନ ଭାବେ ମଦ ପ୍ରସ୍ତୁତ କରୁଥିବାକୁ ନେଇ ପରିବାର ଲୋକେ ବିରୋଧ କରୁଥିଲେ । ଏହାକୁ ନେଇ ବାପା ରେଙ୍ଗା ସିଂ ଓ ଭାଇ ବାସୁ ସିଂଙ୍କ ସହିତ ପୂର୍ବରୁ ପାଟିତୁଣ୍ଡ ଜାରି ରହିଥିଲା। ତେବେ ଗତ ୨୦୧୪ ଅକ୍ଟୋବର ୧୮ ତାରିଖ ସକାଳ ସମୟରେ ବାପା ଓ ପୁଅ ମଧ୍ୟରେ ପାଟିତୁଣ୍ଡ ଉଗ୍ର ରୂପ ନେଇଥିଲା। ଯେଉଁଥିରେ ଉତ୍ତକ୍ଷିପ୍ତ ହୋଇ ପୁଅ ଶୁକଦେବ ସିଂ ଏକ ଟାଙ୍ଗିଆ ସାହାଯ୍ୟରେ ବାପା ରେଙ୍ଗା ସିଂ ଓ ଭାଇ ବାସୁ ସିଂକୁ ଆକ୍ରମଣ କରିଥିଲା। ଏଥିରେ ବାପାର ମୁଣ୍ଡ ଓ ଭାଇର ବେକରେ ଆଘାତ ହେବା ଦ୍ଵାରା ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟ ଘଟିଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ଏହାକୁ ନେଇ ଅଭିଯୁକ୍ତଙ୍କ ଭାଉଜ ସ୍ଥାନୀୟ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଘଟଣାକୁ ନେଇ କପ୍ତିପଦା ଥାନାରେ ୯୬/୨୦୧୪ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଶୁକଦେବ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କୋର୍ଟ ଧାରା ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିଲେ। ତେବେ ମାମଲାର ବିଚାର ସମୟରେ ୧୪ଜଣକ ସାକ୍ଷୀ, ପ୍ରମାଣ, ମେଡ଼ିକାଲ ରିପୋର୍ଟ ଓ ବିଭିନ୍ନ ନଥି ପତ୍ରକୁ ଭିତ୍ତି କରି ବିଚାରପତି ମାମଲାର ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ମାମଲା ପରିଚାଳନା କରୁଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

26 Oct 2022 By The Sakala

ବାପା ଓ ଭାଇ ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡ ପ୍ରଦାନ

ବାରିପଦା : ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର କୋର୍ଟରେ ବୁଧବାର ଏକ ବାପା ଓ ଭାଇକୁ ଜଘନ୍ୟ ଭାବେ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି । ମାନ୍ୟବର ବିଚାରପତି ଚୌଧୁରୀ ପ୍ରବୀର କୁମାର ଏହାର ବିଚାର କରି ଅଭିଯୁକ୍ତ ପୁଅକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୮ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ମାସର କାରାଦଣ୍ଡ ଭୋଗୀବା ନେଇ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ତଳପୋଖରୀଆ ଗ୍ରାମର ଶୁକଦେବ ସିଂ ଅଟନ୍ତି ।

ସୂଚନା ଅନୁଯାୟୀ, ଶୁକଦେବ ନିଜ ଘରେ ବେଆଇନ ଭାବେ ମଦ ପ୍ରସ୍ତୁତ କରୁଥିବାକୁ ନେଇ ପରିବାର ଲୋକେ ବିରୋଧ କରୁଥିଲେ । ଏହାକୁ ନେଇ ବାପା ରେଙ୍ଗା ସିଂ ଓ ଭାଇ ବାସୁ ସିଂଙ୍କ ସହିତ ପୂର୍ବରୁ ପାଟିତୁଣ୍ଡ ଜାରି ରହିଥିଲା। ତେବେ ଗତ ୨୦୧୪ ଅକ୍ଟୋବର ୧୮ ତାରିଖ ସକାଳ ସମୟରେ ବାପା ଓ ପୁଅ ମଧ୍ୟରେ ପାଟିତୁଣ୍ଡ ଉଗ୍ର ରୂପ ନେଇଥିଲା। ଯେଉଁଥିରେ ଉତ୍ତକ୍ଷିପ୍ତ ହୋଇ ପୁଅ ଶୁକଦେବ ସିଂ ଏକ ଟାଙ୍ଗିଆ ସାହାଯ୍ୟରେ ବାପା ରେଙ୍ଗା ସିଂ ଓ ଭାଇ ବାସୁ ସିଂକୁ ଆକ୍ରମଣ କରିଥିଲା। ଏଥିରେ ବାପାର ମୁଣ୍ଡ ଓ ଭାଇର ବେକରେ ଆଘାତ ହେବା ଦ୍ଵାରା ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟ ଘଟିଥିଲା।

ଏହାକୁ ନେଇ ଅଭିଯୁକ୍ତଙ୍କ ଭାଉଜ ସ୍ଥାନୀୟ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଘଟଣାକୁ ନେଇ କପ୍ତିପଦା ଥାନାରେ ୯୬/୨୦୧୪ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଶୁକଦେବ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କୋର୍ଟ ଧାରା ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିଲେ। ତେବେ ମାମଲାର ବିଚାର ସମୟରେ ୧୪ଜଣକ ସାକ୍ଷୀ, ପ୍ରମାଣ, ମେଡ଼ିକାଲ ରିପୋର୍ଟ ଓ ବିଭିନ୍ନ ନଥି ପତ୍ରକୁ ଭିତ୍ତି କରି ବିଚାରପତି ମାମଲାର ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ମାମଲା ପରିଚାଳନା କରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର