ଭୁଲ ଇଞ୍ଜେକ୍ସନ ପାଇଁ ମହିଳାଙ୍କ ମୃତ୍ଯୁ ଅଭିଯୋଗ

The Sakala Picture
Published On

ଉଦଳା: ଉଦଳା ଥାନା ବହୁବନ୍ଧ ଗାଁରେ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ଜଣେ ମହିଳାଙ୍କ ମୃତ୍ଯୁ ହୋଇଥିବା ଅଭିଯଗୋ ହୋଇଛି। ମୃତକଙ୍କ ନାଁ ରାଧିକା ମିରିଡିଆ । ସୂଚନା ଅନୁଯାୟୀ, ରାଧିକା ବିବାର ଏକ କଣ୍ଟା ମାଡ଼ି ଦେଇଥିଲେ। କଣ୍ଟା ମାଡି ଗୋଡ଼ରେ ଗଭୀର ଆଘାତ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ତାଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହେବାପରେ ତାଙ୍କୁ ଡାକ୍ତରଙ୍କ ପରାମର୍ଶରେ ୩ଟି […]

ଉଦଳା: ଉଦଳା ଥାନା ବହୁବନ୍ଧ ଗାଁରେ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ଜଣେ ମହିଳାଙ୍କ ମୃତ୍ଯୁ ହୋଇଥିବା ଅଭିଯଗୋ ହୋଇଛି। ମୃତକଙ୍କ ନାଁ ରାଧିକା ମିରିଡିଆ ।

ଆହୁରି ପଢ଼ନ୍ତୁ: ପ୍ରେମ ପାଇଁ କରଞ୍ଜ ଗଛରେ ଝୁଲି ପଡିଲେ ଯୁବକ-ଯୁବତୀ !

ସୂଚନା ଅନୁଯାୟୀ, ରାଧିକା ବିବାର ଏକ କଣ୍ଟା ମାଡ଼ି ଦେଇଥିଲେ। କଣ୍ଟା ମାଡି ଗୋଡ଼ରେ ଗଭୀର ଆଘାତ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ତାଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହେବାପରେ ତାଙ୍କୁ ଡାକ୍ତରଙ୍କ ପରାମର୍ଶରେ ୩ଟି ଇଞ୍ଜେକେସନ ଦିଆଯାଇଥିଲା। ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ରାଧିକାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ରାଧିକାଙ୍କ ମୃତ୍ୟୁ ହୋଇଥିଛି ବୋଲି ଅଭିଯୋଗ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଆଣିଛନ୍ତି। ଏନେଇ ଡାକ୍ତରଙ୍କ ସହିତ ମଧ୍ୟ ମୃତ ରାଧିକାଙ୍କ ପରିବାର ଲୋକେ ମୁହାଁମୁହିଁ ହୋଇଥିଲେ। ଏନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ଲାଗିଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

31 Oct 2022 By The Sakala

ଭୁଲ ଇଞ୍ଜେକ୍ସନ ପାଇଁ ମହିଳାଙ୍କ ମୃତ୍ଯୁ ଅଭିଯୋଗ

ଉଦଳା: ଉଦଳା ଥାନା ବହୁବନ୍ଧ ଗାଁରେ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ଜଣେ ମହିଳାଙ୍କ ମୃତ୍ଯୁ ହୋଇଥିବା ଅଭିଯଗୋ ହୋଇଛି। ମୃତକଙ୍କ ନାଁ ରାଧିକା ମିରିଡିଆ ।

ସୂଚନା ଅନୁଯାୟୀ, ରାଧିକା ବିବାର ଏକ କଣ୍ଟା ମାଡ଼ି ଦେଇଥିଲେ। କଣ୍ଟା ମାଡି ଗୋଡ଼ରେ ଗଭୀର ଆଘାତ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ତାଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହେବାପରେ ତାଙ୍କୁ ଡାକ୍ତରଙ୍କ ପରାମର୍ଶରେ ୩ଟି ଇଞ୍ଜେକେସନ ଦିଆଯାଇଥିଲା। ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ରାଧିକାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ରାଧିକାଙ୍କ ମୃତ୍ୟୁ ହୋଇଥିଛି ବୋଲି ଅଭିଯୋଗ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଆଣିଛନ୍ତି। ଏନେଇ ଡାକ୍ତରଙ୍କ ସହିତ ମଧ୍ୟ ମୃତ ରାଧିକାଙ୍କ ପରିବାର ଲୋକେ ମୁହାଁମୁହିଁ ହୋଇଥିଲେ। ଏନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ଲାଗିଥିବା ଦେଖିବାକୁ ମିଳିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର