ରାଜ୍ୟ ସରକାରଙ୍କ ପକ୍ଷରୁ ବିଚ୍ଛିନାଞ୍ଚଳ ପାଇଁ ୧୩ହଜାର ଓଡିଆ ପାଠ୍ୟପୁସ୍ତକ ପ୍ରଦାନ

The Sakala Picture
Published On

ବାରିପଦା: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଛିନ୍ନାଞ୍ଚଳରେ ଥିବା ଓଡ଼ିଆ ବିଦ୍ୟାଳୟ ମାନଙ୍କରେ ନିଶୁଳ୍କ ବଣ୍ଟନ ପାଇଁ ୧୨ହଜାର ୯୯୦ ପୁସ୍ତକ ପ୍ରଦାନ କରାଯାଇଛି। ବହଳଦା ବ୍ଲକର ସରକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏହି ପୁସ୍ତକ ଗୁଡ଼ିକୁ ଉତ୍କଳ ସମ୍ମିଳନୀ ପୂର୍ବ ସିଂହଭୂମି ଶାଖାକୁ ଝାଡ଼ଖଣ୍ଡର ବିଭିନ୍ନ ଓଡ଼ିଆ ବହୁଳ ଅଞ୍ଚଳରେ ବଣ୍ଟନ ନିମନ୍ତେ ହସ୍ତାନ୍ତର କରିଛନ୍ତି। ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ଅଦୈତ କୁମାର ପାତ୍ର […]

ବାରିପଦା: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଛିନ୍ନାଞ୍ଚଳରେ ଥିବା ଓଡ଼ିଆ ବିଦ୍ୟାଳୟ ମାନଙ୍କରେ ନିଶୁଳ୍କ ବଣ୍ଟନ ପାଇଁ ୧୨ହଜାର ୯୯୦ ପୁସ୍ତକ ପ୍ରଦାନ କରାଯାଇଛି। ବହଳଦା ବ୍ଲକର ସରକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏହି ପୁସ୍ତକ ଗୁଡ଼ିକୁ ଉତ୍କଳ ସମ୍ମିଳନୀ ପୂର୍ବ ସିଂହଭୂମି ଶାଖାକୁ ଝାଡ଼ଖଣ୍ଡର ବିଭିନ୍ନ ଓଡ଼ିଆ ବହୁଳ ଅଞ୍ଚଳରେ ବଣ୍ଟନ ନିମନ୍ତେ ହସ୍ତାନ୍ତର କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ଅଦୈତ କୁମାର ପାତ୍ର ଏବଂ ଉପସଭାପତି ରବିନ୍ଦ୍ର ନାଥ ସତପଥିଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବ ସିଂହଭୂମି ଶାଖାର ପର୍ଯ୍ୟବେକ୍ଷକ ଜୟରାମ ଦାସପାତ୍ର, ସଚିବ ପ୍ରଦୀପ କୁମାର ଦାସ ବହଳଦା ଗସ୍ତରେ ଆସି ପୁସ୍ତକ ଗୁଡ଼ିକୁ ସଂଗ୍ରହ କରିଛନ୍ତି। ସରକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସୂଚନା ମୁତାବକ ପୁସ୍ତକ ଗୁଡ଼ିକ ମଧ୍ୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ବହି ଏବଂ ବ୍ୟାକରଣ ପୁସ୍ତକ ପ୍ରଦାନ କରାଯାଇଛି। ସମ୍ମିଳନୀର ପର୍ଯ୍ୟବେକ୍ଷକ ଶ୍ରୀ ଦାସପାତ୍ରଙ୍କ ସୂଚନା ମୁତାବକ ପୁସ୍ତକ ଗୁଡ଼ିକୁ ବହଡାଗୋଡା, ପୋଟକା, ରାଜନଗର, ଜାମସେଦପୁର ଷଢେ଼ଇକଳା ଖରସୁଆଁ ତଥା ପଶ୍ଚିମ ସିଂହଭୂମି ଜିଲ୍ଲାର ବିଭିନ୍ନ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ମାନଙ୍କରେ ନିଶୁଳ୍କ ବଣ୍ଟନ କରାଯିବ।

ଆହୁରି ପଢ଼ନ୍ତୁ: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା ଯାତ୍ରା: ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ ରଥ

ସମ୍ମିଳନୀର ପର୍ଯ୍ୟବେକ୍ଷକ ଜୟରାମ ଦାସପାତ୍ରଙ୍କୁ ପୂର୍ବ ସିଂହଭୂମି ଜିଲ୍ଲା, ସରୋଜ କୁମାର ପ୍ରଧାନଙ୍କୁ ପଶ୍ଚିମ ସିଂହଭୂମି ଜିଲ୍ଲା ଓ ସୁଶୀଲ କୁମାର ଷଡଙ୍ଗୀଙ୍କୁ ଷଢେ଼ଇକଳା ଖରସୁଆଁ ଜିଲ୍ଲାରେ ବଣ୍ଟନ କରିବାର ଦାୟିତ୍ବ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ପୋଟକା ଓ ରାଜନଗର ବ୍ଲକରେ ଓଡ଼ିଆ ପୁସ୍ତକ ସେଠାକାର ଉତ୍କଳ ସମ୍ମିଳନୀର ସଦସ୍ୟ ବାସୁଦେବ ରଣା, ବିବେକାନନ୍ଦ ଭଟ୍ଟମିଶ୍ର, ଚନ୍ଦନ କୁମାର ଜ୍ୟୋତିଷୀ, ଓ ଶୁକଦେବ ଖାଡେଙ୍ଗାଙ୍କୁ ୧୦୦୦ ବହି ପ୍ରଦାନ କରାଯାଇଛି।

30 Apr 2023 By The Sakala

ରାଜ୍ୟ ସରକାରଙ୍କ ପକ୍ଷରୁ ବିଚ୍ଛିନାଞ୍ଚଳ ପାଇଁ ୧୩ହଜାର ଓଡିଆ ପାଠ୍ୟପୁସ୍ତକ ପ୍ରଦାନ

ବାରିପଦା: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଛିନ୍ନାଞ୍ଚଳରେ ଥିବା ଓଡ଼ିଆ ବିଦ୍ୟାଳୟ ମାନଙ୍କରେ ନିଶୁଳ୍କ ବଣ୍ଟନ ପାଇଁ ୧୨ହଜାର ୯୯୦ ପୁସ୍ତକ ପ୍ରଦାନ କରାଯାଇଛି। ବହଳଦା ବ୍ଲକର ସରକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏହି ପୁସ୍ତକ ଗୁଡ଼ିକୁ ଉତ୍କଳ ସମ୍ମିଳନୀ ପୂର୍ବ ସିଂହଭୂମି ଶାଖାକୁ ଝାଡ଼ଖଣ୍ଡର ବିଭିନ୍ନ ଓଡ଼ିଆ ବହୁଳ ଅଞ୍ଚଳରେ ବଣ୍ଟନ ନିମନ୍ତେ ହସ୍ତାନ୍ତର କରିଛନ୍ତି।

ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ଅଦୈତ କୁମାର ପାତ୍ର ଏବଂ ଉପସଭାପତି ରବିନ୍ଦ୍ର ନାଥ ସତପଥିଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବ ସିଂହଭୂମି ଶାଖାର ପର୍ଯ୍ୟବେକ୍ଷକ ଜୟରାମ ଦାସପାତ୍ର, ସଚିବ ପ୍ରଦୀପ କୁମାର ଦାସ ବହଳଦା ଗସ୍ତରେ ଆସି ପୁସ୍ତକ ଗୁଡ଼ିକୁ ସଂଗ୍ରହ କରିଛନ୍ତି। ସରକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସୂଚନା ମୁତାବକ ପୁସ୍ତକ ଗୁଡ଼ିକ ମଧ୍ୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ବହି ଏବଂ ବ୍ୟାକରଣ ପୁସ୍ତକ ପ୍ରଦାନ କରାଯାଇଛି। ସମ୍ମିଳନୀର ପର୍ଯ୍ୟବେକ୍ଷକ ଶ୍ରୀ ଦାସପାତ୍ରଙ୍କ ସୂଚନା ମୁତାବକ ପୁସ୍ତକ ଗୁଡ଼ିକୁ ବହଡାଗୋଡା, ପୋଟକା, ରାଜନଗର, ଜାମସେଦପୁର ଷଢେ଼ଇକଳା ଖରସୁଆଁ ତଥା ପଶ୍ଚିମ ସିଂହଭୂମି ଜିଲ୍ଲାର ବିଭିନ୍ନ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ମାନଙ୍କରେ ନିଶୁଳ୍କ ବଣ୍ଟନ କରାଯିବ।

ସମ୍ମିଳନୀର ପର୍ଯ୍ୟବେକ୍ଷକ ଜୟରାମ ଦାସପାତ୍ରଙ୍କୁ ପୂର୍ବ ସିଂହଭୂମି ଜିଲ୍ଲା, ସରୋଜ କୁମାର ପ୍ରଧାନଙ୍କୁ ପଶ୍ଚିମ ସିଂହଭୂମି ଜିଲ୍ଲା ଓ ସୁଶୀଲ କୁମାର ଷଡଙ୍ଗୀଙ୍କୁ ଷଢେ଼ଇକଳା ଖରସୁଆଁ ଜିଲ୍ଲାରେ ବଣ୍ଟନ କରିବାର ଦାୟିତ୍ବ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ପୋଟକା ଓ ରାଜନଗର ବ୍ଲକରେ ଓଡ଼ିଆ ପୁସ୍ତକ ସେଠାକାର ଉତ୍କଳ ସମ୍ମିଳନୀର ସଦସ୍ୟ ବାସୁଦେବ ରଣା, ବିବେକାନନ୍ଦ ଭଟ୍ଟମିଶ୍ର, ଚନ୍ଦନ କୁମାର ଜ୍ୟୋତିଷୀ, ଓ ଶୁକଦେବ ଖାଡେଙ୍ଗାଙ୍କୁ ୧୦୦୦ ବହି ପ୍ରଦାନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର