ହାରୁ ନେତାଙ୍କ ‘ନିଗମ’ ଆଶା : ଟେନ୍‌ସନ ବଢ଼ାଇଲେ ମନମୋହନ

The Sakala Picture
Published On

ଭୁବନେଶ୍ୱର : ନିଗମ ମୁଆଁକୁ ଚାହିଁ ଚାହିଁ ହତାଶ ହେଲଣି ବିଜେପିର ହାରୁ ନେତା । ଏତିକି ବେଳକୁ ନିଗମ ଆଶାୟୀ ନେତାଙ୍କ ଟେନ୍‌ସନ ବଢ଼ାଇଛନ୍ତି ଦଳର ସଭାପତି ମନମୋହନ। ସଦସ୍ୟତା ଅଭିଯାନ ନ ସରିବା ପର୍ଯ୍ୟନ୍ତ ନିଗମ ନିଷ୍ପତ୍ତି ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ମନମୋହନଙ୍କ ଏହି ମନ୍ତବ୍ୟ ପରେ ସରକାରଙ୍କ ଉପର ସଙ୍ଗଠନ ଅଧିକ ବଳିଆନ ବୋଲି ସାବ୍ୟସ୍ତ ହୋଇଛି। ସରକାର ମୋହନ ଚଳାଉଥିଲେ ମଧ୍ୟ ଦଳ ପୁରାପୁରି ମନମୋହନଙ୍କ […]

ଭୁବନେଶ୍ୱର : ନିଗମ ମୁଆଁକୁ ଚାହିଁ ଚାହିଁ ହତାଶ ହେଲଣି ବିଜେପିର ହାରୁ ନେତା । ଏତିକି ବେଳକୁ ନିଗମ ଆଶାୟୀ ନେତାଙ୍କ ଟେନ୍‌ସନ ବଢ଼ାଇଛନ୍ତି ଦଳର ସଭାପତି ମନମୋହନ। ସଦସ୍ୟତା ଅଭିଯାନ ନ ସରିବା ପର୍ଯ୍ୟନ୍ତ ନିଗମ ନିଷ୍ପତ୍ତି ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ମନମୋହନଙ୍କ ଏହି ମନ୍ତବ୍ୟ ପରେ ସରକାରଙ୍କ ଉପର ସଙ୍ଗଠନ ଅଧିକ ବଳିଆନ ବୋଲି ସାବ୍ୟସ୍ତ ହୋଇଛି। ସରକାର ମୋହନ ଚଳାଉଥିଲେ ମଧ୍ୟ ଦଳ ପୁରାପୁରି ମନମୋହନଙ୍କ ନିୟନ୍ତ୍ରଣରେ ରହିଛି ଓ କାହାକୁ କେଉଁ ନିଗମ ମିଳିବ ସେ ନିଷ୍ପତ୍ତି ମନମୋହନ ନେବେ ବୋଲି ଇଙ୍ଗିତ ମିଳିଛି।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ କଲେଜ୍: ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଓ ମାରପିଟ୍

ଅନ୍ୟପକ୍ଷରେ ନିଗମ ବଣ୍ଟନକୁ ନେଇ ବିଜେପି ନେତୃତ୍ୱ ହରଡ଼ଘଣାରେ ପଡ଼ିଥିବା ବେଳେ ବିବାଦ ଓ ଅସନ୍ତୋଷରୁ ବର୍ତ୍ତିବା ପାଇଁ ଦଳ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମକୁ ବାହାନା କରିଛି। ସଦସ୍ୟତା ଅଭିଯାନ ସମ୍ପୂର୍ଣ୍ଣ ହେବା ପରେ ବିଭିନ୍ନ ବୋର୍ଡ ଏବଂ ନିଗମରେ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରାଯିବ ବୋଲି ଘୋଷଣା କରି ପ୍ରସଙ୍ଗକୁ ରାଜ୍ୟ ସଭାପତି ଏଡ଼ାଇ ଯାଇଛନ୍ତି । ଫଳରେ ଦୁର୍ଗାପୂଜା ପୂର୍ବରୁ ବିଜେପିରେ ନିଗମ କଳି ଛିଡିବ ନାହିଁ ବୋଲି ଯେଉଁ ଅନୁମାନ କରାଯାଉଥିଲା, ତାହା ଆପାତତଃ ସ୍ପଷ୍ଟ ହୋଇଛି। ବିଜେପିର ପ୍ରଥମ ପର୍ଯ୍ୟାୟ ସଦସ୍ୟତା ଅଭିଯାନ ଗତ ୨୫ ତାରିଖରେ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅକ୍ଟୋବର ୧ରୁ ୧୫ ତାରିଖ ଯାଏଁ ଚାଲିବ। ଅତଏବ, ଅକ୍ଟୋବର ୧୫ ପରେ ହିଁ ରାଜ୍ୟରେ ନିଗମ ନିଯୁକ୍ତି ନେଇ ବାଟ ଫିଟିବ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ, ଦୀର୍ଘ ୧୪ ଦିନ ପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ

ନିଗମ ନିଯୁକ୍ତି ସମ୍ପର୍କରେ ମନମୋହନ କହିଛନ୍ତି ଏବେ ଦଳର ସଦସ୍ୟତା ଅଭିଯାନ ଶେଷ ପର୍ଯ୍ୟାୟରେ ଅଛି। ଏହା ସରିବା ପରେ ପରେ ନିଗମ ଓ ବୋର୍ଡ ଚଳାଇବାକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯିବ। ଏନେଇ ଖୁବଶୀଘ୍ର ଆମେ ନିଷ୍ପତ୍ତି ନେବୁ। ଏଥିପାଇଁ ଦଳ ଓ ମନ୍ତ୍ରୀମାନଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଦଳୀୟ ଭିତ୍ତିରେ ସାମାଜିକ ଦୃଷ୍ଟିକୋଣରୁ ବୋର୍ଡ ଓ ନିଗମ ଦାୟିତ୍ୱରେ ଅଭିଜ୍ଞ ତଥା ପ୍ରମୁଖ ବ୍ୟକ୍ତିବିଶେଷ, ଟେକ୍ନିକାଲ ବ୍ୟକ୍ତି, ବୈଜ୍ଞାନିକ, ଏକ୍ସ-ସର୍ଭିସମ୍ୟାନଙ୍କୁ ସାମିଲ କରିବାକୁ ଯୋଜନା କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

ସୂଚନାଯୋଗ୍ୟ ଯେ ନିଜ ମନ ପସନ୍ଦର ନିଗମ ହାତେଇବା ପାଇଁ ରାଜ୍ୟ ବିଜେପିର ଆଗଧାଡ଼ିର ନେତାଙ୍କ ମଧ୍ୟରେ ଏକ ପ୍ରକାରର ପ୍ରତିଯୋଗିତା ଜାରି ରହିଛି। କିଏ ରାଜ୍ୟ ନେତାଙ୍କ ଶରଣରେ ପଶିଛି ତ ଆଉ କିଏ ଦିଲ୍ଲୀ ଦରବାରରେ ହାଜର ହୋଇ ନିଜ ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି। ସେହିପରି ଦଳରେ ନିଜ ପତିଆରା ଜାହିର୍‌ କରିବାକୁ ଏବଂ ସଂଗଠନରେ ନିଜ ଆଧିପତ୍ୟ ଅଧିକରୁ ଅଧିକ ବିସ୍ତାର କରିବାକୁ ଏହା ହିଁ ପ୍ରକୃଷ୍ଟ ସୁଯୋଗ ବୋଲି ଦଳର ବରିଷ୍ଠ ନେତାଏ ଭାବୁଛନ୍ତି। ତେଣୁ ନିଜ ଖାସ୍‌ ଲୋକଙ୍କ ପାଇଁ ଅଧିକରୁ ଅଧିକ ନିଗମ, ବୋର୍ଡ ହାତେଇବାକୁ ସେମାନେ ଉଦ୍ୟମ ଜାରି ରଖିଛନ୍ତି। ଦଳ ମଧ୍ୟରେ ଏନେଇ ୪ରୁ ୫ଟି ଗୋଷ୍ଠୀ ନିଜ ନିଜ ସ୍ତରରେ ଉଦ୍ୟମ ଚଳାଇଛନ୍ତି। କିଛି ସାଂସଦ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ହାତବାରିସୀ କରି ନିଗମଗୁଡ଼ିକରେ ନିଜ ଅନୁଗତମାନଙ୍କୁ ଥଇଥାନ ପାଇଁ ଯୋଜନା ଚଳାଇଛନ୍ତି। ଗତ ୨୬ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଭୁବନେଶ୍ୱର ଆସିଥିବା ବେଳେ ନିଗମ କଳି ନେଇ ରାଜ୍ୟ ନେତାଙ୍କୁ ତାଗିଦ୍‌ କରିବା ସହ ଦଳର ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ଆଜି ରାଜ୍ୟ ସଭାପତିଙ୍କ ଏପରି ବୟାନ ଆଶାୟୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଇଛି। ନିଗମ ଲଡୁ ପାଇବା ପାଇଁ ଅତିକମ୍‌ରେ ନେତାଙ୍କୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ଥିବାବେଳେ ଏହା ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ଆହୁରି ସରଗରମ୍‌ କରିଛି।

30 Sep 2024 By The Sakala

ହାରୁ ନେତାଙ୍କ ‘ନିଗମ’ ଆଶା : ଟେନ୍‌ସନ ବଢ଼ାଇଲେ ମନମୋହନ

ଭୁବନେଶ୍ୱର : ନିଗମ ମୁଆଁକୁ ଚାହିଁ ଚାହିଁ ହତାଶ ହେଲଣି ବିଜେପିର ହାରୁ ନେତା । ଏତିକି ବେଳକୁ ନିଗମ ଆଶାୟୀ ନେତାଙ୍କ ଟେନ୍‌ସନ ବଢ଼ାଇଛନ୍ତି ଦଳର ସଭାପତି ମନମୋହନ। ସଦସ୍ୟତା ଅଭିଯାନ ନ ସରିବା ପର୍ଯ୍ୟନ୍ତ ନିଗମ ନିଷ୍ପତ୍ତି ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ମନମୋହନଙ୍କ ଏହି ମନ୍ତବ୍ୟ ପରେ ସରକାରଙ୍କ ଉପର ସଙ୍ଗଠନ ଅଧିକ ବଳିଆନ ବୋଲି ସାବ୍ୟସ୍ତ ହୋଇଛି। ସରକାର ମୋହନ ଚଳାଉଥିଲେ ମଧ୍ୟ ଦଳ ପୁରାପୁରି ମନମୋହନଙ୍କ ନିୟନ୍ତ୍ରଣରେ ରହିଛି ଓ କାହାକୁ କେଉଁ ନିଗମ ମିଳିବ ସେ ନିଷ୍ପତ୍ତି ମନମୋହନ ନେବେ ବୋଲି ଇଙ୍ଗିତ ମିଳିଛି।

ଅନ୍ୟପକ୍ଷରେ ନିଗମ ବଣ୍ଟନକୁ ନେଇ ବିଜେପି ନେତୃତ୍ୱ ହରଡ଼ଘଣାରେ ପଡ଼ିଥିବା ବେଳେ ବିବାଦ ଓ ଅସନ୍ତୋଷରୁ ବର୍ତ୍ତିବା ପାଇଁ ଦଳ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମକୁ ବାହାନା କରିଛି। ସଦସ୍ୟତା ଅଭିଯାନ ସମ୍ପୂର୍ଣ୍ଣ ହେବା ପରେ ବିଭିନ୍ନ ବୋର୍ଡ ଏବଂ ନିଗମରେ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରାଯିବ ବୋଲି ଘୋଷଣା କରି ପ୍ରସଙ୍ଗକୁ ରାଜ୍ୟ ସଭାପତି ଏଡ଼ାଇ ଯାଇଛନ୍ତି । ଫଳରେ ଦୁର୍ଗାପୂଜା ପୂର୍ବରୁ ବିଜେପିରେ ନିଗମ କଳି ଛିଡିବ ନାହିଁ ବୋଲି ଯେଉଁ ଅନୁମାନ କରାଯାଉଥିଲା, ତାହା ଆପାତତଃ ସ୍ପଷ୍ଟ ହୋଇଛି। ବିଜେପିର ପ୍ରଥମ ପର୍ଯ୍ୟାୟ ସଦସ୍ୟତା ଅଭିଯାନ ଗତ ୨୫ ତାରିଖରେ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅକ୍ଟୋବର ୧ରୁ ୧୫ ତାରିଖ ଯାଏଁ ଚାଲିବ। ଅତଏବ, ଅକ୍ଟୋବର ୧୫ ପରେ ହିଁ ରାଜ୍ୟରେ ନିଗମ ନିଯୁକ୍ତି ନେଇ ବାଟ ଫିଟିବ ବୋଲି କୁହାଯାଉଛି ।

ନିଗମ ନିଯୁକ୍ତି ସମ୍ପର୍କରେ ମନମୋହନ କହିଛନ୍ତି ଏବେ ଦଳର ସଦସ୍ୟତା ଅଭିଯାନ ଶେଷ ପର୍ଯ୍ୟାୟରେ ଅଛି। ଏହା ସରିବା ପରେ ପରେ ନିଗମ ଓ ବୋର୍ଡ ଚଳାଇବାକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯିବ। ଏନେଇ ଖୁବଶୀଘ୍ର ଆମେ ନିଷ୍ପତ୍ତି ନେବୁ। ଏଥିପାଇଁ ଦଳ ଓ ମନ୍ତ୍ରୀମାନଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଦଳୀୟ ଭିତ୍ତିରେ ସାମାଜିକ ଦୃଷ୍ଟିକୋଣରୁ ବୋର୍ଡ ଓ ନିଗମ ଦାୟିତ୍ୱରେ ଅଭିଜ୍ଞ ତଥା ପ୍ରମୁଖ ବ୍ୟକ୍ତିବିଶେଷ, ଟେକ୍ନିକାଲ ବ୍ୟକ୍ତି, ବୈଜ୍ଞାନିକ, ଏକ୍ସ-ସର୍ଭିସମ୍ୟାନଙ୍କୁ ସାମିଲ କରିବାକୁ ଯୋଜନା କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଯେ ନିଜ ମନ ପସନ୍ଦର ନିଗମ ହାତେଇବା ପାଇଁ ରାଜ୍ୟ ବିଜେପିର ଆଗଧାଡ଼ିର ନେତାଙ୍କ ମଧ୍ୟରେ ଏକ ପ୍ରକାରର ପ୍ରତିଯୋଗିତା ଜାରି ରହିଛି। କିଏ ରାଜ୍ୟ ନେତାଙ୍କ ଶରଣରେ ପଶିଛି ତ ଆଉ କିଏ ଦିଲ୍ଲୀ ଦରବାରରେ ହାଜର ହୋଇ ନିଜ ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି। ସେହିପରି ଦଳରେ ନିଜ ପତିଆରା ଜାହିର୍‌ କରିବାକୁ ଏବଂ ସଂଗଠନରେ ନିଜ ଆଧିପତ୍ୟ ଅଧିକରୁ ଅଧିକ ବିସ୍ତାର କରିବାକୁ ଏହା ହିଁ ପ୍ରକୃଷ୍ଟ ସୁଯୋଗ ବୋଲି ଦଳର ବରିଷ୍ଠ ନେତାଏ ଭାବୁଛନ୍ତି। ତେଣୁ ନିଜ ଖାସ୍‌ ଲୋକଙ୍କ ପାଇଁ ଅଧିକରୁ ଅଧିକ ନିଗମ, ବୋର୍ଡ ହାତେଇବାକୁ ସେମାନେ ଉଦ୍ୟମ ଜାରି ରଖିଛନ୍ତି। ଦଳ ମଧ୍ୟରେ ଏନେଇ ୪ରୁ ୫ଟି ଗୋଷ୍ଠୀ ନିଜ ନିଜ ସ୍ତରରେ ଉଦ୍ୟମ ଚଳାଇଛନ୍ତି। କିଛି ସାଂସଦ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ହାତବାରିସୀ କରି ନିଗମଗୁଡ଼ିକରେ ନିଜ ଅନୁଗତମାନଙ୍କୁ ଥଇଥାନ ପାଇଁ ଯୋଜନା ଚଳାଇଛନ୍ତି। ଗତ ୨୬ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଭୁବନେଶ୍ୱର ଆସିଥିବା ବେଳେ ନିଗମ କଳି ନେଇ ରାଜ୍ୟ ନେତାଙ୍କୁ ତାଗିଦ୍‌ କରିବା ସହ ଦଳର ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ଆଜି ରାଜ୍ୟ ସଭାପତିଙ୍କ ଏପରି ବୟାନ ଆଶାୟୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଇଛି। ନିଗମ ଲଡୁ ପାଇବା ପାଇଁ ଅତିକମ୍‌ରେ ନେତାଙ୍କୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ଥିବାବେଳେ ଏହା ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ଆହୁରି ସରଗରମ୍‌ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର