ମନୋରଞ୍ଜନ
ଓଡ଼ିଶା
ବଢୁଛି ମନୁଷ୍ୟକୃତ ସଡ଼କ ଦୁର୍ଘଟଣା, ଅମାନିଆ ଚାଳକଙ୍କୁ ଜଗିବ ‘ଏଆଇ’
ଭୁବନେଶ୍ୱର : ରାଜଧାନୀ ଜନସଂଖ୍ୟା ଓ ପରିସୀମା ଯେତିକି ବଢ଼଼ୁଛି, ଯେତିକି ଦୁର୍ଘଟଣା ବଢ଼଼ୁଛି। ଦୁର୍ଘଟଣା ହ୍ରାସ ଲାଗି ସବୁସ୍ତରରେ ଯୋଜନା ପ୍ରସ୍ତୁତ କରାଯାଉଛି। ବର୍ଷେ ଲାଗି ଖସଡ଼ା ପ୍ରସ୍ତୁତ କରାଯାଇ ପଦକ୍ଷେପଗୁଡିକ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଉଛି। କିନ୍ତୁ ଦୁର୍ଘଟଣା ହ୍ରାସ ବଦଳରେ ବୃଦ୍ଧି ହୋଇଛି। ନିକଟରେ ରାଜଧାନୀରେ ଏମିତି ଗୋଟିଏ ଦିନ ବିତୁନି, ଯେଉଁଦିନ ଦୁର୍ଘଟଣା ଘଟୁନି। ଦୁର୍ଘଟଣା ବୃଦ୍ଧି ପଛରେ ଦ୍ରୁତଗତି ଓ ନିଶାସକ୍ତ ଗାଡ଼ି ଚାଳନା। ଏହି ଦୁଇଟି ଦୁର୍ଘଟଣା ହ୍ରାସ […]
ଭୁବନେଶ୍ୱର : ରାଜଧାନୀ ଜନସଂଖ୍ୟା ଓ ପରିସୀମା ଯେତିକି ବଢ଼଼ୁଛି, ଯେତିକି ଦୁର୍ଘଟଣା ବଢ଼଼ୁଛି। ଦୁର୍ଘଟଣା ହ୍ରାସ ଲାଗି ସବୁସ୍ତରରେ ଯୋଜନା ପ୍ରସ୍ତୁତ କରାଯାଉଛି। ବର୍ଷେ ଲାଗି ଖସଡ଼ା ପ୍ରସ୍ତୁତ କରାଯାଇ ପଦକ୍ଷେପଗୁଡିକ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଉଛି। କିନ୍ତୁ ଦୁର୍ଘଟଣା ହ୍ରାସ ବଦଳରେ ବୃଦ୍ଧି ହୋଇଛି। ନିକଟରେ ରାଜଧାନୀରେ ଏମିତି ଗୋଟିଏ ଦିନ ବିତୁନି, ଯେଉଁଦିନ ଦୁର୍ଘଟଣା ଘଟୁନି। ଦୁର୍ଘଟଣା ବୃଦ୍ଧି ପଛରେ ଦ୍ରୁତଗତି ଓ ନିଶାସକ୍ତ ଗାଡ଼ି ଚାଳନା। ଏହି ଦୁଇଟି ଦୁର୍ଘଟଣା ହ୍ରାସ ଲାଗି ଏଆଇ କ୍ୟାମେରାର ସହାୟତା ନେଇଛି କମିସନରେଟ ପୁଲିସ। ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଅମାନିଆ ଚାଳକଙ୍କୁ ଚିହ୍ନଟ କରି ସେମାନଙ୍କ ଗାଡ଼ି ନମ୍ବରରେ ଚାଲାଣ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।
ସେହିପରି ରାଜଧାନୀରେ ଯେତିକି ଦୁର୍ଘଟଣା ଘଟୁଛି, ସେଥିରୁ ଏକ ତୃତୀୟାଂଶ ଦୁର୍ଘଟଣା ମନୁଷ୍ୟକୃତ। ଯାହା ଖାଲି ଚିନ୍ତାଜନକ ନୁହେଁ, ବରଂ ସମସ୍ତଙ୍କ ଲାଗି ଆହ୍ୱାନ ହୋଇଛି। ପାଖାପାଖି ୮୫ ପ୍ରତିଶତ ସଡ଼କ ଦୁର୍ଘଟଣା ମନୁଷ୍ୟକୃତ ହେଉଛି। ନିଶାସକ୍ତ, ଦ୍ରୁତଗତିରେ ବେପରୁଆ ଗାଡ଼ିଚାଳନାରୁ ଦୁର୍ଘଟଣା ଘଟୁଛି। ଏହା ବ୍ୟତୀତ ମନୁଷ୍ୟକୃତ ଭାବେ ରାସ୍ତା ଆଲୋକୀକରଣ, ସ୍ପିଡ୍ ବ୍ରେକର ଓ ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରାଯାଉନଥିବାରୁ ଦୁର୍ଘଟଣା ଘଟିଛି।
ଅନୁରୂପ ଭାବେ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ବାଇକ ଚାଳକଙ୍କ ଉପରେ ନଜର ରଖିବାକୁ ଟ୍ରାଫିକ୍ ପୁଲିସ ପକ୍ଷରୁ ଲେଜର ଗନ୍ ମେସିନ୍ ଅଣାଯାଇଥିଲା। ୩ଟି ସ୍ପିଡ୍ ଲେଜର ଗନ୍ କିଣିବାରେ ୩୦ ଳକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଯୋଜନା ଥିଲା ଯେ କୌଣସି ଗୋଟିଏ ଛକରେ ପୁଲିସ ଏହି ଲେଜର୍ ଗନ୍ ଲଗାଇ ବସିବ। ଦୁଇ ଶହ ମିଟର ଦୂରରୁ ଆସୁଥିବା ବାଇକକୁ ଗତି ସମ୍ପର୍କରେ ଆଗୁଆ ଜାଣିପାରିବ। ଏହା ପରେ ଟ୍ରାଫିକ୍ ପୁଲିସ ସେହି ଗାଡ଼ିକୁ ଅଟକାଇ ଜରିମାନା ଆଦାୟ କରିବେ। କିନ୍ତୁ ଏବେ ସେହି ସ୍ପିଡ ଲେଜର ଗନ୍ ମେସିନ୍ ଉଭାନ୍ ହୋଇଯାଇଥିବା କୁହାଯାଇଛି। ଫଳରେ ଦ୍ରୁତଗତିରେ ଚାଳକଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ହୋଇଛି। ଅନୁରୂପ ଭାବେ ୨୦୨୦ରୁ ୨୦୨୪ ଭିତରେ ରାଜ୍ୟରେ ୫୦ହଜାରରୁ ଅଧିକ ଦୁର୍ଘଟଣାରେ ୨୭ ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି।