‘ଫୋର୍ବସ୍‌’ରେ ସ୍ଥାନ ପାଇଲେ ମାଲକାନଗିରି ଝିଅ ଜୟନ୍ତୀ

The Sakala Picture
Published On

ମାଲକାନଗିରି: ଅନ୍ତର୍ଜାତୀୟ ଖବରକାଗଜ ସଂସ୍ଥା ଫୋର୍ବସ ପକ୍ଷରୁ ଦେଶର ୨୩ଜଣ ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଛି। ଏହି ତାଲିକାରେ ବିଶ୍ବ ବ୍ୟାଙ୍କ ଏମ୍‌ଡି ଓ ସିଏଫ୍‌ଓ ଅନଶୂଳା କାନ୍ତ, କ୍ରିକେଟର୍‌ ଦୀପ୍ତି ଶର୍ମା, ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଚେହେରା କ୍ରୀତି ସାନୋନ ଓ ଚେସ୍‌ ଗ୍ରାଣ୍ଡମାଷ୍ଟର୍‌ ଆର୍. ବୈଶାଳୀଙ୍କ ଭଳି ୨୩ଜଣ ଶକ୍ତିଶାଳୀ ମହିଳା ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଏକମାତ୍ର ମହିଳା ଭାବେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ଏହି ତାଲିକାରେ […]

ମାଲକାନଗିରି: ଅନ୍ତର୍ଜାତୀୟ ଖବରକାଗଜ ସଂସ୍ଥା ଫୋର୍ବସ ପକ୍ଷରୁ ଦେଶର ୨୩ଜଣ ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଛି। ଏହି ତାଲିକାରେ ବିଶ୍ବ ବ୍ୟାଙ୍କ ଏମ୍‌ଡି ଓ ସିଏଫ୍‌ଓ ଅନଶୂଳା କାନ୍ତ, କ୍ରିକେଟର୍‌ ଦୀପ୍ତି ଶର୍ମା, ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଚେହେରା କ୍ରୀତି ସାନୋନ ଓ ଚେସ୍‌ ଗ୍ରାଣ୍ଡମାଷ୍ଟର୍‌ ଆର୍. ବୈଶାଳୀଙ୍କ ଭଳି ୨୩ଜଣ ଶକ୍ତିଶାଳୀ ମହିଳା ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଏକମାତ୍ର ମହିଳା ଭାବେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ଏହି ତାଲିକାରେ ସାମିଲ ହୋଇଛନ୍ତି। ଜୟନ୍ତୀ ପ୍ରଥମ ଆଦିବାସୀ ଝିଅ ଯିଏ କି  ଏନଡବ୍ଲ୍ୟୁଏମଆଇରୁ ଫେଲୋସିପ୍ ଗ୍ରହଣ କରିଥିଲେ ଏବଂ ପରେ ଜଙ୍ଗଲ ରାଣୀ ଇନିସିଏଟିଭ ଆରମ୍ଭ କରି ଆଦିବାସୀ ଝିଅମାନଙ୍କୁ ଟେକ୍ନୋଲୋଜିର ଶିକ୍ଷା ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ନିର୍ମାଣାଧୀନ ପାଣି ଟାଙ୍କି ଉପରୁ ଠେଲି ସାଙ୍ଗକୁ ହତ୍ୟା !

ଫଳରେ ଦୁର୍ଗମ ଅଞ୍ଚଳର ପ୍ରତିଟି ଖବର ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ଏହାସହ ପ୍ରାୟ ୬ବର୍ଷ ପୂର୍ବରୁ ବଡ଼ ଦିଦି ନାମକ ଏକ ସଂଗଠନ ଆରମ୍ଭ କରି ଋତୁସ୍ରାବ ବିଷୟରେ ଆଦିବାସୀ ମହିଳା ଓ ଯୁବତୀଙ୍କୁ ସେ ସଚେତନ କରୁଛନ୍ତି। ସେ ଗଣମାଧ୍ୟମରେ ଜୋନ୍ ସମ୍ବାଦିକା ଭାବେ ମଧ୍ୟ କାର୍ଯ୍ୟ କରିଥିବା ବେଳେ ମାଲକାନଗିରିର ଦୁର୍ଗମ ଅଞ୍ଚଳ ବଣ୍ଡାଘାଟି ଓ ସ୍ବାଭିମାନ ଅଞ୍ଚଳରେ ଋତୁସ୍ରାବ ବିଷୟରେ ମହିଳା ଓ ଯୁବତୀମାନଙ୍କ ମଧ୍ୟରେ ସଚେତନତା ଅଭାବକୁ ଅନୁଭବ କରିଥିଲେ। ସେଥିପାଇଁ ୨୦୧୭ରେ ପ୍ରାୟ ୨୦ଜଣ ଶିକ୍ଷିତ ଯୁବତୀଙ୍କୁ ନେଇ ବଡ଼ଦିଦି ସଂଗଠନ ଆରମ୍ଭ କରିଥିଲେ । ବିଭିନ୍ନ ଗାଁରେ ଘରକୁ ଘର ବୁଲି ପ୍ରଥମେ ଯୁବତୀମାନଙ୍କୁ ଋତୁସ୍ରାବଜନିତ ସମସ୍ୟା ଓ ସାନିଟାରୀ ପ୍ୟାଡ୍ ବ୍ୟବହାର ବିଷୟରେ ସଚେତନତା ଅଭିଯାନ ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର