ସୀମାନ୍ତରେ ଗୁଳିବିନିମୟ: ୩ ମାଓବାଦୀ ମୃତ, ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଜି ସକାଳେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏହି ଗୁଳିବିନିମୟରେ ୩ ଜଣ ମାଓବାଦୀ ମୃତ୍ଯୁ ଘଟିଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଛତିଶଗଡ଼ର ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀଙ୍କ ଭଇରାମଗଡ଼ ଅଂଚଳ କମିଟିର ମାଓବାଦୀମାନେ କ୍ୟାମ୍ପ କରିଥିବା ଖବର ପାଇ ଡି.ଆର.ଜି ଗଜବାନମାନେ କୁମ୍ବିଂ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଜି ସକାଳେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏହି ଗୁଳିବିନିମୟରେ ୩ ଜଣ ମାଓବାଦୀ ମୃତ୍ଯୁ ଘଟିଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଛତିଶଗଡ଼ର ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀଙ୍କ ଭଇରାମଗଡ଼ ଅଂଚଳ କମିଟିର ମାଓବାଦୀମାନେ କ୍ୟାମ୍ପ କରିଥିବା ଖବର ପାଇ ଡି.ଆର.ଜି ଗଜବାନମାନେ କୁମ୍ବିଂ ଅପରେସନରେ ବାହାରିଥିଲେ । ତେବେ ମାଓବାଦୀମାନେ ଜବାନମାନଙ୍କୁ ଦେଖ୍ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ପ୍ରତି ଜବାବରେ ଜବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ତେବେ ଜଙ୍ଗଲର ସୁବିଦା ନେଇ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଗୁଳି ବିନିମୟ ପରେ ଜବାନମାନେ ଘଟଣାସ୍ଥଳରେ ତଲାସୀ କରିଥିଲେ । ତଲାସୀ ବେଳେ ୩ ଜଣ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୩ଟି ବନ୍ଧୁକ, ୩ କିଲୋଗ୍ରାମର ଲ୍ୟାଣ୍ଡମାଇନ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ଯ ସାମଗ୍ରୀ ଜବତ କରାଯାଇଛି। ମୃତକ ମାଓବାଦୀମାନେ ହେଲେ ବିରଜୁ କାକେମ, କରୁ କାକେମ ଓ ଅଜୟ ଓୟାମି ବୋଲି ଜଣାପଡ଼ିଛି । ଏହାପରେ ସଂପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

15 Jul 2021 By The Sakala

ସୀମାନ୍ତରେ ଗୁଳିବିନିମୟ: ୩ ମାଓବାଦୀ ମୃତ, ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଜି ସକାଳେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏହି ଗୁଳିବିନିମୟରେ ୩ ଜଣ ମାଓବାଦୀ ମୃତ୍ଯୁ ଘଟିଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଛତିଶଗଡ଼ର ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀଙ୍କ ଭଇରାମଗଡ଼ ଅଂଚଳ କମିଟିର ମାଓବାଦୀମାନେ କ୍ୟାମ୍ପ କରିଥିବା ଖବର ପାଇ ଡି.ଆର.ଜି ଗଜବାନମାନେ କୁମ୍ବିଂ ଅପରେସନରେ ବାହାରିଥିଲେ । ତେବେ ମାଓବାଦୀମାନେ ଜବାନମାନଙ୍କୁ ଦେଖ୍ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ପ୍ରତି ଜବାବରେ ଜବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ତେବେ ଜଙ୍ଗଲର ସୁବିଦା ନେଇ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଗୁଳି ବିନିମୟ ପରେ ଜବାନମାନେ ଘଟଣାସ୍ଥଳରେ ତଲାସୀ କରିଥିଲେ । ତଲାସୀ ବେଳେ ୩ ଜଣ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୩ଟି ବନ୍ଧୁକ, ୩ କିଲୋଗ୍ରାମର ଲ୍ୟାଣ୍ଡମାଇନ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ଯ ସାମଗ୍ରୀ ଜବତ କରାଯାଇଛି। ମୃତକ ମାଓବାଦୀମାନେ ହେଲେ ବିରଜୁ କାକେମ, କରୁ କାକେମ ଓ ଅଜୟ ଓୟାମି ବୋଲି ଜଣାପଡ଼ିଛି । ଏହାପରେ ସଂପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର