ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲରେ ବିଶ୍ବ ଭ୍ରମଣରେ ନେଦରଲାଣ୍ଡର ଦମ୍ପତି

The Sakala Picture
Published On

ମାଲକାନଗିରି : ମାଲକାନଗିରି ଜିଲ୍ଲା ଦେଇ ଆଜି ନେଦରଲାଣ୍ଡର ଏକ ଦମ୍ପତି ଦିଲ୍ଲୀ ଅଭିମୁଖେ ସାଇକେଲ ଯାତ୍ରାରେ ଯାଉଥିବା ବେଳେ ଦେଇଛନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା । ସୂଚନା ଅନୁଯାୟୀ ନେଦରଲାଣ୍ଡର ଦମ୍ପତି ଅତ୍ରେୟୁ ଅନାଥା ଓ ଏଲିନା ମିଲିୟନିୟର ପରିବେଶ ସୁରକ୍ଷାର ବାର୍ତ୍ତା ଦେବାକୁ ବିଶ୍ଵ ଭ୍ରମଣ ପାଇଁ ଡବଲ ପ୍ୟାଡେଲ ସାଇକେଲରେ ଯାତ୍ରା କରିବାକୁ ବାହାରିଥିବା ବେଳେ ୪ ମାସରେ ୪୫୦୦ କିମି ଯାତ୍ରା କରି ପଂଜାବ, କେରଳ, ଛତିଶଗଡ ପରେ ଏବେ ଓଡିଶା […]

ମାଲକାନଗିରି : ମାଲକାନଗିରି ଜିଲ୍ଲା ଦେଇ ଆଜି ନେଦରଲାଣ୍ଡର ଏକ ଦମ୍ପତି ଦିଲ୍ଲୀ ଅଭିମୁଖେ ସାଇକେଲ ଯାତ୍ରାରେ ଯାଉଥିବା ବେଳେ ଦେଇଛନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା । ସୂଚନା ଅନୁଯାୟୀ ନେଦରଲାଣ୍ଡର ଦମ୍ପତି ଅତ୍ରେୟୁ ଅନାଥା ଓ ଏଲିନା ମିଲିୟନିୟର ପରିବେଶ ସୁରକ୍ଷାର ବାର୍ତ୍ତା ଦେବାକୁ ବିଶ୍ଵ ଭ୍ରମଣ ପାଇଁ ଡବଲ ପ୍ୟାଡେଲ ସାଇକେଲରେ ଯାତ୍ରା କରିବାକୁ ବାହାରିଥିବା ବେଳେ ୪ ମାସରେ ୪୫୦୦ କିମି ଯାତ୍ରା କରି ପଂଜାବ, କେରଳ, ଛତିଶଗଡ ପରେ ଏବେ ଓଡିଶା ଦେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି ।

ତେବେ ଏହି କ୍ରମରେ ଏହି ଦମ୍ପତି ଓଡିଶାର ମାଲକାନଗିରି ଜିଲ୍ଲାରେ ଆଜି ପହଞ୍ଚି ଥିବା ବେଳେ ଜିଲ୍ଲାରେ ପରିବେଶ ସୁରକ୍ଷା ପାଇଁ ଦେଇଛନ୍ତି ବାର୍ତ୍ତା । ପୁରା ବିଶ୍ଵରେ ଏହି ବାର୍ତ୍ତା ଦେବା ସେମାନଙ୍କ ମୁଖ୍ୟ ଲକ୍ଷ ବୋଲି ପ୍ରକାଶ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୋନ୍ଦର୍ଯ୍ୟପୂର୍ଣ୍ଣ  ସ୍ଥଳୀ ଗୁଡିକ ଦେଖି ସେ ବେସ ଖୁସି ପ୍ରକାଶ କରିଛନ୍ତି । ଏହାସହ ଏହି ସ୍ଥାନ ଗୁଡିକର ରକ୍ଷଣା ବେକ୍ଷଣା ସହ ସେଠାରେ ଅଧିକରୁ ଅଧିକ ଗଛ ଲଗାଇ ପରିବେଶକୁ ସୁସ୍ଥ ରଖିବାକୁ ସେ ଅନୁରୋଧ କରିଛନ୍ତି । ତେବେ ଅତ୍ରେୟୁ ଜଣେ ପରିବେଶ ପରାମର୍ଶଦାତା ହୋଇଥିବା ବେଳେ ଏଲିନା ଜଣେ ଗ୍ରାଫିକ୍ସ ଡିଜାଇନର ଅଟନ୍ତି । ନିଜର ବ୍ୟସ୍ତ ସମୟ ମଧ୍ୟରୁ ସେମାନେ ବିଶ୍ଵର ପରିବେଶ ବିଷୟରେ ଚିନ୍ତା କରି ଏହି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି । ସେମାନେ ଏହି ଦୀର୍ଘ ପଥ ଅତିକ୍ରମ କରିବାକୁ ଓ ପରିବେଶ ସୁରକ୍ଷାର ବାର୍ତା ଦେବାକୁ ଡବଲ ପେଡାଲ ସାଇକଲରେ ବିଶ୍ବ ଭ୍ରମଣ ପାଇଁ ବାହାରିଥିବା ବେଳେ ଭାରତ ପରେ ବାଂଲାଦେଶ ଯିବେ ବୋଲି କହିବା ସହ ଯଥା ସମ୍ଭବ ସମସ୍ତେ ସାଇକେଲର ବ୍ୟବହାର କରିଲେ ପରିବେଶ ଦୂଷିତ ହେବାରୁ ବଞ୍ଚିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।

09 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର