ବିଜୟା ଦଶମୀରେ ସୁନାବେଶରେ ଆଭୂଷିତ ହେବେ ଚତୁର୍ଦ୍ଧାମୂରତି, କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

The Sakala Picture
Published On

ପୁରୀ : ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ପୀଠ ଗୁଡିକରେ ଆଜି ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା। ଶ୍ରୀମନ୍ଦିରରେ ମଧ୍ୟ ଦଶହରା ନେଇ ରହିଛି ସ୍ୱତନ୍ତ୍ର ବିଧି । ଆଜି ବିଜୟାଦଶମୀରେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ ହେବେ ମହାପ୍ରଭୁ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ । […]

ପୁରୀ : ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ପୀଠ ଗୁଡିକରେ ଆଜି ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା। ଶ୍ରୀମନ୍ଦିରରେ ମଧ୍ୟ ଦଶହରା ନେଇ ରହିଛି ସ୍ୱତନ୍ତ୍ର ବିଧି । ଆଜି ବିଜୟାଦଶମୀରେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ ହେବେ ମହାପ୍ରଭୁ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ । ଏହାପରେ ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବେ ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାର ୫୦,୦୦୦ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

ଇତିହାସ କହିଥାଏ, ସୂର୍ୟ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରଥମେ ଶ୍ରୀଜିଉମାନଙ୍କୁ ସୁନାବେଶ କରାଯାଇଥିଲା । ରଥ ଉପରେ ମଧ୍ୟାହ୍ନ ଧୂପପରେ ସୁନାବେଶ ହୋଇଥାଏ। ଏହି ଦିନ ଠାକୁରଙ୍କୁ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟାଧୂପ ରଥ ଉପରେ ଅନୁଷ୍ଠିତ ହୋଇଥାଏ। ଅତୀତରେ ସର୍ବାଧିକ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନଙ୍କୁ ସୁନାରେ ବେଶ କରାଯାଇଥିଲା। ବର୍ଷକୁ ପାଞ୍ଚ ଥର ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିର ମଧ୍ୟରେ ୪ଥର ଓ ଶ୍ରୀମନ୍ଦିର ବାହାରେ ଥରେ(ରଥ ଯାତ୍ରାରେ ) ଏହି ବେଶ ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥାନ୍ତି । ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଧାରରେ ଦର୍ଶନ ବନ୍ଦ କରାଯାଇଛି । ଫଳରେ ଭକ୍ତମାନେ ଚିତାକର୍ଷକ ସୁନାବେଶ ଦର୍ଶନ କରିପାରିବେ ନାହିଁ ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ଶ୍ରୀମନ୍ଦିର ଭଳି ରହିବ ଆଇନ ବ୍ୟବସ୍ଥା

15 Oct 2021 By The Sakala

ବିଜୟା ଦଶମୀରେ ସୁନାବେଶରେ ଆଭୂଷିତ ହେବେ ଚତୁର୍ଦ୍ଧାମୂରତି, କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ପୁରୀ : ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ପୀଠ ଗୁଡିକରେ ଆଜି ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା। ଶ୍ରୀମନ୍ଦିରରେ ମଧ୍ୟ ଦଶହରା ନେଇ ରହିଛି ସ୍ୱତନ୍ତ୍ର ବିଧି । ଆଜି ବିଜୟାଦଶମୀରେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ ହେବେ ମହାପ୍ରଭୁ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ । ଏହାପରେ ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବେ ।

ଇତିହାସ କହିଥାଏ, ସୂର୍ୟ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରଥମେ ଶ୍ରୀଜିଉମାନଙ୍କୁ ସୁନାବେଶ କରାଯାଇଥିଲା । ରଥ ଉପରେ ମଧ୍ୟାହ୍ନ ଧୂପପରେ ସୁନାବେଶ ହୋଇଥାଏ। ଏହି ଦିନ ଠାକୁରଙ୍କୁ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟାଧୂପ ରଥ ଉପରେ ଅନୁଷ୍ଠିତ ହୋଇଥାଏ। ଅତୀତରେ ସର୍ବାଧିକ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନଙ୍କୁ ସୁନାରେ ବେଶ କରାଯାଇଥିଲା। ବର୍ଷକୁ ପାଞ୍ଚ ଥର ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିର ମଧ୍ୟରେ ୪ଥର ଓ ଶ୍ରୀମନ୍ଦିର ବାହାରେ ଥରେ(ରଥ ଯାତ୍ରାରେ ) ଏହି ବେଶ ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥାନ୍ତି । ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଧାରରେ ଦର୍ଶନ ବନ୍ଦ କରାଯାଇଛି । ଫଳରେ ଭକ୍ତମାନେ ଚିତାକର୍ଷକ ସୁନାବେଶ ଦର୍ଶନ କରିପାରିବେ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର