ମନୋରଞ୍ଜନ
ଓଡ଼ିଶା
ଭୋର ୫ଟାରେ ଲୋକନାଥ ଦେବଙ୍କ ମନ୍ଦିରରେ ଉଠିଲା ମହାଦୀପ
ପୁରୀ: ଲୋକନାଥ ଦେବଙ୍କ ମନ୍ଦିରରେ ଭୋର ୫ଟାରେ ଉଠିଲା ମହାଦୀପ । ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଲୋକନାଥ ଦେବଙ୍କ ମନ୍ଦିରରେ ଉଠିଲା ମହାଦୀପ । ଭୋର ୫ଟା ସମୟରେ ମହାଦୀପ ପ୍ରଜ୍ବଳିତ ହୋଇଛି। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାରା ରାତି ଉଜାଗର ରହି ଦୀପ ଜାଳିଥିଲେ । ମନ୍ଦିରରେ ମହାଦୀପ ଦର୍ଶନ କଲେ ଭକ୍ତ । ପରମ୍ପରା ଅନୁସାରେ ବିଳମ୍ବିତ ରାତିରେ ହରିହର ଭେଟ ହେବା ପରେ ଭୋର ୫ଟା ୧୦ରେ ମହାଦୀପ ଉଠିଥିଲା । ଵିଧି ମୁତାବକ ଶ୍ରୀମନ୍ଦିରରୁ ପ୍ରଭୁ ଜଗନ୍ନାଥଙ୍କ ପ୍ରତିନିଧି ଭାବେ ହରି ବିମାନରେ ବିଜେ କରି ପଂକ୍ତି ଭୋଗ ଖାଇ ମଧ୍ୟରାତ୍ରୀ ପ୍ରାୟ ଗୋଟାଏ ପରେ ଲୋକନାଥ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ହରି ହର ଭେଟ ନୀତି ସମ୍ପନ୍ନ ହେବା ସହ ପରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା ।





