ଲୁଲୁଙ୍କ ଝିଅ-ଜ୍ବାଇଁଙ୍କ ଦବଙ୍ଗଗିରି : ଘରକିଣାକୁ ନେଇ ଭଡ଼ାଟିଆଙ୍କୁ ମରଣାନ୍ତକ ଆକ୍ରମଣ

The Sakala Picture
Published On

ଭୁବନେଶ୍ୱର : ଘର କିଣାକୁ କେନ୍ଦ୍ର କରି ନୟାପଲ୍ଲୀ ଥାନା ଏନ୍‍/୩ ପ୍ଲଟ ନଂ-୨୧୧ରେ ତୁମୁଳକାଣ୍ଡ ଘଟିଛି। ବିଜେପି ନେତ୍ରୀ ଉପାସନା ମହାପାତ୍ରଙ୍କ ଇଙ୍ଗିତରେ ୪୦ ଜଣ ଯୁବକ ମାରଣାସ୍ତ୍ର ଧରି ଭଡ଼ାଟିଆଙ୍କ ଘରେ ଚାରିଘଣ୍ଟା ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି ଭଡ଼ାଟିଆ ପ୍ରଣବ ରାୟଙ୍କୁ ମାଡ଼ ମାରି ତାଙ୍କ ମୁଣ୍ଡ ଫଟାଇବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଗୁଣ୍ଡାମାନେ ଘର ଛାଡ଼ିବାକୁ ଧମକ ଦେଇଥିବା ତାଙ୍କ ଝିଅ ତନ୍ମୟା ଦାସ ନୂଆପଲ୍ଲୀ ଥାନାରେ ଅଭିଯୋଗ […]

ଭୁବନେଶ୍ୱର : ଘର କିଣାକୁ କେନ୍ଦ୍ର କରି ନୟାପଲ୍ଲୀ ଥାନା ଏନ୍‍/୩ ପ୍ଲଟ ନଂ-୨୧୧ରେ ତୁମୁଳକାଣ୍ଡ ଘଟିଛି। ବିଜେପି ନେତ୍ରୀ ଉପାସନା ମହାପାତ୍ରଙ୍କ ଇଙ୍ଗିତରେ ୪୦ ଜଣ ଯୁବକ ମାରଣାସ୍ତ୍ର ଧରି ଭଡ଼ାଟିଆଙ୍କ ଘରେ ଚାରିଘଣ୍ଟା ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି ଭଡ଼ାଟିଆ ପ୍ରଣବ ରାୟଙ୍କୁ ମାଡ଼ ମାରି ତାଙ୍କ ମୁଣ୍ଡ ଫଟାଇବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଗୁଣ୍ଡାମାନେ ଘର ଛାଡ଼ିବାକୁ ଧମକ ଦେଇଥିବା ତାଙ୍କ ଝିଅ ତନ୍ମୟା ଦାସ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଅଭିଯୋଗ ଆଧାରରେ ୧୭ଜଣଙ୍କୁ ଗିରଫ କରିବା ସହ ଏକ ଜିପ୍‍ ଏବଂ ଏକ ବୁଲେଟକୁ ଜବତ କରିଛି। ଗତକାଲି ରାତିରେ ଏହି ଖବର ପାଇ ଡିସିପି ଉମାଶଙ୍କର ଦାଶ ମଧ୍ୟ ନୟାପଲ୍ଲୀ ଥାନାରେ ପହଞ୍ଚି ମାମଲାର ଅନୁଧ୍ୟାନ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିସିପି ଥାନାରେ ଅଟକ ରହିଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା କରିଥିଲେ।

ଆହୁରି ପଢ଼ନ୍ତୁ: Viral Photo: ହିମାଳୟରେ ତପସ୍ୟା କରୁଛନ୍ତି 'ସାରଥି ବାବା', ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଫଟୋ...

ଆହୁରି ପଢ଼ନ୍ତୁ: ବୈତରଣୀ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ: ଗେମନ ବ୍ରିଜ୍ ଉପରୁ ମିଳିଲା ମୋବାଇଲ୍ ଓ ଜୋତା

ଅଭିଯୋଗ ଅନୁଯାୟୀ ନୂଆପଲ୍ଲୀ ଏନ୍‍/୩ ପ୍ଲଟ ନଂ-୨୧୧ରେ ବିଜୟ ନାୟକଙ୍କ ଏକ ତିନିମହଲା ଘର ରହିଛି। ତାଙ୍କ ଘରେ ୪ବର୍ଷ ହେବ ପ୍ରଣବ ରାୟ ନାମକ ବ୍ୟକ୍ତି ପରିବାର ସହ ଭଡ଼ାରେ ରହୁଛନ୍ତି। ଘର ମାଲିକ ବିଜୟ ଏହି ଘର ପ୍ରଣବଙ୍କୁ ବିକ୍ରି କରିବାକୁ କହିଥିଲେ। ଘର କିଣିବା ଆଶାରେ ପ୍ରଣବ ଘରର ନବୀକରଣ କରିଥିଲେ ଓ ଏଥିପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ କରିଥିଲେ। ମାତ୍ର ପ୍ରଣବଙ୍କ ଅଜ୍ଞାତସାରରେ ବିଜୟ ଏହି ଘରକୁ ଉପାସନା ମହାପାତ୍ରଙ୍କୁ ବିକ୍ରି କରି ଦେଇଥିଲେ। ଉପାସନା ଘର ଖାଲି କରିବାକୁ ପ୍ରଣବକୁ କହିଥିଲେ। କିନ୍ତୁ ପ୍ରଣବ ଘର କାମ ପାଇଁ ୭୦ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଥିବାରୁ ସେ  ହଠାତ ଘର ଛାଡ଼ିବାକୁ ମନା କରି ଦେଇଥିଲେ। ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯେହେତୁ ପ୍ରଣବଙ୍କ ପିଲା ପାଠ ପଢୁଥିବାରୁ ସେ ହଠାତ ଘର ଛାଡି ପାରିବେ ନାହିଁ ବୋଲି ମଧ୍ୟ ଉପାସନାଙ୍କୁ ଜଣାଇଥିଲେ। ଏହା ସହ ସେ ଅଦାଲତରୁ ଜୁନ ମାସ ପର୍ଯ୍ୟନ୍ତ ରହିତାଦେଶ ଆଣିଥିଲେ।

ଆହୁରି ପଢ଼ନ୍ତୁ: ବଲାଙ୍ଗିରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ: ଆସନ୍ତା ୧୮ରୁ ୨୧ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା

ହେଲେ ହଠାତ୍‍ ମଙ୍ଗଳବାର ଅପରାହ୍ନ ୪.୩୦ ସମୟରେ  ୪୦ଜଣ ଯୁବକ ପ୍ରଣବଙ୍କ ଘର କବାଟ ଭାଙ୍ଗି ଭିତରେ ପଶିଥିଲେ। ଘରେ ପାଠ ପଢ଼ୁଥିବା ପ୍ରଣବଙ୍କ ଝିଅ ତନ୍ମୟାଙ୍କ ମାଡ଼ ମାରିଥିଲେ। ଘରର ସାମଗ୍ରୀ ଭଙ୍ଗାରୁଜା କରିବା ସହ ଫିଙ୍ଗାଫୋପଡ଼ା କରିଥିଲେ। ଏହି ସମୟରେ ତନ୍ମୟା ବାପାଙ୍କୁ ଫୋନ କରି ଘରେ ସୃଷ୍ଟି ହୋଇଥିବା ଘଟଣା ଜଣାଇଥିଲେ। ଖବର ପାଇ ପ୍ରଣବ ଘରେ ପହଞ୍ଚିବା ପରେ ଯୁବକମାନେ ତାଙ୍କୁ ମଧ୍ୟ ପିଟିଥିଲେ। ଏପରିକି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ଜଣେ ଯୁବକ ବନ୍ଧୁକ ବାହାର କରି ତାଙ୍କ ମୁଣ୍ଡରେ ଲଗାଇ ଘରୁ ବାହାରି ଯିବା ପାଇଁ କହିଥିଲେ। ଏହିଭଳି ୪ଘଣ୍ଟାକାଳ ଯୁବକମାନେ ଆତଙ୍କରାଜ ସୃଷ୍ଟି କରିଥିଲେ। ଖବର ପାଇ ପିସିଆର ଭ୍ୟାନ୍‍ ଘର ଆଗରେ ପହଞ୍ଚିଥିଲେ ମଧ୍ୟ ପୁଲିସ କେବଳ ଦେଖାଣାହାରି ହୋଇଥିଲା ବୋଲି ପ୍ରଣବ ଅଭିଯୋଗ କରିଥିଲେ।। ଯାହାଫଳରେ ପୁଲିସଙ୍କୁ ଉପସ୍ଥିତିରେ ଯୁବକମାନେ ଘରର ସିସିଟିଭି ଭାଙ୍ଗିବା ସହ ହାର୍ଡଡିକ୍ସ ନେଇ ଚମ୍ପଟ ମାରିଥିଲେ। ମାମଲା ହାତରୁ ଚାଲି ଯାଉଥିବା ଦେଖି ପୁଲିସ ପହଞ୍ଚି ୧୪ଜଣ ଯୁବକଙ୍କୁ କାବୁ କରି ନେଇ ଥାନାକୁ ଆଣିଥିଲା। ଏହାପରେ ପୁଲିସ ଘଟଣାର ତଦନ୍ତ କରି ୧୭ ଜଣଙ୍କୁ ଗିରଫ କରିଛି। ଏହି ୧୭ ଜଣଙ୍କ ମଧ୍ୟରେ ପିସିଆର ହାବିଲଦାର ମଧ୍ୟ ରହିଛନ୍ତି। କାରଣ ସେ ଘଟଣାସ୍ଥଳରେ ଥାଇ ମଧ୍ୟ ଚୁପ୍‌ ରହିଥିଲେ।

ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ,ଏନେଇ ଏକ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ୧୭ଜଣଙ୍କୁ ଗିରଫ କରାଯାଇଛି। । ଘର କିଣାବିକାକୁ ନେଇ ଗଣ୍ଡଗୋଳ ହୋଇଛି। ଏଥିରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି ସେନେଇ ଯାଞ୍ଚ କରାଯାଉଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଘର କିଣିଥିବା ଉପାସନା ମହାପାତ୍ରଙ୍କ ସହ ଯୋଗାଯୋଗ ନିମନ୍ତେ ଉଦ୍ୟମ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରି ନାହିଁ।

17 Mar 2021 By The Sakala

ଲୁଲୁଙ୍କ ଝିଅ-ଜ୍ବାଇଁଙ୍କ ଦବଙ୍ଗଗିରି : ଘରକିଣାକୁ ନେଇ ଭଡ଼ାଟିଆଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର : ଘର କିଣାକୁ କେନ୍ଦ୍ର କରି ନୟାପଲ୍ଲୀ ଥାନା ଏନ୍‍/୩ ପ୍ଲଟ ନଂ-୨୧୧ରେ ତୁମୁଳକାଣ୍ଡ ଘଟିଛି। ବିଜେପି ନେତ୍ରୀ ଉପାସନା ମହାପାତ୍ରଙ୍କ ଇଙ୍ଗିତରେ ୪୦ ଜଣ ଯୁବକ ମାରଣାସ୍ତ୍ର ଧରି ଭଡ଼ାଟିଆଙ୍କ ଘରେ ଚାରିଘଣ୍ଟା ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି ଭଡ଼ାଟିଆ ପ୍ରଣବ ରାୟଙ୍କୁ ମାଡ଼ ମାରି ତାଙ୍କ ମୁଣ୍ଡ ଫଟାଇବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଗୁଣ୍ଡାମାନେ ଘର ଛାଡ଼ିବାକୁ ଧମକ ଦେଇଥିବା ତାଙ୍କ ଝିଅ ତନ୍ମୟା ଦାସ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଅଭିଯୋଗ ଆଧାରରେ ୧୭ଜଣଙ୍କୁ ଗିରଫ କରିବା ସହ ଏକ ଜିପ୍‍ ଏବଂ ଏକ ବୁଲେଟକୁ ଜବତ କରିଛି। ଗତକାଲି ରାତିରେ ଏହି ଖବର ପାଇ ଡିସିପି ଉମାଶଙ୍କର ଦାଶ ମଧ୍ୟ ନୟାପଲ୍ଲୀ ଥାନାରେ ପହଞ୍ଚି ମାମଲାର ଅନୁଧ୍ୟାନ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିସିପି ଥାନାରେ ଅଟକ ରହିଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା କରିଥିଲେ।

ଅଭିଯୋଗ ଅନୁଯାୟୀ ନୂଆପଲ୍ଲୀ ଏନ୍‍/୩ ପ୍ଲଟ ନଂ-୨୧୧ରେ ବିଜୟ ନାୟକଙ୍କ ଏକ ତିନିମହଲା ଘର ରହିଛି। ତାଙ୍କ ଘରେ ୪ବର୍ଷ ହେବ ପ୍ରଣବ ରାୟ ନାମକ ବ୍ୟକ୍ତି ପରିବାର ସହ ଭଡ଼ାରେ ରହୁଛନ୍ତି। ଘର ମାଲିକ ବିଜୟ ଏହି ଘର ପ୍ରଣବଙ୍କୁ ବିକ୍ରି କରିବାକୁ କହିଥିଲେ। ଘର କିଣିବା ଆଶାରେ ପ୍ରଣବ ଘରର ନବୀକରଣ କରିଥିଲେ ଓ ଏଥିପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ କରିଥିଲେ। ମାତ୍ର ପ୍ରଣବଙ୍କ ଅଜ୍ଞାତସାରରେ ବିଜୟ ଏହି ଘରକୁ ଉପାସନା ମହାପାତ୍ରଙ୍କୁ ବିକ୍ରି କରି ଦେଇଥିଲେ। ଉପାସନା ଘର ଖାଲି କରିବାକୁ ପ୍ରଣବକୁ କହିଥିଲେ। କିନ୍ତୁ ପ୍ରଣବ ଘର କାମ ପାଇଁ ୭୦ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଥିବାରୁ ସେ  ହଠାତ ଘର ଛାଡ଼ିବାକୁ ମନା କରି ଦେଇଥିଲେ। ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯେହେତୁ ପ୍ରଣବଙ୍କ ପିଲା ପାଠ ପଢୁଥିବାରୁ ସେ ହଠାତ ଘର ଛାଡି ପାରିବେ ନାହିଁ ବୋଲି ମଧ୍ୟ ଉପାସନାଙ୍କୁ ଜଣାଇଥିଲେ। ଏହା ସହ ସେ ଅଦାଲତରୁ ଜୁନ ମାସ ପର୍ଯ୍ୟନ୍ତ ରହିତାଦେଶ ଆଣିଥିଲେ।

ହେଲେ ହଠାତ୍‍ ମଙ୍ଗଳବାର ଅପରାହ୍ନ ୪.୩୦ ସମୟରେ  ୪୦ଜଣ ଯୁବକ ପ୍ରଣବଙ୍କ ଘର କବାଟ ଭାଙ୍ଗି ଭିତରେ ପଶିଥିଲେ। ଘରେ ପାଠ ପଢ଼ୁଥିବା ପ୍ରଣବଙ୍କ ଝିଅ ତନ୍ମୟାଙ୍କ ମାଡ଼ ମାରିଥିଲେ। ଘରର ସାମଗ୍ରୀ ଭଙ୍ଗାରୁଜା କରିବା ସହ ଫିଙ୍ଗାଫୋପଡ଼ା କରିଥିଲେ। ଏହି ସମୟରେ ତନ୍ମୟା ବାପାଙ୍କୁ ଫୋନ କରି ଘରେ ସୃଷ୍ଟି ହୋଇଥିବା ଘଟଣା ଜଣାଇଥିଲେ। ଖବର ପାଇ ପ୍ରଣବ ଘରେ ପହଞ୍ଚିବା ପରେ ଯୁବକମାନେ ତାଙ୍କୁ ମଧ୍ୟ ପିଟିଥିଲେ। ଏପରିକି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ଜଣେ ଯୁବକ ବନ୍ଧୁକ ବାହାର କରି ତାଙ୍କ ମୁଣ୍ଡରେ ଲଗାଇ ଘରୁ ବାହାରି ଯିବା ପାଇଁ କହିଥିଲେ। ଏହିଭଳି ୪ଘଣ୍ଟାକାଳ ଯୁବକମାନେ ଆତଙ୍କରାଜ ସୃଷ୍ଟି କରିଥିଲେ। ଖବର ପାଇ ପିସିଆର ଭ୍ୟାନ୍‍ ଘର ଆଗରେ ପହଞ୍ଚିଥିଲେ ମଧ୍ୟ ପୁଲିସ କେବଳ ଦେଖାଣାହାରି ହୋଇଥିଲା ବୋଲି ପ୍ରଣବ ଅଭିଯୋଗ କରିଥିଲେ।। ଯାହାଫଳରେ ପୁଲିସଙ୍କୁ ଉପସ୍ଥିତିରେ ଯୁବକମାନେ ଘରର ସିସିଟିଭି ଭାଙ୍ଗିବା ସହ ହାର୍ଡଡିକ୍ସ ନେଇ ଚମ୍ପଟ ମାରିଥିଲେ। ମାମଲା ହାତରୁ ଚାଲି ଯାଉଥିବା ଦେଖି ପୁଲିସ ପହଞ୍ଚି ୧୪ଜଣ ଯୁବକଙ୍କୁ କାବୁ କରି ନେଇ ଥାନାକୁ ଆଣିଥିଲା। ଏହାପରେ ପୁଲିସ ଘଟଣାର ତଦନ୍ତ କରି ୧୭ ଜଣଙ୍କୁ ଗିରଫ କରିଛି। ଏହି ୧୭ ଜଣଙ୍କ ମଧ୍ୟରେ ପିସିଆର ହାବିଲଦାର ମଧ୍ୟ ରହିଛନ୍ତି। କାରଣ ସେ ଘଟଣାସ୍ଥଳରେ ଥାଇ ମଧ୍ୟ ଚୁପ୍‌ ରହିଥିଲେ।

ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ,ଏନେଇ ଏକ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ୧୭ଜଣଙ୍କୁ ଗିରଫ କରାଯାଇଛି। । ଘର କିଣାବିକାକୁ ନେଇ ଗଣ୍ଡଗୋଳ ହୋଇଛି। ଏଥିରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି ସେନେଇ ଯାଞ୍ଚ କରାଯାଉଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଘର କିଣିଥିବା ଉପାସନା ମହାପାତ୍ରଙ୍କ ସହ ଯୋଗାଯୋଗ ନିମନ୍ତେ ଉଦ୍ୟମ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର