ଭୁଜାଲି ଦେଖାଇ ୮ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

The Sakala Picture
Published On

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ଛକ ନିକଟରୁ ବୁଧବାର ଦୁର୍ବୃତ୍ତମାନେ ଜଣେ ପେଟ୍ରୋଲ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ୮ଲକ୍ଷ ଟଙ୍କା ଲୁଟୁ ନେଇଛନ୍ତି। ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଲୁଟି ନେଇଛନ୍ତି । ଖବର ପାଇ ଜେନାପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ୫୩ ନଂ ଜାତୀୟ ରାଜପଥର କନ୍ତପଡ଼ା ଠାରେ ଥିବା ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ୮ ଲକ୍ଷ […]

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ଛକ ନିକଟରୁ ବୁଧବାର ଦୁର୍ବୃତ୍ତମାନେ ଜଣେ ପେଟ୍ରୋଲ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ୮ଲକ୍ଷ ଟଙ୍କା ଲୁଟୁ ନେଇଛନ୍ତି। ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଲୁଟି ନେଇଛନ୍ତି । ଖବର ପାଇ ଜେନାପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ସ୍ୟାଣ୍ଡ ଆନିମେଶନରେ ନବୀନଙ୍କୁ ଜନ୍ମଦିନ ଶୁଭେଚ୍ଛା, ପୁରୀରେ ସୁଦର୍ଶନ ବାଲୁକା କଳା ଅନୁଷ୍ଠାନର ନିଆରା ଉପହାର

ସୂଚନା ଅନୁଯାୟୀ, ୫୩ ନଂ ଜାତୀୟ ରାଜପଥର କନ୍ତପଡ଼ା ଠାରେ ଥିବା ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ୮ ଲକ୍ଷ ଟଙ୍କା ନେଇ କବାଟବନ୍ଧରେ ଥିବା ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। କବାଟବନ୍ଧ ଛକ ପୂର୍ବରୁ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅଟକାଇବା ସହ ଭୁଜାଲି ଦେଖାଇ ଟଙ୍କା ଝାମ୍ପି ନେଇ ପଳାଇଥିଲେ । ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ କାରଣ: ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର