ସରିଲା ସ୍ଥାନ ଚୟନ; ମାର୍ଚ୍ଚ ୧ରେ ଏସ୍ଏସ୍ବି ଅଧ୍ୟାପକଙ୍କ ନିଯୁକ୍ତି ପର୍ବ
ଭୁବନେଶ୍ୱର : ନୂତନ ଭାବେ ନିଯୁକ୍ତି ପାଇବାକୁ ଥିବା ୮୫୯ ଏସ୍ଏସ୍ବି ଅଧ୍ୟାପକଙ୍କ ସ୍ଥାନ ଚୟନ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଦିନକ ପରେ ଅର୍ଥାତ ମାର୍ଚ୍ଚ ୧ ତାରିଖରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପର୍ବରେ ଯୋଗଦେଇ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ମାର୍ଗଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ଏକକାଳିନ ଭାବେ ଲୋକସେବା ଭବନର କନଭେନସନ୍ ହଲ୍ ଓ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ସକାଳ […]
ଭୁବନେଶ୍ୱର : ନୂତନ ଭାବେ ନିଯୁକ୍ତି ପାଇବାକୁ ଥିବା ୮୫୯ ଏସ୍ଏସ୍ବି ଅଧ୍ୟାପକଙ୍କ ସ୍ଥାନ ଚୟନ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଦିନକ ପରେ ଅର୍ଥାତ ମାର୍ଚ୍ଚ ୧ ତାରିଖରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପର୍ବରେ ଯୋଗଦେଇ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ମାର୍ଗଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ଏକକାଳିନ ଭାବେ ଲୋକସେବା ଭବନର କନଭେନସନ୍ ହଲ୍ ଓ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ସକାଳ ୯ଟାରେ ଉପସ୍ଥିତ ରହିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଇଂରାଜୀ, ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର, ରସାୟନ ବିଜ୍ଞାନ, ଇତିହାସ, ବାଣିଜ୍ୟ ଓ ଶିକ୍ଷା ବର୍ଗର ପ୍ରାର୍ଥୀ ରବୀନ୍ଦ୍ର ମଣ୍ଡପଠାରେ ଉପସ୍ଥିତ ରହିବେ। ଅବଶିଷ୍ଟ ବର୍ଗର ପ୍ରାର୍ଥୀ ଲୋକସେବା ଭବନରେ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ, ପଦାର୍ଥ ବିଜ୍ଞାନ ବିଭାଗର ମାମଲା କୋର୍ଟରେ ବିଚାରଧିନ ଥିବାରୁ ଏହାକୁ ନିଯୁକ୍ତି ପର୍ବରୁ ବାଦ ଦିଆଯାଇଛି।