ମଦ ଦୋକାନ ଲଟେରି ପାଇଁ ପ୍ରବଳ ଉତ୍ସାହ: ବିଦେଶୀ ପାଇଁ ୧୮ ହଜାର ଓ ଦେଶୀ ପାଇଁ ୮୮୬ ଆବେଦନ

The Sakala Picture
Published On

ଭୁବନେଶ୍ବର: ରାଜ୍ୟର ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ପାଇଁ ସରକାର ଲଟେରି ବ୍ୟବସ୍ଥା କରିଥିବା ବେଳେ ଏଥିପ୍ରତି ଆବେଦନକାରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ରାଜ୍ୟର ୩୧ଟି ଅବକାରୀ ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାର ସମସ୍ତ ମଦଦୋକାନ ପାଇଁ ଆବେଦନ ହୋଇଛି। କିନ୍ତୁ ଯେଉଁ ଦୋକାନ ପାଇଁ କୌଣସି ଆବେଦନ ହୋଇନି ସେ ମଧ୍ୟରୁ ଅଧିକାଂଶ କଟକ ଜିଲ୍ଲାର। କ’ଣ ପାଇଁ କଟକ ଜିଲ୍ଲାର ଏହି ଦୋକାନଗୁଡ଼ିକ ପାଇଁ କେହି ଏଯାଏ ଆଗ୍ରହ […]

ଭୁବନେଶ୍ବର: ରାଜ୍ୟର ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ପାଇଁ ସରକାର ଲଟେରି ବ୍ୟବସ୍ଥା କରିଥିବା ବେଳେ ଏଥିପ୍ରତି ଆବେଦନକାରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ରାଜ୍ୟର ୩୧ଟି ଅବକାରୀ ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାର ସମସ୍ତ ମଦଦୋକାନ ପାଇଁ ଆବେଦନ ହୋଇଛି। କିନ୍ତୁ ଯେଉଁ ଦୋକାନ ପାଇଁ କୌଣସି ଆବେଦନ ହୋଇନି ସେ ମଧ୍ୟରୁ ଅଧିକାଂଶ କଟକ ଜିଲ୍ଲାର। କ’ଣ ପାଇଁ କଟକ ଜିଲ୍ଲାର ଏହି ଦୋକାନଗୁଡ଼ିକ ପାଇଁ କେହି ଏଯାଏ ଆଗ୍ରହ ଦେଖାଇ ନାହାନ୍ତି ସ୍ପଷ୍ଟ ହୋଇନି। ତେବେ ଶେଷ ଦିନ ସୁଦ୍ଧା ବଳକା ଦୋକାନଗୁଡ଼ିକ ପାଇଁ ଆଗ୍ରହୀ ଆବେଦନକାରୀ ଆସିବେ ବୋଲି ଅବକାରୀ ବିଭାଗ ଆଶାବାଦୀ ରହିଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ପୂର୍ବରୁ ଚୁକ୍ତି ନବୀକରଣ ବ୍ୟବସ୍ଥାରେ ମଦଦୋକାନ ସବୁ ଚାଲିଥିଲା। ତେବେ ନିକଟରେ ରାଜ୍ୟ ସରକାର ଏ ପୁରୁଣା ବ୍ୟବସ୍ଥାକୁ ହଟାଇ ମଦଦୋକାନ ପାଇଁ ଲଟେରିର ବ୍ୟବସ୍ଥା କରିଛନ୍ତି। ୧୧୫୬ ବିଦେଶୀ ମଦ ଦୋକାନ ଓ ୨୪୦ ଦେଶୀ ମଦଦୋକାନ ପାଇଁ ରାଜ୍ୟ ସରକାର ଆବେଦନ ଆହ୍ବାନ କରିଥିଲେ। ଅନଲାଇନ୍‌ରେ ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ, ଆସନ୍ତା ୩ ଏହାର ଶେଷ ତାରିଖ ରହିଛି। ୧୧୫୬ ବିଦେଶୀ ମଦ ଦୋକାନ ମଧ୍ୟରୁ ୧୧୩୨ଟି ଦୋକାନ ପାଇଁ ୧୮ହଜାର ୫୩୦ ଜଣ ଆବେଦନ କରିଛନ୍ତି। ସେହିପରି ୧୫୬ ଦେଶୀ ମଦ ଦୋକାନ ପାଇଁ ୮୮୬ ଜଣ ଆବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଆସନ୍ତା ୩ ଆବେଦନର ଶେଷ ତାରିଖ ହୋଇଥିବା ବେଳେ, ୯ ତାରିଖ ଦିନ ଲଟେରି ହେବ। ୧୫ ତାରିଖ ସୁଦ୍ଧା ସମସ୍ତ ଲଟେରି ବିଜେତାଙ୍କୁ ମଦ ଦୋକାନର ଲାଇସେନ୍ସ ପ୍ରଦାନ କରାଯିବ। ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ ହାତରେ ମଦ ଦୋକାନର ନିୟନ୍ତ୍ରଣ ହେଉଥିଲା। ପୁରୁଣା ନବୀକରଣ ବ୍ୟବସ୍ଥାରେ ବର୍ଷବର୍ଷ ଧରି ସେହି ପୁରୁଣା ବ୍ୟବସାୟୀମାନଙ୍କ ହାତରେ ହିଁ ମଦଦୋକାନର ନିୟନ୍ତ୍ରଣ ରହୁଥିଲା। ଏହି ନୂଆ ବ୍ୟବସ୍ଥା ଅନୁସାରେ କିଛି ନୂଆ ବ୍ୟବସାୟୀ ମଦ ଦୋକାନ ଖୋଲିବାର ସୁଯୋଗ ପାଇବେ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

02 Apr 2021 By The Sakala

ମଦ ଦୋକାନ ଲଟେରି ପାଇଁ ପ୍ରବଳ ଉତ୍ସାହ: ବିଦେଶୀ ପାଇଁ ୧୮ ହଜାର ଓ ଦେଶୀ ପାଇଁ ୮୮୬ ଆବେଦନ

ଭୁବନେଶ୍ବର: ରାଜ୍ୟର ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ପାଇଁ ସରକାର ଲଟେରି ବ୍ୟବସ୍ଥା କରିଥିବା ବେଳେ ଏଥିପ୍ରତି ଆବେଦନକାରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ରାଜ୍ୟର ୩୧ଟି ଅବକାରୀ ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାର ସମସ୍ତ ମଦଦୋକାନ ପାଇଁ ଆବେଦନ ହୋଇଛି। କିନ୍ତୁ ଯେଉଁ ଦୋକାନ ପାଇଁ କୌଣସି ଆବେଦନ ହୋଇନି ସେ ମଧ୍ୟରୁ ଅଧିକାଂଶ କଟକ ଜିଲ୍ଲାର। କ’ଣ ପାଇଁ କଟକ ଜିଲ୍ଲାର ଏହି ଦୋକାନଗୁଡ଼ିକ ପାଇଁ କେହି ଏଯାଏ ଆଗ୍ରହ ଦେଖାଇ ନାହାନ୍ତି ସ୍ପଷ୍ଟ ହୋଇନି। ତେବେ ଶେଷ ଦିନ ସୁଦ୍ଧା ବଳକା ଦୋକାନଗୁଡ଼ିକ ପାଇଁ ଆଗ୍ରହୀ ଆବେଦନକାରୀ ଆସିବେ ବୋଲି ଅବକାରୀ ବିଭାଗ ଆଶାବାଦୀ ରହିଛି।

ପୂର୍ବରୁ ଚୁକ୍ତି ନବୀକରଣ ବ୍ୟବସ୍ଥାରେ ମଦଦୋକାନ ସବୁ ଚାଲିଥିଲା। ତେବେ ନିକଟରେ ରାଜ୍ୟ ସରକାର ଏ ପୁରୁଣା ବ୍ୟବସ୍ଥାକୁ ହଟାଇ ମଦଦୋକାନ ପାଇଁ ଲଟେରିର ବ୍ୟବସ୍ଥା କରିଛନ୍ତି। ୧୧୫୬ ବିଦେଶୀ ମଦ ଦୋକାନ ଓ ୨୪୦ ଦେଶୀ ମଦଦୋକାନ ପାଇଁ ରାଜ୍ୟ ସରକାର ଆବେଦନ ଆହ୍ବାନ କରିଥିଲେ। ଅନଲାଇନ୍‌ରେ ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ, ଆସନ୍ତା ୩ ଏହାର ଶେଷ ତାରିଖ ରହିଛି। ୧୧୫୬ ବିଦେଶୀ ମଦ ଦୋକାନ ମଧ୍ୟରୁ ୧୧୩୨ଟି ଦୋକାନ ପାଇଁ ୧୮ହଜାର ୫୩୦ ଜଣ ଆବେଦନ କରିଛନ୍ତି। ସେହିପରି ୧୫୬ ଦେଶୀ ମଦ ଦୋକାନ ପାଇଁ ୮୮୬ ଜଣ ଆବେଦନ କରିଛନ୍ତି।

ଆସନ୍ତା ୩ ଆବେଦନର ଶେଷ ତାରିଖ ହୋଇଥିବା ବେଳେ, ୯ ତାରିଖ ଦିନ ଲଟେରି ହେବ। ୧୫ ତାରିଖ ସୁଦ୍ଧା ସମସ୍ତ ଲଟେରି ବିଜେତାଙ୍କୁ ମଦ ଦୋକାନର ଲାଇସେନ୍ସ ପ୍ରଦାନ କରାଯିବ। ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ ହାତରେ ମଦ ଦୋକାନର ନିୟନ୍ତ୍ରଣ ହେଉଥିଲା। ପୁରୁଣା ନବୀକରଣ ବ୍ୟବସ୍ଥାରେ ବର୍ଷବର୍ଷ ଧରି ସେହି ପୁରୁଣା ବ୍ୟବସାୟୀମାନଙ୍କ ହାତରେ ହିଁ ମଦଦୋକାନର ନିୟନ୍ତ୍ରଣ ରହୁଥିଲା। ଏହି ନୂଆ ବ୍ୟବସ୍ଥା ଅନୁସାରେ କିଛି ନୂଆ ବ୍ୟବସାୟୀ ମଦ ଦୋକାନ ଖୋଲିବାର ସୁଯୋଗ ପାଇବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର