ଜନମଙ୍ଗଳ ପରିଷଦ ପକ୍ଷରୁ ଜଳଦାନ କେନ୍ଦ୍ରର ଶୁଭାରମ୍ଭ
ଭୁବନେଶ୍ୱର: ବିଶ୍ୱ ଜଳ ଦିବସ ଅବସରରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ପଥଚାରୀମାନଙ୍କୁ ପ୍ରତ୍ୟହ ସ୍ୱଚ୍ଛ ପାନୀୟ ଜଳ ପ୍ରଦାନ ନିମନ୍ତେ ଏହା ଆରମ୍ଭ କରାଯାଇଛି। ଏହି ସେବା ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ କମିସନର ଅଫ୍ ପୋଲିସ୍ ଜୋନ୍-୧ର ଏସିପି ଶୁଭ […]
ଭୁବନେଶ୍ୱର: ବିଶ୍ୱ ଜଳ ଦିବସ ଅବସରରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ପଥଚାରୀମାନଙ୍କୁ ପ୍ରତ୍ୟହ ସ୍ୱଚ୍ଛ ପାନୀୟ ଜଳ ପ୍ରଦାନ ନିମନ୍ତେ ଏହା ଆରମ୍ଭ କରାଯାଇଛି। ଏହି ସେବା ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ କମିସନର ଅଫ୍ ପୋଲିସ୍ ଜୋନ୍-୧ର ଏସିପି ଶୁଭ ନାରାୟଣ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ ଟ୍ରେନିଂ ସେଲ୍ଫ ଏସିପି ମାନସ ଗଡ଼ନାୟକ ଉପସ୍ଥିତ ଥିଲେ। ପରିଷଦର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ, ଯୁବ କର୍ମୀ ନିରଞ୍ଜନ ସାହୁ, ସୁକାନ୍ତ ମହାନ୍ତି, ସୀମାଦ୍ରି ଶେଖର ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ।